IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯଦି ଆପଣଙ୍କ ବାପା –ମାଙ୍କର ରହିଥାଏ ହୃଦ୍‌ ରୋଗ ସମସ୍ୟା, ତେବେ ଏହି ଟିପ୍ସ ଜରିଆରେ ନିଅନ୍ତୁ ଯତ୍ନ

ହୃଦ୍‌ ରୋଗ କୌଣସି ବି ବୟସର ଲୋକଙ୍କୁ ହେବାର ସମ୍ଭାବନା ରହିଥାଏ। ‘‘ହୃଦ୍‌ ରୋଗ’’ ଶଦ୍ଧର ଉପଯୋଗ ପ୍ରାୟତଃ ‘‘କାର୍ଡିୟୋଭସ୍କୁଲର ଡିଜି’’ ଶଦ୍ଧ ସହ କରାଯାଇଥାଏ। ସାଧାରଣତଃ ଯେଉଁ ସମୟରେ ସଂଙ୍କୁଚିତ କିମ୍ବା ଅବରୁଦ୍ଧ ହୋଇରହିଥିବା ବ୍ଲଡ ଭସେଲ୍ସ ହୋଇଥାଏ ଯାହା ହୃଦ୍‌ ରୋଗ ଏବଂ ହାର୍ଟ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ସାଧାରଣତଃ ଏହି ସମସ୍ୟା ବୟସ୍କ ଲୋକମାନଙ୍କ ପାଖରେ ଦେଖାଯାଇଥାଏ। ଏହିକାରଣରୁ ଯଦି ଆପଣଙ୍କ ମାତା-ପିତାଙ୍କର ମଧ୍ୟରୁ କାହାର ବି ହୃଦ୍‌ ରୋଗ ସମ୍ବନ୍ଧିତ ସମସ୍ୟା ରହିଥାଏ ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ସହଜ ଟିପ୍ସ ବିଷୟରେ ଜଣାଇବୁ। ଯାହାଦ୍ୱାରା ଆପଣ ଏହି ସମସ୍ୟାକୁ ଦୂର କରିବା ସହ ଗମ୍ଭୀର ରୋଗରୁ ରକ୍ଷା କରିପାରିବେ।

-ଯଦି ଆପଣଙ୍କ ମାତା-ପିତା କୌଣସି ପ୍ରକାର ଆର୍ଥିକ କିମ୍ବା ଇମୋସନାଲ୍‌ ପରିସ୍ଥିତର ସାମ୍ନା କରୁଛନ୍ତି ତେବେ ଆପଣ ସେମାନଙ୍କ ସହ ସେହି ବିଷୟରେ ଆଲୋଚନା କରି ତାଙ୍କ ସମସ୍ୟା ଦୂର କରନ୍ତୁ।

-ସର୍ବଦା ନିଜ ମାତା-ପିତାଙ୍କ ମେଡିକାଲ ଟ୍ରିଟମେଣ୍ଟ କରନ୍ତୁ। କାରଣ ଯେପରି ଏକ ଛୋଟ ସମସ୍ୟା ମଧ୍ୟ କୌଣସି ଗମ୍ଭୀର ରୂପ ନନେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ମାତା-ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଧ୍ୟାନ ରଖନ୍ତୁ।

-ହୃଦ୍‌ ରୋଗ ହେଉ କିମ୍ବା ଡାଇବେଟିଜ୍‌ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ନିଜ ମାତା-ପିତାଙ୍କ ସମସ୍ତ ଔଷଧ ଉପରେ ବିଶେଷ ଧ୍ୟାନ ରଖନ୍ତୁ। କାରଣ ଏପରି କରିବା ଦ୍ୱାରା ତାଙ୍କୁ କୌଣସି ବି ରୋଗର ଭୟରୁ ଦୂରେଇ ରଖିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button