ଅପରାଧ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୮ ଆହତ – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ଥାନା ଆଲଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । କଳସ ଯାତ୍ରାରେ ନାଚିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସୂଚନା ଅନୁଯାୟୀ, ଗତ ୩ ଦିନ ଧରି ଆଲଡ଼ା ଗ୍ରାମରେ ଚାଲିଛି ହିଙ୍ଗୁଳା ମା’ଙ୍କ ପୂଜା। ଗତକାଲି ଉଦଯାପନ ଦିବସ ଥିଲା। ଏହି ଅବସରରେ ଗତକାଲି ରାତିରେ ଏକ କଳସ ଶୋଭାଯାତ୍ରା ହେଉଥିବା ସମୟରେ ନାଚିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ଉଗ୍ର ରୂପ ନେଇଥିଲା। ପରସ୍ପର ପରସ୍ପର ମଧ୍ୟରେ ମାରପିଟ ହୋଇଥିଲା। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ତେବେ ଉଭୟ ପକ୍ଷର ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖି ପଚରାଉରା କରୁଛି ଓ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button