ମନୋରଞ୍ଜନ

ରାମଚନ୍ଦ୍ରଙ୍କ ଚରିତ୍ରକୁ ନ୍ୟାୟ ଦେବାକୁ ଆମିଷ ଓ ମଦ ଛାଡ଼ିବେ ରଣବୀର କପୁର – Ibnodisha

[ad_1]

ମୁମ୍ବାଇ: ବଲିଉଡ୍‌ରେ ଅ‌ନେକ ଦିନରୁ ରାମ‌ାୟଣ ଉପରେ ଏକ ଫିଲ୍ମ ତିଆରି ‌ହେଉଥିବା ଶୁଣିବାକୁ ମିଳୁଛି। ‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ରାମାୟଣକୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ତେ‌ବେ ଶୁଣିବାକୁ ମିଳିଛି ଯେ ଏହି ରାମାୟଣର ମୁଖ୍ୟ ଚରିତ୍ର ଅର୍ଥାତ, ରାମ ଓ ସୀତାଙ୍କ ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟ ନଜର ଆସିବେ। ତେବେ ଏ ନେଇ ଆନୁ‌ଷ୍ଠାନିକ ଘୋଷଣା ଦୀପାବଳିରେ‌ ହେବ ବୋଲି ସୂଚନା ରହିଛି।

ହେଲେ ଶୁଣିବାକୁ ମିଳୁଛି ଯେ ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ନିଭାଇବାକୁ ରଣବୀର କପୁର ମଦ ଓ ମାଂସକୁ ତ୍ୟାଗ କରିବା ନିଷ୍ପତ୍ତି ନେଇଛନ୍ତି। ନିଜ ଭିତରେ ରାମଚନ୍ଦ୍ରଙ୍କର ଏହି ଅନୁଭବକୁ ଆଣିବା ପାଇଁ ପୂରା ସାତ୍ବିକ ଜୀବନ ବିତାଇବେ ରଣବୀର। ସେ ଲୋକମାନଙ୍କୁ ଖୁସି କରିବାକୁ ନୁହେଁ, ବରଂ ନିଜ ଚରିତ୍ରକୁ ନ୍ୟାୟ ଦେବା ପାଇଁ ଆମିଷ ଓ ମଦ ତ୍ୟାଗ କରିବେ ବୋଲି ସୂଚନା ରହିିଛି।

ଏହି ପ୍ରୋଜେକ୍ଟକୁ ନେଇ ଏକ ଧମାକାଦାର ଖବର ଶୁଣିବାକୁ ମିଳୁଥିଲା। ସୂଚନା ରହିଥିଲା ଯେ ନିର୍ମାତା ଏହି ଫିଲ୍ମ ପାଇଁ ‘କେଜିଏଫ୍‌’ ଫେମ୍‌ ୟଶ୍‌ଙ୍କୁ ନେବାକୁ ଚିନ୍ତା କରିଥିଲେ। ନିର୍ମାତା ରାବଣର ଚରିତ୍ର ନିଭାଇବାକୁ ୟଶ୍‌ଙ୍କୁ ଚୟନ କରିଥିଲେ। କିନ୍ତୁ ପରଦାରେ ରାମ-ରାବଣ ଯୁଦ୍ଧରେ ରଣବୀର ବନାମ ୟଶ୍‌ଙ୍କ ଯୁଦ୍ଧ ଦେଖିବାକୁ ମିଳିବାକୁ ଥିବାରୁ ଦର୍ଶକଙ୍କ ମନରେ ବି ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଥିଲା। ମାତ୍ର ରାବଣ ଚରିତ୍ର କରିବାକୁ ୟଶ୍‌ ମନା କରି ଦେଇଛନ୍ତି। ରାମାୟଣର ସୁଟିଂ ଆଗାମୀ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button