ଦେଶ

୮ ଦିନ ହେଲା ଏନ୍‌ଇଇଟି ଛାତ୍ରୀ ନିଖୋଜ – Ibnodisha

[ad_1]

ରାଜସ୍ଥାନ : ପୁଣି ନିଖୋଜ ହେଲେ ଆଉ ଜଣେ ଏନ୍‌ଇଇଟି ଛାତ୍ରୀ। ରାଜସ୍ଥାନର କୋଟାରେ ଏନ୍‌ଇଇଟି ପାଇଁ କୋଚିଂ ନେଉଥିବା ଜଣେ ଛାତ୍ରୀ ୮ ଦିନ ହେବ ନିଖୋଜ ଅଛନ୍ତି। ପୁଲିସ ୪ ଦିନ ହେବ ଖୋଜାଖୋଜି ଜାରି ରଖି ଥିବା ବେଳେ ଏଯାଏଁ ତାଙ୍କ ପତ୍ତା ମିଳିନାହିଁ।
ସୂଚନା ମୁତାବକ, ଉତ୍ତର ପ୍ରଦେଶ କୁଶିନଗରର ଛାତ୍ରୀ ଗତ ଏକ ବର୍ଷ ହେଲା କୋଟାରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ନିଖୋଜ ଛାତ୍ରୀଙ୍କ ନାଁ ତୃପ୍ତି ସିଂହ, ବୟସ ୨୦ ବର୍ଷ। ସେ ୨୦୨୩ରେ କୋଟା ଆସିଥିଲେ। ନିକଟରେ ଛାତ୍ରୀ ଜଣକ ଭଡା ଘର ଛାଡି ଗୋବରିଆ ବାଓ୍ୱାଡି ସ୍ଥିତ ଏକ ପିଜିରେ ରହୁଥିଲେ।

ତେବେ ଏପ୍ରିଲ ୨୧ ସକାଳ ୭ଟାରେ ସେ ପରୀକ୍ଷା ଦେବାକୁ ଯାଉଛି କହି ପିଜି ଛାଡିଥିଲେ, ହେଲେ ପରେ ସେ ଆଉ ଫେରି ନଥିଲେ। ଏନେଇ ଘର ମାଲିକ ରୁକ୍ମଣୀ ବାଇ ଏପ୍ରିଲ ୨୩ରେ ଥାନାରେ ମାମଲା ରୁଜୁ କରିଥିଲେ। ଏହାପରେ ପରେ ପୁଲିସ ଛାତ୍ରୀଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲା। ଖବର ପାଇ ତୃପ୍ତିଙ୍କ ପରିବାର ଲୋକେ ମଧ୍ୟ କୋଟାରେ ପହଞ୍ଚିଛନ୍ତି।
ପୁଲିସ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଛାତ୍ରୀ ଜଣଙ୍କ ମୋବାଇଲ ଫୋନ୍ ଲାଗୁନଥିବା ବେଳେ ତାଙ୍କ ପରିବାର ଲୋକଙ୍କ ସମେତ ତା’ ସାଙ୍ଗସାଥୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ପୁଲିସ କହିବା ମୁତାବକ, ତୃପ୍ତି ନିକଟରେ ବୃନ୍ଦାବନ ଯାଇଥିଲେ। ସେଠାରୁ କିଛି ଦିନ ପରେ ସେ କୋଟା ଫେରିଥିଲେ। ଏଥିପାଇଁ ପୁଲିସର ଏକ ଟିମ୍ ବୃନ୍ଦାବନ ଯାଇ ମଧ୍ୟ ଯାଞ୍ଚ କରୁଛି। ତେବେ ଏତେ ଚେଷ୍ଟା ପରେ ମଧ୍ୟ ନିଖୋଜ ଛାତ୍ରୀ ତୃପ୍ତିଙ୍କ କୌଣସି ପତ୍ତା ମିଳୁନାହିଁ। ଏନେଇ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଛି।
କହିରୁଖ ଯେ, କୋଟାରୁ ଛାତ୍ର ନିଖୋଜ ହେବାର ଏହା ପ୍ରଥମ ଘଟଣା ନୁହେଁ । କିଛି ମାସ ପୂର୍ବେ କୋଟାର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ନିଖୋଜ ହୋଇଥିବାର ଖବର ସାମ୍ନାକୁ ଆସିଥିଲା। ଜାନୁଆରୀରୁ ମାସରୁ ଏଯାଏଁ ଚାରିଜଣ କୋଚିଂ ଛାତ୍ର ନିଖୋଜ ହୋଇ ସାରିଲେଣି। ଏଥିମଧ୍ୟରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ଦୁଇଜଣ ପୁଲିସ ଦ୍ୱାରା କଏଦ ହୋଇଥିବା ବେଳେ ଜଣେ ଛାତ୍ରୀ ଏବେବି ନିଖୋଜ ଅଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button