ମନୋରଞ୍ଜନ

ସାଉଥ ସୁପରଷ୍ଟାର ପ୍ରତିଶ୍ରୃତି ରକ୍ଷା କରି ୧୦୦ପରିବାରକୁ ଲକ୍ଷେ ଟଙ୍କା ଲେଖାଏଁ ଦେଲେ – Ibnodisha

[ad_1]

ହାଇଦ୍ରାବାଦ: ନିକଟରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖୁସି’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରୁଥିବା ‌ବେଳେ ଫିଲ୍ମର ବ୍ୟବସାୟକୁ ନେଇ ବିଜୟ ବହୁତ ଖୁସି ଅଛନ୍ତି। ଏହି ଖୁସିକୁ ଜାହିର କରିବା ପାଇଁ ସେ ତାଙ୍କ ପ୍ରଶଂସକଙ୍କୁ ବଡ଼ ଉପହାର ଦେବେ ବୋଲି କହିଥିଲେ ଅର୍ଥାତ ତାଙ୍କ ପାରିଶ୍ରମିକରୁ ପ୍ରଶଂସକଙ୍କୁ ୧କୋଟି ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେଇଥିଲେ। ବିଜୟ ପ୍ରଶଂସକଙ୍କୁ ଦେଇଥିବା ଏହି ପ୍ରତିଶ୍ରୃତି ରକ୍ଷା କରିଛନ୍ତି।

ନିକଟରେ ବିଜୟ ୧୦୦ଟି ପରିବାରକୁ ୧ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟି ଖୁବ ଖୁସି ହୋଇଯାଇଛନ୍ତି। ଏହି କ୍ରମ‌ରେ ୧୦୦ ପରିବାର ବି ୧ଲକ୍ଷ ଟଙ୍କା ବିଜୟଙ୍କ ଠାରୁ ପ୍ରାପ୍ତ କରିବା ପରେ ଅଭିନେତାଙ୍କୁ ଆଲିଙ୍ଗନ କରି ଖୁସିରେ କାନ୍ଦି ପକାଇଥିଲେ। ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମରେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସମେତ ନିର୍ଦ୍ଦେଶକ ଶିବା ନିର୍ବାଣ ଓ ପ୍ରଯୋଜକ ନବୀନ ୟେରନେନି ଓ ୱାଇ ରବିଶଙ୍କର ବି ସାମିଲ ରହିଥିଲେ।

ସିନେମା ପ୍ରଯୋଜକ ନବୀନ ୟରନେନି କହିଛନ୍ତି, ‘ଆମର ସିନେମା ଖୁସି ୧୦୦କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିବା ସହିତ ସୁପରହିଟ ହୋଇଛି।  ଏହି ସଫଳତା ପାଇଁ ଆମେ ଦର୍ଶକ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ। ମୁଁ ବିଜୟଙ୍କ ଏହି ନିଷ୍ପତ୍ତିରେ ଖୁସି ଅଛି। ସେ ୧୦୦ଟି ପରିବାରକୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି। ଯାହାକି ଅତ୍ୟନ୍ତ ପ୍ରଶଂସଯୋଗ୍ୟ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button