କାହାର ଧର୍ମ ବଳରୁ ରାମ ରାବଣକୁ ବଧ କରିଥିଲେ ?
ବହୁ ପୁରାତନ କାଳରୁ ପ୍ରାଚୀନ ପୁରାଣ, ଶାସ୍ତ୍ର, ଗ୍ରନ୍ଥ ଉପନ୍ୟାସ ଆଦିରେ ଅନେକ ମହତ୍ଵପୂର୍ଣ୍ଣ କଥା ରହିଅଛି । ଯେଉଁଥିରୁ ଆମକୁ ବହୁତ କିଛି ଶିକ୍ଷଣୀୟ କଥା ଶିଖିବାକୁ ମିଳିଥାଏ । ତେବେ ସେହି ପ୍ରାଚୀନ ଲୋକପ୍ରିୟ ଗ୍ରନ୍ଥ ରାମାୟଣ ବିଷୟବସ୍ତୁ ସମ୍ପର୍କିତ କିଛି ଜଣା ଓ କିଛି ଅଜଣା ପ୍ରଶ୍ନ ସହ ଉତ୍ତର ମଧ୍ୟ ଆପଣଙ୍କ ପାଇଁ ନେଇକି ଆସିଛୁ । ତେବେ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଏଠାରେ ଆଲୋଚନା କରିବା ।
1- ସୁଗ୍ରୀବଙ୍କ ପତ୍ନୀଙ୍କୁ କିଏ ଚୋରେଇ ନେଇଥିଲେ ?
ଉତ୍ତର;- ବାଳୀ ।
2- କବନ୍ଧଦୈତ୍ୟରେ କେତୋଟି ଆଖି ଥିଲା ?
ଉତ୍ତର;- ଗୋଟିଏ ।
3- ସୂର୍ପଣଖା ନାକ କିଏ କାଟିଥିଲେ ?
ଉତ୍ତର;- ଲକ୍ଷ୍ମଣ ।
4- ଶତ୍ରୁଘ୍ନ କାହାକୁ ବିବାହ କରିଥିଲେ ?
ଉତ୍ତର;- ଶ୍ରୁତକୀର୍ତ୍ତିଙ୍କୁ ।
5- ଗାଈ ଦୁଧ ରକ୍ତ ହୋଇଯିବା ପାଇଁ ଗୋପାଳ ମାନଙ୍କୁ କିଏ ଅଭିଶାପ ଦେଇଥିଲେ ?
ଉତ୍ତର;- ଲକ୍ଷ୍ମଣ ।
6- ଦଶରଥଙ୍କ ମାତାଙ୍କ ନାମ କଣ ଥିଲା ?
ଉତ୍ତର;- ଇନ୍ଦୁମତୀ ।
7- ସମ୍ବରାସୁର ସହିତ ଯୁଦ୍ଧ କରୁଥିବା ବେଳେ ଦଶରଥଙ୍କର ରଥର ସାରଥୀ କିଏ ଥିଲେ ?
ଉତ୍ତର;- କଇକେୟୀ ।
8- ସୀତାଙ୍କୁ ଚୋରୀ କରି ଆଣିବା ପାଇଁ ପ୍ରଥମେ ରାବଣଙ୍କୁ କିଏ ପରାମର୍ଶ ଦେଇଥିଲେ ?
ଉତ୍ତର;- ସୀତାଙ୍କୁ ଚୋରୀ କରି ଆଣିବା ପାଇଁ ପ୍ରଥମେ ରାବଣଙ୍କୁ ଅକମ୍ପନଦୈତ୍ୟ ପରାମର୍ଶ ଦେଇଥିଲେ ।
9- କାହାର ଧର୍ମ ବଳରୁ ରାମ ରାବଣକୁ ବଧ କରିଥିଲେ ?
ଉତ୍ତର;- ସୀତାଙ୍କ ଧର୍ମ ବଳରୁ ରାମ ରାବଣକୁ ବଧ କରିଥିଲେ ।
10- ଇନ୍ଦ୍ରଜିତଙ୍କର ରଥର ନାମ କଣ ଥିଲା ?
ଉତ୍ତର;- ଦେବଦଳନ ରଥ ।
11- କଳିଯୁଗର କେତେ ପାଦ ଅଧର୍ମ ହୋଇପାରେ ?
ଉତ୍ତର;- 3 ପାଦ ।
12- ଇନ୍ଦ୍ର ଅହଲ୍ୟାଙ୍କୁ କେଉଁ ରୂପରେ ଅପହରଣ କରିଥିଲେ ?
ଉତ୍ତର;- ଛଦ୍ମ ରୂପରେ ।
13- ମେରୁ ପର୍ବତର କନ୍ୟା କିଏ ?
ଉତ୍ତର;- ମେନା ।
14- ବ୍ରହ୍ମାଙ୍କ ମାନସ ପୁତ୍ର କିଏ ଥିଲେ ?
ଉତ୍ତର;- ମାରୁତ ମହର୍ଷି ।
15- ଶ୍ରୀରାମ ବନକୁ ଯିବାକୁ କାହିଁକି ଇଛା ପ୍ରକାଶ କରିଥିଲେ ?
ଉତ୍ତର;- ପିତାଙ୍କ ସତ୍ୟ ରକ୍ଷା କରିବା ପାଇଁ ।