IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ରୋଗରେ ପଡୁଛନ୍ତି କି ? ଆପଣ ଶୋଉଥିବା ବେଡ୍‌ ହୋଇପାରେ ଏହାର ପ୍ରମୁଖ କାରଣ

ଅନେକ ଲୋକ ଅଛନ୍ତି ସେମାନଙ୍କ ଶରୀରରେ କୌଣସି ରୋଗ ନ ଥିଲେ ମଧ୍ୟ ବାରମ୍ବାର ଆଲର୍ଜି, ସଂକ୍ରମଣ, କାଶ ଏବଂ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ଯେତେ ଔଷଧ ସେବନ କଲେ କି ଆଣ୍ଟିବାୟୋଟିକ୍‌ ନେଲେ କିଛି କାମ କରେନାହିଁ। ଏହା କୌଣସି ସଂକ୍ରମଣ କିମ୍ବା ଶରୀର ଅସୁସ୍ଥ ରହିଲେ ହୋଇନଥାଏ ବରଂ ନିଜେ ଶୋଉଥିବା ବେଡ୍‌ର ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ। ଏଭଳି ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ଓ ଔଷଧ ସେବନ ପରିବର୍ତ୍ତେ ପ୍ରଥମେ ନିଜ ତକିଆ ପରିବର୍ତ୍ତନ କରନ୍ତୁ। ଅନେକ ଗବେଷଣା ପରେ ତଥ୍ୟ ସାମ୍ନାକୁ ଆସିଛି ଯେ, କୌଣସି ତକିଆକୁ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟବହାର କଲେ ତାହା ସ୍ୱାସ୍ଥ୍ୟ ବିଗିଡ଼ିବାର ପ୍ରମୁଖ କାରଣ ପାଲଟିଥାଏ।

bed

ଅନେକ ସମୟରେ ଏହି ବ୍ୟାକ୍ଟେରିଆ ଚର୍ମ ସଂକ୍ରମଣର କାରଣ ମଧ୍ୟ ପାଲଟିଥାଏ। ଆମେ ଯେତେବେଳେ ରୋଗରେ ପଡ଼ିଥାଉ, ସେତେବେଳେ ମଧ୍ୟ ଏହି ତକିଆ ବ୍ୟବହାର କରୁ। ଫଳରେ ଆଣ୍ଟିବାୟୋଟିକ୍‌ ସେବନରେ ରୋଗ ସିନା ଭଲ ହୋଇଯାଏ କିନ୍ତୁ ପୂରା ମାତ୍ରାରେ ନୁହେଁ।

ତକିଆ ଏବଂ ବିଛଣା ସହ ଜଡ଼ିତ ଏକ ଗବେଷଣାରୁ ଜଣାପଡ଼ିଛି, ଏହାକୁ ଅଧିକ ବର୍ଷ ବ୍ୟବହାର କରିବା ଦ୍ୱାରା ସେଥିରେ ଥିବା ଡେଡ୍‌ ସ୍କିନ୍‌ ସେଲ୍ସ ଯୋଗୁ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ ଏବଂ ବ୍ୟାକ୍ଟେରିଆ ଜନ୍ମ ନେଇଥାନ୍ତି। ଏହା ଶ୍ୱାସକ୍ରୟା ସମୟରେ ଆମ ଶରୀର ଭିତରକୁ ପ୍ରବେଶ କରିଯାନ୍ତି। ଫଳରେ ବାରମ୍ବାର ରୋଗରେ ପଡ଼ିବାକୁ ହୁଏ।

11

ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ଆପଣ ବ୍ୟବହାର କରୁଥିବା ତକିଆ, ବେଡ ପରିବର୍ତ୍ତନ କରାନ୍ତୁ। ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ।ଆପଣଙ୍କୁ ହେଉଥିବା ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା ପାଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button