ଦେଶ

ଇସ୍ରାଏଲ ସେନାର ବଡ ଦାବି, ଗାଜା ପଟ୍ଟୀ ନିକଟରୁ ମିଳିଛି ୧୫ଶହ ହମାସ ଆତଙ୍କବାଦୀଙ୍କ ମୃତଦେହ – Ibnodisha

[ad_1]

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ଇସ୍ରାଏଲ ତରଫରୁ ଫିଲିସ୍ତିନ ଉପରେ ଜୋରଦାର ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ଇସ୍ରାଏଲ ସେନା ଦାବି କରିଛି କି ଗାଜା ପଟ୍ଟୀ ନିକଟବର୍ତ୍ତୀ ଅଞ୍ଚଳରୁ ୧୫ଶହ ହମାସ ଆତଙ୍କବାଦୀଙ୍କ ଶବ ମିଳିଛି । ସେପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ କହିଛନ୍ତି କି, ଫିଲିସ୍ତିନ୍ ବନ୍ଧୁକଧାରୀମାନେ ଏବେ ବି ଇସ୍ରାଏଲ ଭିତରେ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ ସେନା ଗାଜାର ୨୦ ରୁ ଅଧିକ ଠିକଣା ଉପରେ ଆକ୍ରମଣ କରିଛନ୍ତି । ସେପଟେ ଗାଜା ତରଫରୁ ଇସ୍ରାଏଲ ଉପରେ ରକେଟ୍ ମାଧ୍ୟମରେ ଆକ୍ରମଣ କରାଯାଉଛିି ।
ଇସ୍ରାଏଲର ସୈନ୍ୟ ପ୍ରବକ୍ତା ରିଚର୍ଡ ହେଚଟ୍ କହିଛନ୍ତି କି, ଗାଜା ପଟ୍ଟୀ ଆଖପାଖ ଅଞ୍ଚଳରୁ ହମାସ ଆତଙ୍କବାଦୀଙ୍କ ପାଖାପାଖି ୧୫ ଶହ ଶବ ମିଳିଛି । ସୁରକ୍ଷା ବାହିନୀ ଗାଜା ସହ ସୀମାର ନିୟନ୍ତ୍ରଣ ଉପରେ ଦଖଲ ଦେଇଛି । ଗତକାଲି ରାତିରୁ କେହି ବି ସୀମା ଭିତରକୁ ପ୍ରବେଶ କରିନଥିବା କଥା ସେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button