ମନୋରଞ୍ଜନ

ପ୍ରଭାସଙ୍କର ବହୁତ ବଡ଼ ଫ୍ୟାନ୍ ଅମିତାଭ ବଚ୍ଚନ, ଖୁଲାସା କଲେ Kalki 2898 ADର ନିର୍ଦ୍ଦେଶକ

ପ୍ରଭାସଙ୍କ ଫିଲ୍ମ Kalki 2898 AD ଖୁବ ପ୍ରଶଂସା ସାଉଁଟିଛି । ଏହି ଫିଲ୍ମ ଏତେ ବଡ ହିଟ୍ ହେବ ବୋଲି କେହି ଆଶା କରିନଥିଲେ । ଏହି ଫିଲ୍ମରେ ପ୍ରଭାସଙ୍କ ସହ ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅନେକ ମାସ ଧରି ସିନେମା ହଲରେ ଧମାଲ କରିବା ପରେ, ଏହି ଫିଲ୍ମଟି ବର୍ତ୍ତମାନ OTT ପ୍ଲାଟଫର୍ମରେ ବେଶ ଲୋକପ୍ରିୟ ହୋଇପାରିଛି ।

Kalki 2898 ADର ନିର୍ଦ୍ଦେଶକ ନିକଟରେ ପ୍ରକାଶ କରିଛନ୍ତି ଯେ ଅମିତାଭ ବଚ୍ଚନ ପ୍ରଭାସଙ୍କର ଜଣେ ବଡ଼ ଫ୍ୟାନ୍ ବୋଲି ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ନାଗ ଅଶ୍ୱିନ୍ Kalki 2898 AD ନିର୍ଦ୍ଦେଶନା ଦେଇଛନ୍ତି । ନାଗ ଅଶ୍ୱିନ୍ କହିଛନ୍ତି ଯେ ଅମିତାଭ ବଚ୍ଚନ ପ୍ରଭାସଙ୍କର ଜଣେ ବହୁତ ବଡ଼ ଫ୍ୟାନ୍ ଅଟନ୍ତି । ଯେତେବେଳେ ସେ ପ୍ରଭାସଙ୍କ ସହ ସୁଟିଂ କରୁଥିଲେ, ତାଙ୍କର ପ୍ରତିକ୍ରିୟା ଏପରି ଥିଲା ଯେ ନାଗ ଅଶ୍ୱିନ ନିଜେ ଚକିତ ହୋଇଯାଇଥିଲେ । ଯେତେବେଳେ ପ୍ରଭାସ ଏବଂ ଅମିତାଭ ବଚ୍ଚନ ଏକାଠି ସେମାନଙ୍କର ଫାଷ୍ଟ ସୁଟିଂ କରୁଥିଲେ ସେତେବେଳେ ଅମିତାଭ ବହୁତ ଖୁସି ଥିଲେ ।

ଯେତେବେଳେ ପ୍ରଭାସ ଆସିଲେ, ସେ କହିଥିଲେ- ମୁଁ ବିଶ୍ୱାସ କରିପାରୁନି ମୁ ପ୍ରଭାସଙ୍କ ସହିତ ଅଭିନୟ କରିବି । ସେ ବହୁତ ଖୁସି ଥିଲେ । ପ୍ରଭାସଙ୍କ ସହ ସୁଟିଂ କରିବା ପରେ ବିଗ୍ ବି ଥଟ୍ଟା କରି କହିଥିଲେ ଯେ ବାହୁବଲୀ ଫ୍ୟାନ୍ସମାନେ ମୋ ଉପରେ କ୍ରୋଧିତ ହୋଇପାରନ୍ତି କାରଣ ମୁଁ ସେମାନଙ୍କ ହିରୋକୁ ମାରିଲି । କିଛି ଦୃଶ୍ୟ ଏଭଳି ଥିଲା ଯାହାକୁ ଏକାଠି ସୁଟ୍ ନ କରାଯାଇ ଅଲଗା ଅଲଗା ସୁଟିଂ କରିବାକୁ ପଡୁଥିଲା ଏଥିରେ ବିଗ୍ ବି ନିରାଶ ହୋଇଥିଲେ ।

ସେହିଭଳି ନାଗ ଅଶ୍ୱିନ୍ କହିଛନ୍ତି ଯେ ସାଲାର ପାର୍ଟ -1 ଦେଖିବା ପରେ ଅମିତାଭ ବଚ୍ଚନ ପ୍ରଭାସଙ୍କୁ କଲ୍ କରିଥିଲେ ଆଉ କହିଥିଲେ ମୁଁ ତୁମ ଫିଲ୍ମକୁ ଦୁଇଥର ଦେଖିଛି । ଏହା ଏକ ଚମତ୍କାର ଫିଲ୍ମ । Kalki 2898 AD ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ବକ୍ସ ଅଫିସରେ ୧୧୦୦ କୋଟି ଟଙ୍କା ସଂଗ୍ରହ କରିଥିଲା ​​। ଏହା ୨୦୧୪ର ସର୍ବାଧିକ ଆୟ କରିଥିବା ଫିଲ୍ମରେ ପରିଣତ ହୋଇଛି

Related Articles

Leave a Reply

Your email address will not be published. Required fields are marked *

Back to top button