IBN ଓଡ଼ିଶା ବ୍ୟୁରୋ

କେଶକୁ ଘନ ଓ ମଜଭୁତ କରିବା ସହ ଶରୀରର ଥକ୍କାପଣ ଦୂର କରିଥାଏ ମୁଲତାନି ମାଟି, ଜାଣନ୍ତୁ ଏହାର ୫ଟି ଅଦ୍ଭୁତ ଫାଇଦା

ଅନେକ ବର୍ଷରୁ ମୁଲତାନି ମାଟିକୁ ସୌନ୍ଦଯ୍ୟର୍ର ଏକ ନିଆରା ବରଦାନ ସ୍ୱରୂପ ବ୍ୟବହାର କରାଯାଇଆସୁଛି। ଏହାର ଉପଯୋଗ ଦ୍ୱାରା ତ୍ୱଚାର ଦାଗ, କୁଞ୍ଚନ ଆଦି ଦୂର ହୋଇଯାଇଥାଏ। ସହଜରେ ଏହା ବଜାରରେ ମିଳିଯାଉଥିବା ବେଳେ ଶସ୍ତା ମଧ୍ୟ ହୋଇଥାଏ। ମୁଲତାନି ମାଟିର କୌଣସି ପ୍ରକାର କୁପ୍ରଭାବ ତ୍ୱଚା ଉପରେ ପଡ଼ି ନ ଥାଏ। ଆସନ୍ତୁ ଜାଣିବା ମୁଲତାନି ମାଟିର କେତେକ ଅଦ୍ଭୁତ ଫାଇଦା ବିଷୟରେ।

m4

୧. ଦହି ଓ ମୁଲତାନି ମାଟି

ବେଳେବେଳେ ଅଧିକ ସମୟ ଖରାରେ ରହିଲେ କିମ୍ବା ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିଲେ, ଆମ ତ୍ୱଚା କଳା ପଡ଼ିଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ମୁଲତାନି ମାଟି ବହୁତ ଲାଭଦାୟକ ହୋଇଥାଏ। ଏହାକୁ ଦହି ସହିତ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ପୁଣିଥରେ ଚମକି ଉଠିଥାଏ।

m7

୨. ନିମ୍ବ ପେଷ୍ଟ ଓ ମୁଲତାନି ମାଟି

ଆଜିକାଲି ବ୍ରଣ ସମସ୍ୟା ସମସ୍ତଙ୍କଠାରେ ଦେଖାଯାଉଛି। ଏହା ଆମ ମୁହଁର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ। ଏଥିରୁ ନିସ୍ତାର ପାଇବା ପାଇଁ ଆପଣ ମୁଲତାନି ମାଟି ସହ ନିମ୍ବ ପେଷ୍ଟ ମୁହଁରେ ଲଗାଇ ପାରିବେ।

m33

୩. ମୁଲତାନି ମାଟିର ଫେସ୍‌ ପ୍ୟାକ୍‌

ବୟସ ବଢ଼ିଚାଲିଲେ ଆମ ମୁହଁରେ ଅନେକ ସମସ୍ୟା ଦେଖାଦେଇଥାଏ। ମୁଖ୍ୟତଃ ଚର୍ମରେ କୁଞ୍ଚନ ପଡ଼ିଯାଇଥାଏ। ଏଥିପାଇଁ ଆପଣ ମୁଲତାନି ମାଟିର ଫେସ୍‌ ପ୍ୟାକ୍‌ ଲଗାଇ ପାରିବେ।

mu3

୪. ମୁଲତାନି ମାଟି ସହ ଦହି ଏବଂ ଲେମ୍ବୁ

କେଶର ସୁନ୍ଦରତା ପାଇଁ ମୁଲତାନି ମାଟି ଲାଭଦାୟକ ହୋଇଥାଏ। ଏହା କେଶକୁ ଘନ, ମଜଭୁତ ଏବଂ କଳା କରିବାରେ ସାହାଯ୍ୟ କରିଥାଏ। ଏହି ପ୍ୟାକ୍‌କୁ ସପ୍ତାହକୁ ଥରେ ନିଶ୍ଚିତ ଉପଯୋଗ କରନ୍ତୁ। ମୁଲତାନି ମାଟି ସହ ଦହି ଏବଂ ଲେମ୍ବୁ ମିଶାଇ କେଶରେ ଲଗାନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

m2

୫. ଶରୀରରେ ଲଗାନ୍ତୁ ମୁଲତାନି ମାଟିର ଲେପ

ଥକ୍କାପଣ ଦୂର କରିବାରେ ମୁଲତାନି ମାଟି ଔଷଧ ରୂପେ କାମ କରିଥାଏ। ଶରୀରରେ ଏହାର ଲେପ ଲଗାଇବା ଦ୍ୱାରା ଶରୀର ଶୀତଳ ରହିଥାଏ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ବଢ଼ିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button