ମନୋରଞ୍ଜନ

ବଜାର ଭଳି ‘ବଟର କଫି’ ବନାନ୍ତୁ ଘରେ, ପାଇବେ ୫ ଷ୍ଟାର ହୋଟେଲ ଭଳି ସ୍ୱାଦ

ଆପଣ ବଜାରରେ ମିଳୁଥିବା କଫିର ସ୍ୱାଦକୁ ତ ନିଶ୍ଚୟ ଚାଖିଥିବେ। ବଡ ହୋଟେଲରେ ମିଳୁଥିବା କଫିର ଦାମ ସେହି ଅନୁସାରେ ହୋଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣ ଘରେ ହୋଟେଲ ଭଳି କଫିର ସ୍ୱାଦ ପାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ବଟର କଫି ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ବଜାର ଠାରୁ ବି ବହୁତ ଭଲ ଟେଷ୍ଟ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତି।

ଆବଶ୍ୟକ ସାମଗ୍ରୀ

ଫୁଲ୍‌ କ୍ରୀମ କ୍ଷୀର – ୪ କପ୍‌

ଚିନି – ୩ ଛୋଟ ଚାମଚ

କଫି – ୩ ଛୋଟ ଚାମଚ

ବଟର – ୪ ଛୋଟ ଚାମଚ

butter coffeeପ୍ରସ୍ତୁତି ପ୍ରଣାଳୀ

-ବଟର କଫି ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ୪ କପ୍‌ କ୍ଷୀରକୁ ଗରମ କରନ୍ତୁ। ଯେତେବେଳେ କ୍ଷୀର ଫୁଟୁଥିବ ସେତିକି ସମୟ ଭିତରେ ଆପଣ ବାକି ଜିନିଷକୁ ରେଡି କରିଦିଅନ୍ତୁ।

-ଏକ ଗ୍ଲାସରେ ୧/୨ କପ୍‌ ଗରମ କ୍ଷୀର ନେଇ ସେଥିରେ ବଟର ଏବଂ କଫି ପକାନ୍ତୁ। ଏହାପରେ ଚାମଚ ସାହାଯ୍ୟରେ ସେହି ମିଶ୍ରଣକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ ପଯ୍ୟର୍ନ୍ତ ଫେଣ୍ଟି ଦିଅନ୍ତୁ।

-ଏବେ ଏହି ମିଶ୍ରଣକୁ କ୍ଷୀରରେ ପକାଇ ଦିଅନ୍ତୁ। ଏବେ କିମ୍ବା ଚାମଚ ସହାୟତାରେ ୩ ରୁ ୪ ମିନିଟ ପଯ୍ୟର୍ନ୍ତ ଫେଣ୍ଟନ୍ତୁ।

-ଆପଣ ଦେଖିବେ ଯେ ଯେତେବେଳେ ଏଥିରୁ ଫେଣ ଆସିଗଲାଣି, ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହି ଏହି ଫେଣ ବା ଝାଗ କଫିକୁ ୪ ଅଲଗା ଅଲଗା କଫି ମଗରେ ସମାନ ପରିମାଣରେ କାଢ଼ନ୍ତୁ। ଏବେ ଚାରୋଟି କପରେ ଅଳ୍ପ ଅଳ୍ପ କରି କଫି ପାଉଡର କିମ୍ବା ପକାଇ ସର୍ଭ କରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button