ମନୋରଞ୍ଜନ

ଏହିପରି ଭାବରେ ଘରେ ବନାନ୍ତୁ ‘ଚକୋଲେଟ କପକେକ୍‌’, ପାଟିରୁ ଛାଡିବନି ସ୍ୱାଦ

ସବୁବେଳେ ଦେଖିବାକୁ ମିଳେ ଯେ ପିଲାମାନଙ୍କୁ ମିଠା ଖାଇବାକୁ ପସନ୍ଦ। ସବୁବେଳେ ମିଠା ଖାଇବାକୁ ପିଲାମାନେ ପସନ୍ଦ କରନ୍ତି। ପିଲାମାନେ ସବୁବେଳେ କିଛି ଅଲଗା ଖାଇବାକୁ ଭଲ ପାଇଥାନ୍ତି। ପିଲାଙ୍କୁ କେକ୍ ବା ପେଷ୍ଟ୍ରୀ ଖାଇବାକୁ ବହୁଲ ଭଲ ଲାଗିଥାଏ। ଏମିତିରେ ବଜାରରେ ମିଳୁଥିବା କେକ କିମ୍ବା କପ୍ କେକ ଉପରେ ଭରଷା ନ ରଖି ଆପଣ ସହଜରେ ଘରେ କପ୍ କେକ୍ ବନାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ଚକୋଲେଟ କପକେକ’ ବନାଇବାର ରେସିପି ନେଇ ଆସିଛୁ ଯାହା ପିଲାମାନଙ୍କୁ ବହୁତ ଭଲ ଲାଗିଥାଏ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତି।

ଆବଶ୍ୟକୀୟ ସାମଗ୍ରୀ

ଲହୁଣୀ – ୧/୩ କପ୍‌

କଣ୍ଡେସଡ୍ ମିଲ୍କ – ୧/୨ କପ୍‌

ଚିନି – ଏକ ବଡ ଚାମଚ

ଭାନିଲା ଆସେନ୍ସ – ୧/୨ ଛୋଟ ଚାମଚ

ମଇଦା – ୧ କପ୍‌

ବିନା ଚିନିର କୋକୋ ପାଉଡର – ୩ ବଡ ଚାମଚ

ବେକିଂ ପାଉଡର – ୧ ଛୋଟ ଚାମଚ

ବେକିଂ ସୋଡା – ୧/୪ ଛୋଟ ଚାମଚ

ଲୁଣ – ଚିମୁଟାଏ

ଉଷୁମ ପାଣି – ୨-୪ ବଡ ଚାମଚ

ଚକୋଲେଟ ଚିପସ୍ – ୨ ବଡ ଚାମଚ

Chocolateପ୍ରସ୍ତୁତି ପ୍ରଣାଳୀ

-ମାଇକ୍ରୋୱେଭରେ ରଖାଯାଉଥିବା ୬ଟି କପରେ ସାମାନ୍ୟ ଲହୁଣୀ ଲଗାଇ ଦିଅନ୍ତୁ। ଏବେ ଏହାକୁ ଅଲଗା ରଖନ୍ତୁ।

-ଏକ ପାତ୍ରରେ ଲହୁଣୀ ନିଅନ୍ତୁ। ଲହୁଣୀ ପୂରା କଡା ହୋଇନଥିବ ଓ ପତଳା ହୋଇନଥିବ। ଲହୁଣୀକୁ ଭଲଭାବେ ଫେଟନ୍ତୁ।

-ଏବେ ଏଥିରେ ବଡ ଚାମଚ ଚିନି ଏବଂ ଏଥିରେ କଣ୍ଡେନସଡ୍ ମିଲ୍କ ମିଶାନ୍ତୁ। ଏହାପରେ ଭଲଭାବରେ ଫେଣ୍ଟି ଦିଅନ୍ତୁ। ଏହି ମିଶ୍ରଣ ଏକଦମ ହାଲୁକା ହୋଇଥିବା ଆବଶ୍ୟକ।

-ଏବେ ଏଥିରେ ଭାନିଲା ଏସେନ୍ସ ମିଶାନ୍ତୁ ଏବଂ କିଛି ସେକେଣ୍ଡ ପାଇଁ ଫେଣ୍ଟି ଚାଲନ୍ତୁ।

-ମଇଦା, କୋକୋ ପାଉଡର, ବେକିଂ ପାଉଡର ଏବଂ ଲୁଣ ମିଶାଇ ଛାଣି ଦିଅନ୍ତୁ।

-ଏବେ ମଇଦାର ମିଶ୍ରଣକୁ କଣ୍ଡେନସଡ୍ ମିଲ୍କ ଏବଂ ଲହୁଣୀ ମିଶ୍ରଣରେ ଅଳ୍ପ ଅଳ୍ପ କରି ମିଶାନ୍ତୁ ଏବଂ ଭଲଭାବେ ଫେଟନ୍ତୁ। କେକର ଘୋଳ ପ୍ରସ୍ତୁତ ହୋଇଗଲା ପରେ କିଛି ସମୟ ପାଇଁ ଛାଡି ଦିଅନ୍ତୁ।

-ଏବେ ଏହି କେକର ଘୋଳକୁ ରଖିଥିବା କପରେ ଭରନ୍ତୁ। ଧ୍ୟାନ ରଖନ୍ତୁ ଘୋଳକୁ ଏମିତି ଭରନ୍ତୁ ଯେମିତି ଏଥିରେ ଫୁଲିବା ପାଇଁ ସ୍ଥାନ ଥିବ।

-ଏହାପରେ ଏହା ଉପରେ ଚକୋଲେଟର ଛୋଟ ଖଣ୍ଡ ପକାଇ ସଜେଇ ଦିଅନ୍ତୁ।

-ଏବେ ଏହି କେକକୁ ମାଇକ୍ରୋୱେଭରେ ରଖିଦିଅନ୍ତୁ। ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ।

-କେକ୍ ହେଲା କି ନାହିଁ ଏହାର ଯାଞ୍ଚ କରିବା ପାଇଁ ଏକ ଟୁଥ୍ ପିକ ନିଅନ୍ତୁ ଏବଂ କେକକୁ ଯାଞ୍ଚ କରନ୍ତୁ। ଦେଖିବେ ଯଦି କେକ୍ ହୋଇଯାଇଥିବ ତେବେ ତାକୁ ବାହାରକୁ ବାହାର କରିଦିଅନ୍ତୁ।

-ଏବେ ଆପଣ କପ୍ କେକକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହାପରେ କେକକୁ ବାହାର କରି ଖାଇବାକୁ ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button