IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଓଜନ କମାଇବା ପାଇଁ ସବୁଠାରୁ ବେଶୀ ଲାଭଦାୟକ ହୋଇଥାଏ ଏହି ଡିଟକ୍ସ ୱାଟର, ଥରେ ଟ୍ରାଏ କରନ୍ତୁ ଆଉ ଦେଖନ୍ତୁ ଫଳାଫଳ

ବର୍ତ୍ତମାନ ଲକଡାଉନ ଚାଲିଥିବା କାରଣରୁ ଓଜନ ବୃଦ୍ଧି ଭଳି ସମସ୍ୟାକୁ ନେଇ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ଯଦି ଆପଣଙ୍କର ବି ସମାନ ଅଭିଯୋଗ ଅଛି ଏବଂ ଆପଣ ନିଜ ଆକୃତିର ଆକାରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆମେ ଆଣିଛୁ କିଛି ସହଜ ଉପାୟ । ଯେହେତୁ ଆମେ ସମସ୍ତେ ଜାଣୁ ଯେ ଏକ ସୁସ୍ଥ ଜୀବନଶୈଳୀରେ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଏକ ଡିଟକ୍ସ ସେବନ ବିଷୟରେ କହିବୁ ଯାହାକୁ ପିଇବା ଦ୍ୱାରା ଆପଣ ସୁସ୍ଥ ଏବଂ ଫିଟ୍ ରହିବେ । ଏହା ଜିରା, ଧନିଆ ଏବଂ ପାନମଧୁରୀରୁ ପ୍ରସ୍ତୁତ ଏକ ଡିଟକ୍ସ ପାନୀୟ । ଯାହାର ସେବନ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହିତ ଚର୍ମକୁ କୋମଳ ଏବଂ ସୁସ୍ଥ ବନାଇବାରେ ସାହାଯ୍ୟ କରିଥାଏ ।

ଜିରା

Being Marwari Whole Cumin Seeds (Jeera), 1.8kg: Amazon.in: Grocery ...

ଏହି ଭାରତୀୟ ମସଲା ଏହାର ବିଭିନ୍ନ ସ୍ୱାସ୍ଥ୍ୟ ଉପକାର ପାଇଁ ଜଣାଶୁଣା । ଜିରା ମଞ୍ଜି ହଜମ ସମସ୍ୟାକୁ ଦୂର କରିବା ସହିତ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଓଜନ ହ୍ରାସ କରିବାରେ ଏହା ମଧ୍ୟ ବହୁତ ଉପଯୋଗୀ ।

ଧନିଆ

Coriander Seeds For Weight Loss: Heres How To Use Dhaniya Seeds To ...

ଧନିଆ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ଏବଂ ଭିଟାମିନର ଏକ ଉତ୍ତମ ଉତ୍ସ । ଯାହା ଶରୀରର ଅଧିକ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଧନିଆ ମଞ୍ଜିରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଯାହା ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାର ଚିକିତ୍ସା ପାଇଁ ପ୍ରଭାବଶାଳୀ ହୋଇପାରେ । ତେଣୁ ଗ୍ରୀଷ୍ମ ସମୟରେ ଧନିଆର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । କାରଣ ଉତ୍ତାପ ଏବଂ ଝାଳ ଯୋଗୁଁ ଚର୍ମ ତେଲିଆ ହେବା ସହିତ ବିଭିନ୍ନ ଚର୍ମ ସମସ୍ୟା ସୃଷ୍ଟି କରିଥାଏ ।

ପାନମଧୁରୀ

Malabar Spices...: Perunjeerakam- Fennel seed or Aniseed?

 

ଗ୍ରୀଷ୍ମ ଋତୁରେ ବ୍ରଣ ଏକ ସାଧାରଣ ଚର୍ମ ସମ୍ବନ୍ଧୀୟ ସମସ୍ୟା ଏବଂ ପାନମଧୁରୀ ଚର୍ମକୁ ଥଣ୍ଡା ରଖିଥାଏ । ଏଥିରେ ଜିଙ୍କ, କ୍ୟାଲସିୟମ ଏବଂ ସେଲେନିୟମ ଭଳି ଗୁଣ ରହିଛି । ଯାହା ଶରୀରରେ ହରମୋନ୍ ଏବଂ ଅମ୍ଳଜାନ ସ୍ତରକୁ ସନ୍ତୁଳିତ କରିବା ପାଇଁ ଭଲ । ତାସହିତ ମଧୁରୀ ତ୍ୱଚାରେ ଚମକ ଆଣିଥାଏ ଏବଂ ଓଜନ ହ୍ରାସ କରିଥାଏ ।

  • ତାହେଲେ ବର୍ତ୍ତମନ ଆସନ୍ତୁ ଜାଣିବା ଜିରା-ଧନିଆ ଓ ମାଧୁରୀ ପାଣି କିପରି ପ୍ରସ୍ତୁତ କରିବେ ?
  • ଅଧା ଚାମଚ ଜିରା, ଧନିଆ ଏବଂ ମଧୁରୀକୁ ରାତିସାରା 1 ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ ।
  • ତା ପରଦିନ ସକାଳେ ଏହି ପାଣିକୁ ଭଲ ଭାବରେ ଫୁଟାଇ ଛାଣି ଦିଅନ୍ତୁ ।
  • ତାପରେ ଏଥିରେ କଳା ଲୁଣ, ମହୁ ଏବଂ ଅଧା ଲେମ୍ବୁ ରସ ମିଶାଇ ପିଇ ଦିଅନ୍ତୁ ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button