ମନୋରଞ୍ଜନ

ରବିବାରରେ କରନ୍ତୁ ଫନ୍‌ , ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲରେ ବଟର ଚିକେନ୍‌

ନନଭେଜ୍‌ ଖାଦ୍ୟର ସୌକିନ୍‌ ହୋଇଥିଲେ ଆଜି ହିଁ ଘରେ ବନାନ୍ତୁ ବଟର ଚିକେନ। ଏବେ ଆପଣ ଭାବୁଥିବେ ଘରେ କଣ ରେସ୍ତୋରାଁ ଭଳି ସ୍ୱାଦ ମିଳିପାରିବ। ତେବେ ଆମେ କହୁଛୁ ନିଶ୍ଚିତ ହେବ ଥରେ ଆପଣ ଏହାକୁ ପ୍ରସ୍ତୁତ କରି ତ ଦେଖନ୍ତୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ
-ଅଧା କିଲୋ ଚିକେନ

-ତିନିଟି ପିଆଜ

-ବଟର

-ରସୁଣ କୋଲା

-ଟମାଟୋ

-ଚାରିଟି କଞ୍ଚା ଲଙ୍କା

-ଅଦା ଖଣ୍ଡ

-ଦୁଇ ବଡ ଚାମଚ ଧନିଆ ପାଉଡର

-ଦୁଇ ବଡ ଚାମଚ ଚିକେନ୍‌ ମସଲା

-ଲୁଣ ସ୍ୱାଦାନୁସାରେ

-ତେଲ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ
-ସର୍ବପ୍ରଥମେ ଚିକେନକୁ ପିସ୍‌ କରି ଭଲ ଭାବେ ଧୋଇ ହଳଦି, ଲୁଣ ଏବଂ ବଟର ମିଶାଇ ବାସନରେ ରଖନ୍ତୁ।

-ପିଆଜ, ରସୁଣ ଏବଂ ଅଦା ମିକ୍ସ କରି ପେଷ୍ଟ କରିଦିଅନ୍ତୁ।

-ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।

-ତେଲ ଗରମ ହେବା ପରେ ଏଥିରେ ପିଆଜ, ରସୁଣ ଏବଂ ଅଦା ପେଷ୍ଟ ପକାନ୍ତୁ।

-ମିଶ୍ରଣକୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ମସଲାରୁ ତେଲ ନ ଛାଡିଛି।

-ଏବେ ଏହି ମସଲାରେ ହଳଦି, ଲଙ୍କା, ଧନିଆ ପତ୍ର, ଚିକେନ ମସଲା ପାଉଡର ଏବଂ ଅଳ୍ପ ପାଣି ମିଶାଇ ଚଲାନ୍ତୁ।

-ଏହା ଭଲଭାବେ କଶି ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ବଟର ଚିକେନ୍‌ ପ୍ରସ୍ତତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button