ମନୋରଞ୍ଜନ

ସ୍ୱପ୍ନରେ ସମାଧି ସ୍ଥାନ ସହ ଏହି ସବୁ ଜିନିଷ ଦେଖୁଛନ୍ତି କି ? ତେବେ ଜାଣନ୍ତୁ ଦେଇଥାଏ କି ସଂକେତ

ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ ପ୍ରକ୍ରିୟା। ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଯେଉଁ ସମୟରେ ଜଣେ ବ୍ୟକ୍ତିଙ୍କ ଭବିଷ୍ୟତରେ କିଛି ହେବାର ଆଶଙ୍କା ରହିଥାଏ ସେହି ସମୟରେ ହିଁ ସ୍ୱପ୍ନ ଆସିଥାଏ। ଏହି ସ୍ୱପ୍ନ ମନ୍ୟୁଷ ସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ସଂକେତ ଦେଇଥାଏ। ପ୍ରତ୍ୟେକ ସ୍ୱପ୍ନର ନିଶ୍ଚିନ୍ତ କୌଣସି ନା କୌଣସି ଉଦେଶ୍ୟ ରହିଥାଏ, ସେ ଶୁଭ ହେଉ କିମ୍ବା ଅଶୁଭ। ସେହିଭଳି ଆଜି ଆମେ ଆପଣଙ୍କୁ କହିବୁ କିଛି ଶୁଭ ସଂକେତ ବିଷୟରେ , ଯାହା ସ୍ୱପ୍ନରେ ଆସିବା ପରେ ଶୁଭ ସଂକେତ ଦେଇଥାଏ। ତେବେ ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ ସ୍ୱପ୍ନର ଅର୍ଥ।

-ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ ଗୋଲାପ ଦେଖାଯାଇଥାଏ ତେବେ ତାହା ଶୁଭ ସଂକେତ ଦେଇଥାଏ। ମାନ୍ୟତା ରହିଛି ସ୍ୱପ୍ନରେ ଗୋଲାପ ଦେଖିବା ଦ୍ୱାରା ବ୍ୟକ୍ତିଙ୍କ ଅନେକ ଦିନ ଧରି ଅଟକି ରହିଥିବା ଟଙ୍କା ବହୁତ ଜଲଦି ମିଳିବାର ସଂକେତ ଦେଇଥାଏ ଏବଂ ସେହି ବ୍ୟକ୍ତିଙ୍କ ମନୋସ୍କାମନା ବହୁତ ଜଲଦି ପୂରଣ ହୋଇଥାଏ।

parrot-ସ୍ୱପ୍ନଶାସ୍ତ୍ର ଅନୁଯାୟୀ , ଯେତେବେଳେ କୌଣସି ବ୍ୟକ୍ତି ନିଜ ସ୍ୱପ୍ନରେ ଶୁଆ ଦେଖିଥାନ୍ତି ତେବେ ଭାବି ନିଅନ୍ତୁ ଏହା ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ। ସ୍ୱପ୍ନରେ ଶୁଆ ଦେଖିବା ବହୁତ ଶୁଭ ହୋଇଥାଏ।

-ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ତାରା ଦେଖାଯାଏ ତେବେ ଏହା ମଧ୍ୟ ଶୁଭ ହୋଇଥାଏ। ସ୍ୱପ୍ନରେ ତାରା ଦେଖିବାର ଅର୍ଥ ହେଉଛି ପରିବାରର କୌଣସି ସଦସ୍ୟଙ୍କୁ ଲାଭ ମିଳିବା କିମ୍ବା ବ୍ୟବସାୟରେ ବୃଦ୍ଧି ହେବାର ସଂକେତ ଦେଇଥାଏ।

dream-ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ନିଜକୁ କବର ସ୍ଥାନରେ ଦେଖିଥାନ୍ତି ତେବେ ଏହାର ଅର୍ଥ ମାନ-ସମ୍ମାନରେ ବୃଦ୍ଧି ହେବାର ସଂକେତ ଦେଇଥାଏ। ଏଥିସହ ଆପଣ ଅନ୍ୟ ଲୋକଙ୍କୁ ଦେଇଥିବା ଯଙ୍କା ବହୁତ ଜଲଦି ପାଇପାରିବେ।

-ଏହାବ୍ୟତୀତ ଯଦି ସ୍ୱପ୍ନରେ ଝିଟିପିଟି ଦେଖାଯାଇଥାଏ ତେବେ ଏହା ବହୁତ ଶୁଭ ସଂକେତ। କୁହାଯାଇଥାଏ ସ୍ୱପ୍ନରେ ଝିଟିପିଟି ଦେଖିବା ଧନ ପ୍ରାପ୍ତିର ସଂକେତ ଦେଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button