ଗ୍ଯାଷ୍ଟ୍ରିକ ସମସ୍ଯାର କାରଣ ଓ ତାହାର ନିରାକରଣ ଜାଣନ୍ତୁ… ଥରକରେ ଗ୍ଯାସରୁ ମୁକ୍ତି ପାଆନ୍ତୁ
ନମସ୍କାର ବନ୍ଧୁଗଣ, ଗ୍ୟାଷ୍ଟ୍ରିକ ସାମସ୍ୟା ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଖାଇବା ପିଇବାରେ ଟିକେ କିଛି ଏପଟ ସେପଟ ହୋଇଗଲେ ଗ୍ୟାଷ୍ଟ୍ରିକ ସମସ୍ୟା ବାହାରକୁ ଆସିଯାଇଥାଏ । ଏହି ସମସ୍ୟା ପାଇଁ ଆପଣ ନିଜ ମନ ମୁତାବିକ କିଛି ଖାଦ୍ୟ ମଧ୍ୟ ଖାଇପାରିନଥାନ୍ତି । ଖାଦ୍ୟ ଖାଇବା ପୂର୍ବରୁ ମନରେ ଗ୍ୟାଷ୍ଟ୍ରିକ ହେବାର ଭୟ ଆସିଯାଏ । ତେଣୁ ଏହା ଏକ ସାଧାରଣ ରୋଗ ହେଲେ ମଧ୍ୟ ବଡ ସମସ୍ୟା ସୃଷ୍ଟି କରିଦେଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଏହାର ନିରାକରଣ ହେବ ଏବଂ ଏହା ହେବାର କାରଣ କଣ ।
ଆପଣ ପାକସ୍ଥଳୀର ଇନର ଲାଇନର ଇନଫ୍ଲାମେସନକୁ ଗ୍ୟାଷ୍ଟ୍ରିକ ବୋଲି କୁହାଯାଏ । ଏହାର ଲକ୍ଷଣ ହେଉଛି ପେଟ ଏବଂ ଛାତିରେ ଜଳାପୋଡା ହୋଇଥାଏ, ଛାତିରେ ବ୍ୟଥା ହୋଇଥାଏ, ପେଟ ଫମ୍ପେଇଥାଏ, ପେଟ ଭାରି ଲାଗିବା, ଅଳ୍ପ ଖାଇବା ଦ୍ଵାରା ପେଟ ଭରିଯିବା ଭଳି ଲାଗିବା, ଭୋକ ମଧ୍ୟ ଲାଗିନଥାଏ ଏବଂ ବଦହଜମି ମଧ୍ୟ ହୋଇଥାଏ ।
ବାନ୍ତି, ଆମ୍ବିଳା ହାକୁଟି ମଧ୍ୟ ଏହାର ଲକ୍ଷଣ ହୋଇଥାଏ । ଗ୍ୟାଷ୍ଟ୍ରିକ ହେବାର ମୁଖ୍ୟ କାରଣ ହେଉଛି ଏକ ବ୍ୟକ୍ଟେରିଆ । ଯାହାକୁ ହେଲିକୋ ବାକ୍ଟର ପାଇଲୋରି ବୋଲି କୁହାଯାଏ । ଏହା ଦୂଷିତ ଖାଦ୍ୟ କିମ୍ବା ପାନୀୟ ମାଧ୍ୟମରେ ଆମ ଶରୀର ଭିତରକୁ ପ୍ରବେଶ କରିଥାଏ । ଏହା ଆମ ଖାଦ୍ୟ ନଳୀ ଏବଂ ପାକସ୍ଥଳୀ ମଧ୍ୟରେ ଏକ କ୍ଷତ ସୃଷ୍ଟି କରିଥାଏ । ଯାହାକୁ ଅଲସର ବୋଲି କୁହାଯାଏ ।
ଗ୍ୟାଷ୍ଟ୍ରିକ ହେବାର ଆଉ ଏକ କାରଣ ହେଉଛି ଅସ୍ଵାସ୍ଥ୍ୟକର ଖାଇବା ଏବଂ ଅଧିକ ସ୍ପାଇଶି ଖାଦ୍ୟ । ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଏବଂ ଛଣା ଛଣି ଖାଦ୍ୟ ଖାଇବା ଦ୍ଵାରା ଗ୍ୟାଷ୍ଟ୍ରିକ ସମସ୍ୟା ଦେଖା ଦେଇଥାଏ । ଅଧିକ ଚାହା, କଫି ଏବଂ ଥଣ୍ଡା ପିଇବା ଦ୍ଵାରା ମଧ୍ୟ ଆପଣଙ୍କୁ ଗ୍ୟାଷ୍ଟ୍ରିକ ହୋଇଥାଏ ।
ଏକା ସାଙ୍ଗରେ ବହୁତ ଅଧିକ ଖାଦ୍ୟ ଖାଇବା ମଧ୍ୟ ଏହା ହେବାର କାରଣ ହୋଇଥାଏ । ଆଜିକାଲି ବହୁତ ଜଣ ନିଜ ଓଜନ କମାଇବା ପାଇଁ ଅଧିକ ଉପାସ ରହୁଛନ୍ତି ଯାହାକି ପରେ ଗ୍ୟାଷ୍ଟ୍ରିକର ରୂପ ନେଉଛି । ନିରାକରଣ: ଆପଣଙ୍କୁ ଗ୍ୟାଷ୍ଟ୍ରିକ ନ ହେବା ପାଇଁ ଏକ୍ସରସାଇଜ କରିବା ପାଇଁ ପଡିବ । ଦିନକୁ ନିହାତି ଭାବରେ 30 ମିନିଟର ଏକସର ସାଇଜ କରିବାର ଆବଶ୍ୟକତା ରହିଛି । ଆପଣ ଏକସରସାଇଜ କରିବା ଦ୍ଵାରା ଆପଣଙ୍କ ଡାଇଜେସନ ଭଲ ଭାବରେ ହୋଇଥାଏ ।
ବ୍ଲଡ଼ ସରକୁଲେସନ ମଧ୍ୟ ଅଧିକ ହୋଇଥାଏ । ଅଧିକ ଉପାସ ରୁହନ୍ତୁନି କି ଅଧିକ ମାତ୍ରାରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ ଆପଣ ଦିନକୁ 5 ରୁ 6 ଥର କରି । ତେଲ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ।