ରାଜ୍ୟ

ଆହୁରି ୩ ଦିନ କଲବଲ କରିବ ତାତି – Ibnodisha

[ad_1]

ଭୁବନେଶ୍ୱର : ଆହୁରି ୩ ଦିନ କଲବଲ କରିବ ତାତି। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ୫ ତାରଖରେ ପାଗରେ ପରିବର୍ତ୍ତନ ହୋଇପାରେ। ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ରେଡ ଆଲର୍ଟ ରହିଛି। ୨ ତାରିଖ ପରଠୁ କମିବ ସିଭିୟର ହିଟ୍ ୱେଭ ସ୍ଥିତି ଯାହା ଫଳରେ ଦିନ ତାପମାତ୍ରାରେ ୨-୩ ଡ଼ିଗ୍ରି କମିବ। ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ହିଟ ୱେବ ସ୍ଥିତି ଜାରି ରହିବ। ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ବାରିପଦାରେ ୪୪.୮ ଦିଗ୍ରି ରେକର୍ଡ କରାଯାଇଛି। ୪୪ ଡ଼ିଗ୍ରି ଉପରେ ୪ ସହର ଥିବା ବେଳେ ୨୮ ସହର ତାପମାତ୍ରା ୪୧ ଡ଼ିଗ୍ରୀ ଉପରେ ରେକର୍ଡ ହୋଇଥିଲା।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button