ମନୋରଞ୍ଜନ

ଆଜି ସନ୍ଧ୍ୟାରେ ଘରେ ପ୍ରସ୍ତୁତ “ଆଳୁ ପନିର ରିଂଗ”ର ମଜା ନିଅନ୍ତୁ

ସନ୍ଧ୍ୟା ଚାହା ସହ କିଛି ସ୍ନାକ୍ସ କିମ୍ବା ଚଟପଟା ମିଳିଯାଏ ତ ଚାହାର ଟେଷ୍ଟ ଦୁଇ -ଗୁଣା ବଢିଯାଏ । ଦିନ କୁ ଦିନ ବଢୁଥିବା ରୋଗ କାରଣରୁ ବାହାର ଖାଦ୍ୟ ଖାଇବାକୁ ଲୋକେ ଆଉ ସେତେଟା ପସନ୍ଦ କରୁନାହାନ୍ତି । ଏପରି ସମୟରେ ଯଦି ଆପଣ ଘରେ କିଛି ପ୍ରସ୍ତୁତ କରି ଖାଇବେ ତେବେ ଆପଣ ମନ ପସନ୍ଦର ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରିବା ସହ ସୁସ୍ଥ ମଧ୍ୟ ରହି ପାରିବେ । ତେବେ ଆଜିର ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରି ଖାଆନ୍ତୁ “ଆଳୁ ପନିର ରିଂଗ” । ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକୀୟ ସାମଗ୍ରୀ:

ମଇଦା- ୨ କପ
ଜୁଆଣି -ଅଧା ଚାମଚ
ଲୁଣ – ସ୍ୱାଦ ଅନୁଯାୟୀ
ଘିଅ – ୫ ଚାମଚ
ପନିର – ୧୦୦ ଗ୍ରାମ କଟା ଯାଇଥିବା
ଆଳୁ – ସିଝା ଯାଇଥିବା
ଜିରା – କିଛି

ring

ହେଙ୍ଗୁ – ଗୋଟେ ଚୁଟକୀ
ଧନିଆ – କିଛି
କାଶ୍ମୀର ଲଙ୍କା ଗୁଣ୍ଡ – ଗୋଟେ ଚାମଚ
ହଳଦୀ – ଅଧା ଚାମଚ
ଆର୍ମଚୁର ଗୁଣ୍ଡ – ଅଧା ଚାମଚ
ଗରମ ମସଲା – ଅଧା ଚାମଚ
ତେଲ – ଛାଣିବା ପାଇଁ
ଧନିଆ ପତ୍ର – କଟା ଯାଇଥିବା

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ବାଉଲରେ ମଇଦା, ଲୁଣ, ଚାରି ଚାମଚ ତେଲ, ଜୁଆଣି ଦେଇ ଭଲ ଭାବେ ମିକ୍ସ କରନ୍ତୁ । ପରେ ଅଳ୍ପ ଅଳ୍ପ ପାଣି ଦେଇ ଏକ ଶକ୍ତ ଅଟା ଚକଟା ପ୍ରସ୍ତୁତ କରନ୍ତୁ । ଏବେ ଏହା ଉପରେ ଏକ ଓଦା କପଡା ଗୁଡ଼ାଇ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏବେ ଏକ ଷ୍ଟଫିଙ୍ଗ ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ୨ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଏବେ ସେଥିରେ ଜିରା, ହେଙ୍ଗୁ, ଧନିଆ, ହଳଦୀ, ପନିର,ଆଳୁ , ଗରମ ମସଲା, କାଶ୍ମୀର ଲାଲ ମିର୍ଚ୍ଚ ପାଉଡ଼ର, ଗରମ ମସଲା, ଆର୍ମଚୁର ପାଉଡ଼ର ଓ ଲୁଣ ଆଦି ଦେଇ ଭଲ ଭାବେ ଭାଜି ଦିଅନ୍ତୁ ।

ଏବେ ସେଥିରେ ଧନିଆ ପତ୍ର ଦେଇ ଭଲ ଭାବେ ମିକସ କରନ୍ତୁ । ଏବେ ଚକଟା ଯାଇଥିବା ଅଟାର ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ସେଗୁଡିକୁ ରୁଟି ଭଳି ବେଲି ନିଅନ୍ତୁ । ପରେ ତାହାକୁ ସ୍କ୍ୱାୟର ସାଇଜରେ କାଟି ଦିଅନ୍ତୁ । ଏବେ ସେଥିରେ ପୂର୍ବ ପ୍ରସ୍ତୁତ ସ୍ଟଫିଙ୍ଗ ଦେଇ ଗୁଡ଼ାଇ ଦିଅନ୍ତୁ । ଏବେ ଏହାକୁ ଗରମ ତେଲରେ ଛାଣି ଦିଅନ୍ତୁ । ଏବେ ଆପଣ ଏହାକୁ କୌଣସି ଚଟଣି କିମ୍ବା ଟମାଟୋ ସସ ସହିତ ଖାଇ ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button