IBN ଓଡ଼ିଶା ବ୍ୟୁରୋ

ମୂଷା, ମଶା, ମାଛି, ଅସରପା ସବୁ ଦିନ ପାଇଁ ଘର ଛାଡି ପଳେଇବେ, ବାସ କରନ୍ତୁ ଏହି ଦେଶୀ ଉପାୟ

, ମୁ ଆଜି ଆପଣମାନଙ୍କୁ ଏମିତି ଏକ ଉପାୟ କହିବି ଯାହାକୁ ପ୍ରୟୋଗ କରିବା ଦ୍ଵାରା ଘରର ସମସ୍ତ ମଶା , ମାଛି  ଅସରପା ଘର ଛାଡି ପଳେଇବେ । ଏହି  ଋତୁରେ ମଶା ଅଧିକ ହୋଇଯାଇଥାନ୍ତି ଘରେ ରହିବା କଷ୍ଟକର ହୋଇଯାଇଥାଏ । ଆମ ଖାଦ୍ୟ ରେ ମଶା ମାଛି ପଡିବା ଦ୍ଵାରା ଏହା ବିଷାକ୍ତ ରେ ପରିଣତ ହୋଇଯାଏ । ଏହାକୁ ଖାଇବା ଯୋଗୁଁ ଶରୀରକୁ ରୋଗ ଆକ୍ରାନ୍ତ ହୋଇଥାଏ ।

 

ବେଳେ ବେଳେ ଜ୍ଵର ମଧ୍ୟ ହୋଇଥାଏ । ଏହି ସମସ୍ୟାକୁ ଆମେ କିପରି ଦୂର କରିବା ତାହା ଛଡା ଯଦି  ଘରେ ମୂଷା ଓ ଅସରପା ଅଧିକ ଆସୁଥାନ୍ତି । ତେବେ ଏହି ଉପଚାର କୁ କରନ୍ତୁ , ଦେଖିବେ  ଆପଣଙ୍କ ଘରେ ଏହା ଦେଖାଯିବେ ନାହିଁ । ଏହାର ପ୍ରସ୍ତୁତି ପାଇଁ ଆବଶ୍ୟକ ଜିନିଷ ଆପଣଙ୍କ ରନ୍ଧାଶାଳା ରୁ ପାଇଁ ପାରିବେ ।

ଏଥି ପାଇଁ ସର୍ବ ପ୍ରଥମ ସାମଗ୍ରୀ ହେଲା ତେଜ ପତ୍ର ଏହା ବହୁତ ଶକ୍ତିଯୁକ୍ତ , ଦୁଇରେ ହେଲା କର୍ପୁର ,ତୃତୀୟ ଜିନିଷ ହେଲା ନିମ୍ବ ତେଲ ଏହି ତେଲ ଆପଣମାନେ ଘରେ ତିଆରି କରିପାରିବେ । କିନ୍ତୁ ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ଏହା ପ୍ରତି ଧ୍ୟାନ ଦେବା ଦରକାର କି ଖାଦ୍ୟ ତିଆରି ପରେ ଆମେ ରୋଷେଇ ଘର କୁ ଭଲଭାବରେ ପରିଷ୍କାର କରିନଥାଉ ,ଯାହା ଫଳରେ କି ରୋଷେଇ ଘରେ ପଡିଥିବା ଖାଦ୍ୟ କୁ ଖାଇବାକୁ ମୂଷା , ଅସରପା ଆଦି ଆସିଥାନ୍ତି ।

 

ତେଣୁ କରି ଖାଦ୍ୟ ପ୍ରସ୍ତୁତି ପରେ ରୋଷେଇ ଘରକୁ ଭଲ ଭାବରେ ପରିଷ୍କାର କରିବା ଉଚିତ୍ । ଏବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା ବିଷୟରେ । ପ୍ରଥମେ ଆପଣ କର୍ପୁର କୁ ଗୁଣ୍ଡ କରିନିଅନ୍ତୁ ,ଏବଂ ଏହି ଗୁଣ୍ଡ କୁ ତେଲ ମଧ୍ୟରେ ମିଶେଇ ଦିଅନ୍ତୁ । ଏବେ ଏହାକୁ ଭଲଭରେ ମିଶେଇ ଦିଅନ୍ତୁ । ଏମିତି ଗୋଟିଏ ମାଟି ପାତ୍ର କୁ ନିଅନ୍ତୁ ଯାହାକୁ ଆପଣ ସବୁ ଦିନ ବ୍ୟବହାର କରିପାରିବେ  ସେଥିରେ ତେଜ ପତ୍ର କୁ ଖଣ୍ଡ ଖଣ୍ଡ କରି ପକେଇ ଦିଅନ୍ତୁ ।

ଏଥିରେ ଆଗରୁ କରିକି ରଖିଥିବା ତେଲ ଓ କର୍ପୁର ମିଶେଇଥିବା ତେଲ କୁ ଏଥିରେ ପକେଇ ଏହାକୁ ଭଲଭାବରେ ମିଶେଇ ଦିଅନ୍ତୁ । ଏହା ପରେ ଏହାକୁ ଜଳାଇ ଦିଅନ୍ତୁ କିଛି ସମୟ ପରେ ଏହାକୁ ଲିବେଇ ଦେବେ , ଯେମିତି  ଏଥିରୁ ଧୂଆ ବାହାରିବ ଏବେ ଏହାକୁ ନେଇ ଏକ ବନ୍ଦ ଘରେ ରଖି ଦିଅନ୍ତୁ ବା ରୋଷେଇ ଘରେ ରଖିବେ ତେବେ ସେ ଘରେ ଗୋଟେ ବି ମଶା ମାଛି ଦେଖା ଯିବେ ନାହିଁ ।

 

ଯଦି ଆପଣ ଏହାକୁ ନେଇ ଶୋଇବା ଘରେ ଯାଇ ରଖି ଦେବେ ଆଉ କିଛି ସମୟ ପାଇଁ ଦ୍ଵାର ବନ୍ଦ କରିଦେବେ  ତେବେ ଆପଣ ଦେଖିବେ ରାତି ସାରା ଆପଣ ଆରାମ ସେ ଶୋଇପାରିବେ । ଆଖପାଖରେ ଗୋଟିଏ ବି ମଶା ଦେଖିପାରିବେ ନାହିଁ । ଏହି ଛୋଟ ଉପାୟରେ ଆପଣଙ୍କ ବଡ ସମସ୍ୟା ଶେଷ ହେଇଯିବ । ଏହି ଉପାୟ କୁ ଆପଣଙ୍କ ଘରେ ନିହାତି କରନ୍ତୁ । ଆପଣ ଦେଖିବେ ମଶା , ମାଛି ଆଉ ଆସିବେନି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button