ମନୋରଞ୍ଜନ

ସୁଜାନେ ଛାଡ଼ପତ୍ର ବେଳେ ଟଙ୍କା ନେଇଥିବା ପ୍ରସଂଗରେ ଏପରି କହିଲେ ହ୍ରିତିକ ରୋଶନ – Ibnodisha

[ad_1]

ନୂଆଦିଲ୍ଳୀ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ସେମାନେ ‌ଏବେ ନିଜ ସଂପର୍କକୁ କେବେ ଲୁଚାଇବାର ପ୍ରୟାସ କରନ୍ତି ନାହିଁ। ଏକଥା ସମସ୍ତଙ୍କୁ ଜଣା ଯେ ହ୍ରିତିକ ଓ ସବା ପରସ୍ପରଙ୍କ ସହ ପ୍ରେମ ସଂପର୍କରେ ଅଛନ୍ତି।

ତେବେ ଆପଣ ଜାଣନ୍ତି କି ହ୍ରିତିକଙ୍କଠାରୁ ଛାଡ଼ପତ୍ର ନେବା ବେଳେ କେତେ ଟଙ୍କା ନେଇଥିଲେ ସୁଜାନେ? ସୂତ୍ରରୁ ପ୍ରକାଶ ଯେ ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜାନେ ହ୍ରିତିକଙ୍କଠାରୁ ୪୦୦ କୋଟି ଟଙ୍କା ନେଇଥିଲେ। ଏହି ଖବର ବିଭିନ୍ନ ଗଣାମଧ୍ୟମରେ ଚର୍ଚ୍ଚା ହୋଇଥିବା ବେଳେ ନିଜେ ହ୍ରିତିକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନେ ତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି। ଛାଡ଼ପତ୍ର ବେଳେ ସୁଜାନେଙ୍କୁ ସେ କିିଛି ଟଙ୍କା ଦେଇନାହାନ୍ତି।

ସୂଚନା ଅନୁସାରେ ହ୍ରିତିକ ଓ ସୁଜାନେ ୨୦୦୦ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ। ୨୦୧୪ ମସିହାରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇଥିଲେ। ତା’ପରଠାରୁ ହ୍ରିତିକ ସବାଙ୍କୁ ଡେଟ୍‌ କରୁଥିବା ବେଳେ ଅର୍ସନାଲ୍‌ ଗୋନିଙ୍କୁ ଡେଟ୍‌ କରୁଛନ୍ତି ସୁଜାନେ।

କାମ ବିଷୟରେ କହିବାକୁ ଗଲେ ଆଗକୁ ହ୍ରିତିକଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍‌’ରେ ଦୀପିକା ପାଦୁକୋନଙ୍କ ସହ ଦେଖିବାକୁ ମିଳିବ। ଆପଣ ଜାଣି ଖୁସି ହେବେ ଯେ ହ୍ରିତିକଙ୍କ ପୁଅ ଏବେ ବେଶ୍‌ ବଡ଼ ହୋଇଗଲେଣି। ସେ ବାପାଙ୍କ ପରି ବେଶ୍‌ ହ୍ୟାଣ୍ଡସମ୍ ହୋଇଛନ୍ତି। ହ୍ରିତିକଙ୍କୁ ସୋମବାର ଏକ ରେଷ୍ଟୁରାଣ୍ଟ୍‌ ବାହାରେ ତାଙ୍କ ପୁଅ ରିଦାନ ଏବଂ ରିହାନଙ୍କ ସହ ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button