ମନୋରଞ୍ଜନ

ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର, ଥରେ ବ୍ୟବହାର କରି ଦେଖନ୍ତୁ

ଆମେ ସାଧାରଣତଃ ସାମାନ୍ୟ ଠାରୁ ଅଧିକ ଯତ୍ନ ନେଇଥାଏ। ଚମକପୂର୍ଣ୍ଣ ତ୍ୱଚା ପାଇବା ପାଇଁ ଅନେକ ଉପାୟକୁ ଆପଣେଇଥାନ୍ତି। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ କର୍ପୂରକୁ ନଡିଆ ତେଲରେ ମିଶାଇ ଚେହେରାରେ ମସାଜ୍‌ କରନ୍ତୁ। ଯଦି ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ, ଘା କିମ୍ବା ଜଳିଯାଇଥାଏ ତେବେ କର୍ପୂରକୁ ପାଣିରେ ମିଶାଇ ଆଘାତ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହା ଜ୍ୱଳନକୁ କମ୍‌ କରି ଥଣ୍ଡା ପହଁଚାଇଥାଏ।

-ପେଟ ଯନ୍ତ୍ରଣା ହେବା ଦ୍ୱାରା କର୍ପୂର, ଜୁଆଣୀ ଏବଂ ପୋଦିନାକୁ ସର୍ବତରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ। ଥଣ୍ଡା, ଜ୍ୱର ଏବଂ ଫସଫସ୍‌ ସମ୍ବନ୍ଧୀୟ ରୋଗରେ କର୍ପୂର ସୁଙ୍ଘିବା ଦ୍ୱାରା ଫାଇଦା ମିଳିଥାଏ।

camphor-ପାଦ ଫାଟିଥିଲେ ଏହାର ଅଭ୍ୟର୍ଥ ଔଷଧ ହେଉଛି କର୍ପୂର। ଉଷୁମ ପାଣିରେ କର୍ପୂର ମିଶାନ୍ତୁ ଏହାପରେ ସେହି ପାଣିରେ ପାଦକୁ ବୁଡାଇ ୧୫ ରୁ ୨୦ ମିନିଟ୍‌ ରଖନ୍ତୁ ଏହାପରେ ଏଡି ଫଟାରୁ ସାମାନ୍ୟ ଆରାମ ମିଳିଥାଏ।

-ତ୍ୱଚା ଲାଲ ହୋଇଯାଇଥିଲେ କର୍ପୂରକୁ ଅଳ୍ପ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାପରେ ଲାଲ ପଡିଥିବା ସ୍ଥାନରେ ଲଗାନ୍ତୁ।

white-camphor-oil-କେଶ ଝଡିବା ସମସ୍ୟା ହେଉଥିଲେ କର୍ପୂର ତେଲରେ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶ ଝଡିବା ଧୀରେ ଧୀରେ କମ୍‌ ହୋଇଯାଇଥାଏ। ରୂପି ସମସ୍ୟା ଥିଲେ ମଧ୍ୟ ଏହା କାମରେ ଆସିବ।

-ଆଣ୍ଠୁ ଯନ୍ତ୍ରଣାରେ କର୍ପୂର ତେଲକୁ ମାଲିସ୍‌ କରିବା ଦ୍ୱାରା ଆରାମ ଲାଗିଥାଏ। ଏହା ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାସହିତ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ମଧ୍ୟ ବହୁତ କାରିଗର ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button