ମନୋରଞ୍ଜନ

ଆଜି ହିଁ ଘରେ ବନାନ୍ତୁ ଟମାଟୋ ଦୋସା, ସନ୍ଧ୍ୟା ବେଳକୁ କରନ୍ତୁ ସ୍ପେଶାଲ

ଆପଣ ନିଶ୍ଚିତ ଭାବେ ସାଉଥ ଇଣ୍ଡିଆନ ଦୋସା ଖାଇଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହାକୁବିଭିନ୍ନ ପ୍ରକାର ଉପାୟରେ ପ୍ରସ୍ତୁତ କରାଯାଇଥାଏ ଭିନ୍ନ ସ୍ୱାଦ ଦିଆଯାଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଟମାଟୋ ଦୋସା ବିଞରେ ଜଣାଇବୁ, ଯାହା ଆପଣଙ୍କ ବ୍ରେକଫାଷ୍ଟ ଏବଂ ସନ୍ଧ୍ୟା ବେଳର ଟିଫିନକୁ ସ୍ପେଶାଲ କରିଥାଏ।

tt

ଆବଶ୍ୟକ ସାମଗ୍ରୀ :

ଅଟା: ୧ କପ୍‌
ଚଣା ଅଟା : ୨ ଚାମଚ
ଟମାଟର: ୩ଟି
ତେଲ ୧/୨ କପ୍‌
କଞ୍ଚାଲଙ୍କା : ୩
ସୁଜି: ୧ କପ୍‌
ରସୁଣ : ୪ଟ କୋଲା
ସୋଡା: ୧ ଚୁଟ୍‌କୀ
ଧନିଆପତ୍ର :
ଲୁଣ : ସ୍ୱାଦୁନସୁାରେ
ହଳଦୀ : ୧ ଚାମଚ
ଜିରା ପାଉଡର : ୧/୨ ଚାମଚ
ଘିଅ : ୩ ଚାମଚ
ବଟର : ୩ ଚାମଚ

dosa

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ରସୁଣ, ଟମାଟର ଏବଂ କଞ୍ଚାଲଙ୍କାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏକ ଜାଗାରେ ସୁଜି, ଚାଉଳ ଅଟା, ଚଣା ଅଟା, ଲୁଣ, ସୋଡା ଏବଂ ବାକି ମସଲା ପକାଇ ମିଶାଇ ଦିଅନ୍ତୁ। ଏହା ପରେ ଛୋଟ ଛୋଟ କଟା ହୋଇଥିବା ଧନିଆପତ୍ର ଏବଂ ପାଣି ଦେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ୫ ମିନିଟ ଘୋଳକୁ ରଖିଦିଅନ୍ତୁ। ୫ ମିନିଟ୍‌ ପରେ ଏହାକୁ ଗ୍ରାଇଣ୍ଡରରେ ପେଷ୍ଟ କରିଦିଅନ୍ତୁ। ଏବେ ତାଓ୍ଵାରେ ତେଲ ପକାଇ ପିଠା କଲାଭଳି ଆଣ ଢାଳି ଦୋସା ତିଆରି କରନ୍ତୁ। ଏହା ଉପରେ ତେଲ କିମ୍ବା ବଟର ପକାଇ ମଧ୍ୟମ ଆଞ୍ଚରେ ବସାଇ ଦିଅନ୍ତୁ। ଦୁଇ କଡ ଭଲଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଟମାଟୋ ଦୋସା। ଏହାକୁ ଏବେ ମନ ପସନ୍ଦର ଚଟଣୀ ଲଗାଇ ଖାଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button