IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତ୍ୱଚାରୁ ଦୂର ହେବ ସମସ୍ତ ସମସ୍ୟା, ବାସ୍‌ ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ

ମହିଳାଙ୍କ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ। ଯାହାର ଯତ୍ନ ନେବା ନିତାନ୍ତ ଜରୁରୀ ହୋଇଥାଏ। ମହିଳାମାନେ ନିଜର ତ୍ୱଚାର ଯତ୍ନ ନେବା ପାଇଁ ଦିନଯାକ ଅନେକ ପ୍ରକାର ଚେଷ୍ଟା କରନ୍ତି କିନ୍ତୁ ରାତିରେ ଶୋଇବା ପୂର୍ବରୁ ସେମିତି ଶୋଇପଡନ୍ତି। କିନ୍ତୁ ରାତିରେ ମୁହଁ ଧୋଇ ଶୋଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ, ତାହା ବିଷୟରେ ଜଣାଇବୁ। ଆସନ୍ତୁ ଜାଣିବା କ’ଣ ରହିଛି ଫାଇଦା…

wash

– ସବୁବେଳେ ଯୁବାବସ୍ଥା ଦେଖାଯିବାକୁ ଚାହୁଁଥିଲେ, ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଭଲଭାବେ ମୁହଁ ଧୁଅନ୍ତୁ। ରାତିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ଆପେ ଆପେ ହିଲ୍‌ କରିଥାଏ, ଯାହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ତ୍ୱଚାରେ କେମିକାଲ ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ବହୁତ ହାନିକାରକ ହୋଇଥାଏ।

Beautiful asian woman is washing her face

– କୋଷିକାରେ ଥିବା ମଇଳା ସଫା ହେବା ପାଇଁ ମୁହଁକୁ ଭଲଭାବେ ଧୋଇବା ଉଚିତ। ଦିନଯାକରେ ଧୂଳି, ମଳି ତ୍ୱଚାରେ ଜମା ହୋଇଥାଏ। ଯାହା ପାଇଁ ତ୍ୱଚା ଭଲଭାବେ ପବନ ନେଇପାରେ ନାହିଁ। ଏଥିପାଇଁ ବ୍ରଣ ଏବଂ ତ୍ୱଚାରେ ଭାଙ୍ଗ ଆସିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ମୁହଁ ଧୋଇବା ଉଚିତ।

– ଅଧିକାଂଶ ସମୟ ମେକଅପ୍‌ କରିବା ପରେ ଧୋଇବା ପାଇଁ ଭୁଲିଯାଉ। ଏମିତିରେ ଯେତେବେଳେ ଆମେ ହାଲକା ମେକଅପ୍‌ ଏବଂ କାଜଲ ଲଗାଉ। ଏପରି ସ୍ଥଳେ ଏହାକୁ ହଟାିବା ପାଇଁ ମଧ୍ୟ ଭୁଲିଯାଉ। ଫଳରେ ଆଖିପତା କେଶ ଝଡିବାକୁ ଆରମ୍ଭ କରିଥାଏ।

 

– ବ୍ରଣ କମ୍‌ ପାଇଁ ପ୍ରତିଦିନ ଫେସକୁ ଭଲଭାବେଓ୍ଵାସ୍‌ କରିବା ଉଚିତ। ମୁହଁକୁ ସଫା କରିବା ପାଇଁ ତ୍ୱଚାରୁ ବାହାରୁଥିବା ତେଲକୁ କଣ୍ଟ୍ରୋଲ କରିବାରେ ସହାୟକ ହେବ। ଫଳରେ ବ୍ରଣ ଉଠିବା କମ୍‌ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button