IBN ଓଡ଼ିଶା ବ୍ୟୁରୋ

ପୂଜା କରିବା ସମୟରେ କଣ ଆପଣଙ୍କୁ ବି ମିଳୁଛି ଏଭଳି ସଂକେତ ! ତେବେ ଜାଣନ୍ତୁ ଏହି ସଂକେତ ମିଳିବାର ରହସ୍ୟ

ବନ୍ଧୁଗଣ ଯେତେବେଳେ ଆମେ ପୂଜା କରିବା ପାଇଁ ବସିଥାଉ । ସେତେବେଳେ ବ୍ୟକ୍ତିର ଇଶ୍ଵରଙ୍କ ସହ ସଂଯୋଗ ଘଟିଥାଏ । କାରଣ ଇଶ୍ଵରସର୍ବବ୍ୟାପୀ ଅଟନ୍ତି । ତେବେ ଯେଉଁ ସମୟରେ ଆପଣଙ୍କର ଅନ୍ତର ଆତ୍ମାର ସଂଯୋଗ ଭଗବାନଙ୍କ ସହ ଘଟିଥାଏ । ସେତେବେଳେ ଭଗବାନ ଆମକୁ କିଛି ସଂକେତ ଦେଇଥାନ୍ତି । ଯାହାକୁ ଆମେ ଜାଣି ମଧ୍ୟ ଅଣଦେଖା କରିଦେଇଥାଉ । ତେବେ ଚାଲନ୍ତୁ ସେହି ସବୁ ସଂକେତ ବିଷୟରେ ଆଲୋଚନା କରିବା ।

1- ଯଦି ଆପଣ ପୂଜା କରୁଥିବା ସମୟରେ ହଟାତ ଆପଣଙ୍କ ଆଖିରୁ ଲୁହ ଚାଲି ଆସିଥାଏ । ତେବେ ଆପଣଙ୍କ ଆତ୍ମାର ମିଳନ ଇଶ୍ଵରଙ୍କ ସହ ହୋଇଛି । ତେବେ ସେହି ସମୟରେ ଆପଣ ନିଜର ମନୋସ୍କାମନା ପ୍ରଭୁଙ୍କ ନିକଟରେ ନିହାତି ଭାବେ ଜଣାନ୍ତୁ । ଏହା ଦ୍ଵାରା ଭଗବାନ ଆପଣଙ୍କ ଗୁହାରୀ ନିହାତି ଭାବେ ଶୁଣିବେ । କାରଣ ପ୍ରଭୁଙ୍କୁ ନିଜର ମନର କଥା କହିବାର ଏହା ସବୁଠାରୁ ଭଲ ସମୟ ହୋଇଥାଏ ।

2- ଯଦି ଆପଣ ଠାକୁର ପୂଜା କରୁଥିବା ସମୟରେ ଜାଳିଥିବା ଦୀପର ଜ୍ଵତି ଧୀରେ ଧୀରେ ବଢିବାକୁ ଲାଗିଥାଏ । ତେବେ ଆପଣଙ୍କ ପୂଜାରେ ଇଶ୍ଵର ପ୍ରସନ୍ନ ହୋଇଛନ୍ତି ବୋଲି ଜାଣି ରଖନ୍ତୁ । ତେଣୁ ଏହି ସମୟରେ ଆପଣ ଭଗବାନଙ୍କର ପ୍ରାଥନା କରି ନିଜର ମନୋସ୍କାମନା ଭଗବାନଙ୍କ ନିକଟରେ କରନ୍ତୁ ।

3- ଯଦି ଆପଣଙ୍କ ଦ୍ଵାରା ଲଗାଯାଇଥିବା ଧୂପର ଧୂଆଁ ଭଗବାନଙ୍କର ପ୍ରତିମା ବା ଫୋଟ ଆଡକୁ ଯାଉଛି । ତେବେ ଆପଣଙ୍କର ନିଷ୍ଠାର ସହ କରିଥିବା ପୂଜା ଭଗବାନ ସ୍ଵୀକାର କରିଛନ୍ତି । 4- ଯଦି ଆପଣ ଭଗବାନଙ୍କ ଫୋଟରେ ଚଢାଇଥିବା ଫୁଲକୁ ତଳକୁ ଖସି ପଡିଥାଏ । ତେବେ ଆପଣଙ୍କର ଭଲ କର୍ମର ଫଳ ଭଗବାନ ଦ୍ଵାରା ଖୁବ ଶୀଘ୍ର ମିଳିବା ପାଇଁ ଯାଉଛି ।

5- ପୂଜା କରୁଥିବା ସମୟରେ ସକାଳୁ ଯଦି ଘର ସାମ୍ନାକୁ କୌଣସି ଗାଈ ଚାଲି ଆସିଥାଏ । ତେବେ ଏହା ବହୁତ ଭଲ ସଂକେତ ହୋଇଥାଏ । ତେଣୁ ଗାଈଟିକୁ ରୁଟି କିମ୍ବା କିଛି ଖାଦ୍ୟ ଖାଇବାକୁ ଦେଇ ହିଁ ବିଦା କରନ୍ତୁ । ତେବେ ଅପର ପକ୍ଷରେ ପୂଜା କରିବା ସମୟରେ ହାଇ ଆସିବା, ନିଦ ଲାଗିବା, ନକରାତ୍ମକ ଚିନ୍ତାଧାରା ମୁଣ୍ଡକୁ ଆସିବା କି ମନ ମଧ୍ୟକୁ ଖରାପ ବିଚାର ଧାରା ଆସିଯାଇଥାଏ ।

ଯେତେବେଳେ ପୂଜାପାଠ ଆମକୁ ବୋଝ ପରି ଲାଗିବା ସହ ଭଗବାନଙ୍କ ସହ ଆମ ଅନ୍ତର ମନର ସଂଯୋଗ ଘଟିନଥାଏ । ସେହି କାରଣରୁ ପୂଜା କରିବା ସମୟରେ ଏଭଳି କିଛି ବୀପରୀତ ସଂକେତ ବ୍ୟକ୍ତିଙ୍କୁ ଆସିବାରେ ଲାଗିଥାଏ । ତେଣୁ ପୂଜା କରିବା ସମୟରେ କେବଳ ଭଗବାନଙ୍କର ପୂଜାଅର୍ଚନା ନିଷ୍ଠାର ସହ କରନ୍ତୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button