IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ଚାରିପାଖେ ବି ରହୁଛି କି ନକରାତ୍ମକ ଉର୍ଜା, ଏଭଳି ଭାବେ କରନ୍ତୁ ପ୍ରତିକାର

ବିନା କାରଣରେ ଆପଣଙ୍କର କାହା ସହ ଝଗଡ଼ା ହେଉଛି ବା ମନ ଖରାପ ରହୁଛି। କୌଣସି କାମରେ ମନ ଲାଗୁନି କିମ୍ବା ବିନା କାରଣରେ ଚିଡ଼ଚିଡା ଲାଗୁଥିଲେ ଏହାର କାରଣ ନକରାତ୍ମକ ଉର୍ଜା ହୋଇପାରେ। ନେଗେଟିଭ ଏନର୍ଜି ଯୋଗୁ ମନ ନିଜ ଆୟତ୍ତରେ ରହିନଥାଏ। ଏଥିପାଇଁ ବାସ୍ତୁ ଦୋଷ ମଧ୍ୟ କେତେକାଂଶରେ ଦାୟୀ। ଆସନ୍ତୁ ଜାଣିବା କେଉଁ କେଉଁ ସଙ୍କେତରୁ ଜାଣିପାରିବେ ଆପଣଙ୍କ ଆଖପାଖରେ ନକରାତ୍ମକ ଉର୍ଜା ରହିଛି କି ନାହିଁ…

ଯଦି ଆପଣ ସବୁବେଳେ ଥକା ଅନୁଭବ କରୁଛନ୍ତି, କୌଣସି କାମରେ ମନ ଲାଗୁନାହିଁ; ତେବେ ଏଥିପାଇଁ ଆଖପାଖରେ ଥିବା ନକରାତ୍ମକ ଉର୍ଜା ଦାୟୀ। ଏଭଳି ସ୍ଥିତିରେ ଖୁବଶୀଘ୍ର ସେହି ସ୍ଥାନ ଛାଡ଼ି ଚାଲିଯାଆନ୍ତୁ।

ଯଦି କ୍ୟାରିୟରରେ ଉନ୍ନତି ହେଉନାହିଁ। ଯେତେ ପରିଶ୍ରମ କଲେ ବି ଫଳ ମିଳୁନାହିଁ ତେବେ ଏଥିପାଇଁ ମଧ୍ୟ ନେଗେଟିଭ ଏନର୍ଜି ଦାୟୀ। ଆଖପାଖରେ ଥିବା କୌଣସି ଅଦୃଶ୍ୟ ଶକ୍ତି ଆପଣଙ୍କ ସଫଳତା ରାସ୍ତାରେ ବାଧକ ସାଜୁଛି। ତେଣୁ ଏଭଳି ସ୍ଥିତିରୁ ବାହାରକୁ ଆସିବାକୁ ଚେଷ୍ଟା କରନ୍ତୁ।

ଯଦି ଆପଣଙ୍କ ମନରେ କିଛି ନକରାତ୍ମକ ଚିନ୍ତାଧାରା ବାରମ୍ବାର ଆସୁଛି, କେହି ବୁଝାଇବା ପରେ ବି ଆପଣ ନିଜ ଚିନ୍ତାଧାରାକୁ ବଦଳାଇ ପାରୁନାହାନ୍ତି। ତେବେ ଏଥିପାଇଁ ମଧ୍ୟ ଆଖପାଖର ଏନର୍ଜି ଦାୟୀ। ଏଥିରୁ ମୁକ୍ତି ପାଇବାକୁ କିଛି ବହି ପଢନ୍ତୁ, ଗୀତ ଶୁଣନ୍ତୁ। ମନ ଶାନ୍ତ ରହିବ।

ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ, କୌଣସି କାମରେ ମନ ଲାଗୁନଥିଲେ। କେହି ଭଲ କଥା କହିଲେ ବି ଚିଡ଼ ମାଡ଼ିବା ଭଳି ସମସ୍ୟା ଦେଖାଦେଉଥିଲେ, ଏଥିପାଇଁ ବି ଖରାପ ଉର୍ଜା ଦାୟୀ। ନକରାତ୍ମକ ଶକ୍ତି ପ୍ରଭାବରେ ଏସବୁ ସମସ୍ୟା ଦେଖାଯାଇପାରୁଥାଏ। ଏଭଳି ସ୍ଥିତିରେ ସକାରାତ୍ମକ ଚିନ୍ତାଧାରା ମନରେ ଜାଗ୍ରତ କରନ୍ତୁ। ପରିବାର ଲୋକଙ୍କ ସହ କଥା ହୁଅନ୍ତୁ। ଦେଖିବେ ହାଲକା ଲାଗିବ ଓ ସବୁ ସମସ୍ୟା ଦୂର ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button