IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ୪ଟି ପୋଷକ ତତ୍ତ୍ୱକୁ ନିଜ ଆହାରରେ ନିଶ୍ଚୟ ସାମିଲ କରନ୍ତୁ ପୁରୁଷ, ରହିବନି ଶାରୀରିକ ସମସ୍ୟା

ଏମିତି ତ ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ଯତ୍ନଶୀଳ ଥାନ୍ତି। ମାତ୍ର ଜିମ୍‌ ଯିବା ବଡି ବନାଇବା କାରଣରୁ ସେମାନେ କିଛି ଜିନିଷ ଖାଇବାକୁ ବାରଣ କରିଥାନ୍ତି। ଫଳରେ ସେମାନଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ। ଫଳସ୍ୱରୂପ ସେମାନେ ବିଭିନ୍ନ ରୋଗ ବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଆସନ୍ତୁ ଜାଣିବା ପୁରୁଷମାନେ କେଉଁ ଖାଦ୍ୟ ପଦାର୍ଥର ସେବନ ନିହାତି କରିବା ଦରକାର;

ପାଳଙ୍ଗ:

 

ପାଳଙ୍ଗ କେବଳ ମହିଳାଙ୍କ ପାଇଁ ନୁହେଁ, ପୁରୁଷଙ୍କ ପାଇଁ ମଧ୍ୟ ବେଶ୍‌ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ। ପାଳଙ୍ଗରେ ପ୍ରଚୁର ପରିମାଣରେ ଓମେଗା ୩ ଏସ୍‌ ଏବଂ ଫୋଲେଟ୍‌ ରହିଥାଏ, ଯାହା ମସଲ୍‌ସ ତିଆରି କରିବା ସହ ହୃଦ୍‌ ରୋଗ ଓ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ। ଏଣୁ ପ୍ରତିଦିନ ପୁରୁଷଙ୍କୁ ଅତିକମ୍‌ରେ କପେ ତାଜା ପାଳଙ୍ଗ ଜୁସ୍‌ ପିଇବା ଉଚିତ୍‌।

ଡାର୍କ ଚକୋଲେଟ୍‌:

ଅଧିକାଂଶ ପୁରୁଷଙ୍କୁ ଚକ୍‌ଲେଟ୍‌ ଖାଇବା ପସନ୍ଦ ନଥାଏ। ମାତ୍ର ଡାର୍କ ଚକୋଲେଟ୍‌ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଯାହାର ସକାରାତ୍ମକ ପ୍ରଭାବ କୋଲୋଷ୍ଟ୍ରଲ ଉପରେ ପଡ଼ିଥାଏ। ଏଥିସହ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବଢ଼ାଇବାରେ ମଧ୍ୟ ଚକୋଲେଟ୍‌ ସାହାଯ୍ୟ କରେ।

ଗ୍ରୀନ୍‌ ଟି:

ଗ୍ରୀନ୍‌ ଟି ସେବନ କରିବା ଦ୍ୱାରା କେବଳ ଓଜନ କମିନଥାଏ, ନିୟମିତ ସେବନ କରିବା ଦ୍ୱାରା ବହୁତ ରୋଗ ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରେ।

ବ୍ଲୁ-ବେରି:

ବ୍ଲୁ-ବେରିରେ ଅଧିକ ପରିମାଣରେ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ, ଯାହା ଶରୀରରେ ବୟସ ସହ ବଢ଼ୁଥିବା ରୋଗକୁ ସାମ୍ନା କରିବାରେ ସାହାଯ୍ୟ କରେ। ଏଥିରେ ଥିବା ଫାଇବର ଏବଂ ଭିଟାମିନ୍‌ ଏ ଓ ସି ହୃଦ ସମ୍ବନ୍ଧୀୟ ରୋଗ ଉପଶମ କରିବାରେ ସହାୟକ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button