ମନୋରଞ୍ଜନ

ଘରେ ସହଜ ଉପାୟରେ ଏବଂ ଶସ୍ତାରେ ପ୍ରସ୍ତୁତ କରନ୍ତୁ ପ୍ରାଇମର

ସୁନ୍ଦର ଦେଖାଯିବାକୁ ଆଜିକାଲି ଯୁବତୀ କିଛି ବି କରିପାରନ୍ତି। ସୁନ୍ଦର ଦେଖାଯିବା ପାଇଁ ଯୁବତୀମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି। ନିଜକୁ ସୁନ୍ଦର ଏବଂ ଆକର୍ଷଣୀୟ ଲୁକ୍‌ ଦେବାକୁ ଯୁବତୀ ମେକ୍‌ଅପ୍‌ର ସାହାରା ନେଉଛନ୍ତି। କିନ୍ତୁ ବଜାରରେ ମିଳୁଥିବା ଏହିସବୁ ମେକ୍‌ଅପ୍‌ ସାମଗ୍ରୀର ମୂଲ୍ୟ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ରହିଛି। ଏହାଛଡା ଶସ୍ତା ଚକ୍କରରେ ତ୍ୱଚା ମଧ୍ୟ ଖରାପ ହେଉଯାଉଛି। ମେକଅପ୍‌ କରିବା ପୂର୍ବରୁ ମୁହଁରେ ପ୍ରାଇମର ଲଗାଇବା ଉଚିତ। ଏପରି କଲେ ଆପଣଙ୍କ ତ୍ୱଚାରେ ଅଧିକ ସମୟ ପର୍ଯ୍ୟନ୍ତ ମେକଅପ ରହିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ, କିପରି ଆପଣ ଘରେ ପ୍ରାଇମର ପ୍ରସ୍ତୁତ କରିପାରିବେ, ଯାହା ଆପଣଙ୍କ ପଇସା ବଞ୍ଚାଇବା ସହ ସୁନ୍ଦରତାକୁ ବଢାଇବ ମଧ୍ୟ।

primer

– ଘରେ ପ୍ରାଇମର ପ୍ରସ୍ତୁତ କରିବା ପାଇଁ ଆଲୋଭେରା ଜୁସ୍‌ ଏବଂ ସନସ୍କ୍ରିନ ଲୋସନକୁ ସମାନ ମାତ୍ରାରେ ମିଶାଇ ଦିଅନ୍ତୁ। ଏବେ ଏଥିରେ କିଛି ଫାଉଣ୍ଡେସନ ମିଶାଇ ଭଲଭାବେ ମିଶ୍ରଣ କରିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ମେକ୍‌ଅପ ଲଗାଇବା ପୂର୍ବରୁ ଲଗାନ୍ତୁ।

– ଆପଣ ମଧ୍ୟ ଆଲେଭେରା ଜେଲରେ ସଠିକ୍‌ମାତ୍ରାରେ ମଶ୍ଚରାଇଜର ମିଶାଇ ଲଗାନ୍ତୁ। ଏହା ମଧ୍ୟ ଭଲ ପ୍ରାଇମରର କାମ କରିବ। ଯଦି ଆପଣଙ୍କ ତ୍ୱଚା ତୈଳାକ୍ତ ହୋଇଥାଏ ,ତେବେ ଏଥିରେ ଚାରି ବୁନ୍ଦା ଓ୍ଵିଚ ହେଜେଲ ( ବଜାରରେ ମିଳୁଥିବା ସାମଗ୍ରୀ) ମିଶାଇ ଦିଅନ୍ତୁ। ମେକଅପ୍‌ କରିବା ପୂର୍ବରୁ ମୁହଁରେ ଏହାକୁ ଲଗାଇ ଦିଅନ୍ତୁ। ଏହି ଜେଲ ପ୍ରାଇମର ଭଲ କାମ କରିଥାଏ।

homemade-primer

– ଯଦି ଆପଣଙ୍କ ମୁହଁରେ ଆଲୋଭେରା ଜେଲ୍‌ ସୁଟ୍‌ କରୁନାହିଁ। ତେବେ ଆପଣ ଗ୍ଲିସେରିନ ସହିତ ପ୍ରାଇମର ପ୍ରସ୍ତୁତ କରିପାରିବେ। ଏଥିପାଇଁ ଏକ ଚାମଚ ଗ୍ଲିସେରିନରେ ତିନି ଚାମଚ ପାଣି ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଧା ଚାମଚ ମଶ୍ଚରାଇଜର ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରିଦିଅନ୍ତୁ। ଏହାକୁ ମେକଅପ କରିବା ପୂର୍ବରୁ ମୁହଁରେ ସ୍ପ୍ରେ କରିଦିଅନ୍ତୁ। ଏହା ଶୁଖିଗଲା ପରେ ମେକ୍‌ଅପ୍‌ କରନ୍ତୁ। ଏହା ପ୍ରାଇମର ଭଳି କାମ କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button