IBN ଓଡ଼ିଶା ବ୍ୟୁରୋ

ରୁଷୀୟ ଦୂତାବାସର ମହିଳା କର୍ମଚାରୀ ଲୁଟ୍‌ର ଶିକାର, ଲାଲ୍‌କିଲ୍ଲାରେ ଫଟୋ ଉଠାଇବା ବେଳେ ଝାମ୍ପିନେଲେ ଫୋନ୍

ଦିଲ୍ଲୀରେ ରୁଷୀୟ ଦୂତାବାସର ଜଣେ ମହିଳା କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି । ସେ ଲାଲ୍‌କିଲ୍ଲା ନିକଟରେ ଫଟୋ ଉଠାଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ଆସି ତାଙ୍କ ମୋବାଇଲ୍ ଫୋନ୍ ଝାମ୍ପି ନେଇଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏହି ଘଟଣା ଘଟିଛି ।

ରୁଷୀୟ ଦୂତାବାସର ମହିଳା କର୍ମଚାରୀ ଜଣକ ଲାଲ୍‌କିଲ୍ଲା ପଛରେ ଥିବା ଶ୍ମଶାନ ନିକଟରେ ଫଟୋ ଉଠାଉଥିଲେ । ଘଟଣା ପରେ ତୁରନ୍ତ ସେ କାଶ୍ମୀରୀ ଗେଟ୍ ଥାନାରେ ପହଞ୍ଚିଥିଲେ । ସେଠାରେ ସେ କୌଣସି ବୟାନ ଦେଇନାହାନ୍ତି, କିନ୍ତୁ ଘଟଣା ସମ୍ପର୍କରେ ପୋଲିସକୁ ଇମେଲ ପଠାଇବେ ବୋଲି କହିଛନ୍ତି ।

ପୋଲିସ କହିଛି ଯେ ଘଟଣା ସମ୍ପର୍କରେ ସେମାନେ ଅବଗତ ହୋଇଛନ୍ତି । ଏ ସଂକ୍ରାନ୍ତରେ କାଶ୍ମୀରୀ ଗେଟ୍ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୦୪(୨)/୩/୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହାସହ ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି । ତାଙ୍କୁ ଗିରଫ କରିବା ପାଇଁ ଟିମ୍‌ ଗଠନ କରାଯାଇଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button