ସୁନା ବଦଳାଏ ଆପଣଙ୍କ ଭାଗ୍ୟ ଆଣିଥାଏ ଶୁଭ ସଂକେତ, ଜାଣନ୍ତୁ କିପରି

ଆପଣ ଦେଖିଥିବେ ଯେ ଅଧିକାଂଶ ମହିଳା ଏବଂ ପୁରୁଷଙ୍କୁ ସୁନା ଅଳଙ୍କରା ପିନ୍ଧିଥିବାର ଦେଖିଥିବେ। ଯାହା ସେମାନଙ୍କୁ ଆକର୍ଷକ କରିଥାଏ । କିନ୍ତୁ କଣ ଆପଣ ଜାଣନ୍ତି ସୁନାର ମହତ୍ତ୍ୱ ବାସ୍ତୁ ଶାସ୍ତ୍ରରେ ବହୁତ ରହିଛି। ଏହାକୁ ପିନ୍ଧିବା ଦ୍ୱାରା ଜୀବନରେ ଶୁଭ ସଂକେତ ଆଣିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସୁନା କିପରି ଭାବରେ ଆପଣଙ୍କୁ ଜୀବନରେ ପ୍ରଭାବ ପକାଇଥାଏ ଏବଂ ଅନେକ ସମସ୍ୟାକୁ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।
ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ
ଏଥିରେକୌଣସି ସନ୍ଦେହ ନାହିଁ ଯେ ଯେଉଁମାନେ ସୁନା ପିନ୍ଧନ୍ତି ସେମାନେ ଧନ-ଧାନ୍ୟ ହୋଇଥାନ୍ତି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବ୍ୟବସାୟରେ ଆହୁରି ଅଧିକ ଉନ୍ନତି ହେଉ ତେବେ ନିଜ ହାତ ଏବଂ ଗଳାରେ କିଛି ସୁନା ଧାରଣ କରନ୍ତୁ।
ଆଧ୍ୟାତ୍ମିକ ମହତ୍ତ୍ୱ
ସୁନା ଗ୍ରହଣ କରିବା ଦ୍ୱାରା ଆପଣ ସିଧା ସରଳ ଜୀବନ କରନ୍ତି। ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ଅନୁଭବ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ସୁନା ମୋକ୍ଷ ଦ୍ୱାରର ପ୍ରତିକ ହୋଇଥାଏ।
ଖରାପ ନଜରରୁ ରକ୍ଷା କରିଥାଏ
ତନ୍ତ୍ର ଶାସ୍ତ୍ର ଅନୁଯାୟୀ ସୁନା ଆପଣଙ୍କୁ ସବୁ ପ୍ରକାରର ଖରାପ ନଜରରୁ ରକ୍ଷା କରିଥାଏ। ପୁରୁଣା ଯୁଗରେ ଲୋକ ନବଜାତ ଶିଶୁକୁ ସୁନା ଆଭୂଷଣ ପିନ୍ଧାନ୍ତି ଯାହାଦ୍ୱାରା ପିଲାଙ୍କୁ ଖରାପ ନଜର ଲାଗିନଥାଏ।
ଆତ୍ମବିଶ୍ୱାସ
ସୁନା ଧାରଣ କରିବା ଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିଥାଏ, ଯାହା ଆଜିର ଦୁନିଆରେ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ।
ବୈବାହିତ ଜୀବନରେ ଭରିରହିଥାଏ ପ୍ରେମ
ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଛି ତେବେ ଆପଣ ଏହି ଝଗଡା ଦୂର କରିବା ପାଇଁ ସ୍ୱାମୀ-ସ୍ତ୍ରୀ ମିଶି ଗଳାରେ ସୁନା ଚେନ ଧାରଣ କରନ୍ତୁ। ଏମିତି କରିବା ଦ୍ୱାରା ଝଗଡା ଆପେ ଆପେ ଠିକ୍ ହୋଇଯିବ।
ସନ୍ତାନ ସୁଖ
ବିବାହ ପରେ ଯଦି ସନ୍ତାନ ସୁଖରେ ବିଳମ୍ବ ହେଉଛି ତେବେ ସ୍ୱାମୀ ସ୍ତ୍ରୀ ମିଶି ନିଜ ରିଙ୍ଗ୍ ଫିଙ୍ଗରରେ ମୁଦି ଧାରଣ କରନ୍ତୁ। ଏମିତି କରିବା ଦ୍ୱାରା ବହୁତ ଜଲଦି ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ।




