IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆମେରିକାର ଆଲାସ୍କା ଉପଦ୍ୱୀପରେ ୭.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ

ୱାଶିଂଟନ୍ : ରବିବାର ସକାଳେ ଆମେରିକାର ଆଲାସ୍କା ଉପଦ୍ୱୀପ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଥିଲା।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ବର୍ତ୍ତମାନସୁଦ୍ଧା ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଆଲାସ୍କା ଉପଦ୍ୱୀପରେ ୨୧ କିଲୋମିଟର ଗଭୀରତାରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା। ପ୍ରାରମ୍ଭରେ ଏହାର ତୀବ୍ରତା ୭.୪ ବୋଲି କୁହାଯାଇଥିଲା କିନ୍ତୁ ପରେ ଏହାକୁ ୭.୨ ବୋଲି କୁହାଯାଇଥିଲା। ଆଲାସ୍କା ଉପଦ୍ୱୀପ, ଆଲେଟିଆନ୍ ଦ୍ୱୀପପୁଞ୍ଜ ଏବଂ କୁକ୍ ଇନଲେଟ୍ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button