ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେବେ ପୁଲକିତ୍-କ୍ରିତି – Ibnodisha

[ad_1]

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ ଯୋଡି ପୁଲକିତ୍ ସମ୍ରାଟ ଓ କ୍ରିତି ଖରବନ୍ଦା । ଗତ କିଛି ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଦୁହିଁଙ୍କ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହେବାରେ ଲାଗିଛି। କାର୍ଡ ଦେଖିବା ପରେ ଦୁହିଁଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଦେବା‌ ଆରମ୍ଭ କରିଛନ୍ତି। କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟଙ୍କ ବିବାହ କାର୍ଡ ବିଷୟରେ କହିବାକୁ ଗଲେ ଏଥିରେ ଦୁଇ ଜଣ ପୁରୁଷ ଓ ମହିଳା ଚେୟାରରେ ବସିଥିବାର ନଜର ଆସିଛନ୍ତି। ଘରର ବାଲକୋନିରେ ଦୁହେଁ ବସିଥିବା ବେଳେ ପୁରୁଷଜଣକ ହାତରେ ଗିଟାର ଧରି ବସିଛନ୍ତି ଏବଂ ମହିଳାଜଣକ ତାଙ୍କ ସହ ବସି ବାହାରକୁ ଦେଖୁଛନ୍ତି। ତାଙ୍କ ଚାରିପାଖରେ ତାଙ୍କର କୁକୁରମାନେ ବସିଥିବା ଦେଖାଯାଇଛି। କାର୍ଡର ଉପରେ ଲେଖା ଯାଇଛି ଯେ, ମୋ ସ୍କ୍ବାଡ ସହ ଜୀବନର ବଡ଼ ଦିନକୁ ପାଳନ କରିବା ପାଇଁ ଅପେକ୍ଷା କରିପାରିବି ନାହିଁ। ପୁଲକିତ ଏବଂ କ୍ରିତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button