ଲିଭର ସୁସ୍ଥ ଅଛି ନା ଅସୁସ୍ଥ କିଭଳି ଜାଣିବେ ?
ଶରୀର ସୁସ୍ଥ ରଖିବା ପାଇଁ ଲିଭରର ବହୁତ ବଡ ଅବଦାନ ରହିଥାଏ । ଯଦି ଲିଭର ଡ୍ୟାମେଜ ହେବାକୁ ଆରମ୍ଭ କରିଥାଏ । ତେବେ ଧୀରେ ଧୀରେ ଶରୀରକୁ ମଧ୍ୟ ବିଭିନ୍ନ ପ୍ରକାର ସ୍ଵାସ୍ଥଗତ ସମସ୍ଯା ଆସିବାକୁ ଆରମ୍ଭ କରେ । ତେଣୁ ଆମେ ସବୁବେଳେ ଆମ ଲିଭରକୁ ସୁସ୍ଥ ରଖିବାକୁ ଚେଷ୍ଟା କରିବା । ତେବେ ଲିଭର ସୁସ୍ଥ ଅଛି କି ନାହିଁ ତାହା କିଭଳି ଭାବେ ଜାଣିବା ? ତେବେ ଯଦି ଶରୀରରେ କିଛି ଏଭଳି ଲକ୍ଷଣ ଦେଖିବାକୁ ପାଉଥିବେ । ତେବେ ଲିଭର ଧୀରେ ଧୀରେ ଡ୍ୟାମେଜ ହେବାକୁ ଯାଉଛି ବୋଲି ଜାଣିବାକୁ ପାଇବେ ।
ଖାଦ୍ୟ ଖାଇବାକୁ ଯଦି ଇଛା ହେଉନଥାଏ ବା ଖାଇବା ବେଳେ ପେଟରେ କଷ୍ଟ ଅନୁଭୂତ ହେଉଥାଏ । ତେବେ ଲିଭର ସହ ଜଡିତ କିଛି ସମସ୍ଯା ହୋଇପାରେ । ବ୍ୟକ୍ତି ବହୁତ ଅଧିକ ପତଳା ହୋଇଯିବା । ପେଟ ଅଚାନକ ଫୁଲିଯିବା । ଶରୀରର ଡାହାଣ ପଟ ଉପର ଭାଗରେ କଷ୍ଟ ଅନୁଭୂତ ହେବା । ଅଧିକ ପରିଶ୍ରମ ନକରିକି ମଧ୍ୟ ବହୁତ ଶୀଘ୍ର ଥକାପଣ ଅନୁଭୂତ ହୋଇବା । ସମଗ୍ର ଶରୀରରେ ବିନା କୌଣସି କାରଣରେ ମଧ୍ୟ ପୀଡା ଅନୁଭୂତ ହେବା ।
ତେବେ ଯଦି ଜଣେ ବ୍ୟକ୍ତି ଏହି ସବୁ ଲକ୍ଷଣ ନିଜ ଶରୀରରେ ଦେଖିବାକୁ ପାଉଥାଏ । ତେବେ ଲିଭର ଧୀରେ ଧୀରେ ଡ୍ୟାମେଜ ହେଉଛି ବୋଲି ଆଗରୁ ଜାଣି ରଖିବା ଆବଶ୍ୟକ । ତେଣୁ ଲିଭରକୁ ସୁସ୍ଥ ରଖିବାକୁ ହେଲେ ଲିଭରକୁ ବିଷାକ୍ତମୁକ୍ତ କରିବାକୁ ପଡିବ । ସେଥିପାଇଁ ଆପଣଙ୍କୁ ଏହି ସବୁ ଉପାୟ ମଧ୍ୟରୁ କୌଣସି ଉପାୟ କରିବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ ଲିଭର ପରିଷ୍କାର ହୋଇ ସୁସ୍ଥ ରହିବ ।अन्य
ତେବେ ସାମାନ୍ୟ ନଖ ଉଷୁମ ପାଣିରେ କିଛି ଲେମ୍ବୁ ରସ ଓ କିଛି ଅଦା ରସ ମିଶାଇ ସେବନ କରିବା ଦ୍ଵାରା ଲିଭର ବିଷାକ୍ତମୁକ୍ତ ହୋଇ ପରିଷ୍କାର ହୋଇଥାଏ । ଦିତୀୟରେ ଆଲୋଭେରାର ଉପର ଭାଗକୁ ବାହାର କରି ତାହାର ଭିତରେ ଥିବା ଧଳା ଅଂଶ ଅର୍ଥାତ ଜେଲ୍ କୁ ଗ୍ରାଇଣ୍ଡିଙ୍ଗ କରି ବା ଛେଚିକି ସେହି ଆଲୋଭେରାର ରସ ସେବନ କରିବା ଦ୍ଵାରା ମଧ୍ୟ ଲିଭର ପରିଷ୍କାର ହେବା ସହ ସୁସ୍ଥ ରହିଥାଏ ।
ତୃତୀୟରେ ଅଙ୍ଗୁରର ରସ ବାହାର କରି ମଧ୍ୟ ସେହି ରସକୁ ସେବା କରି ଲିଭରକୁ ହେଲଦି ରଖିପାରିବେ । ତେବେ ଏଥିମଧ୍ୟରୁ କୌଣସି ରସ ବାହାର କରି ସେହି ରସର ସେବନ କରିବା ଦ୍ଵାରା ଲିଭରରେ ଥିବା ଟକ୍ଷିକ ପଦାର୍ଥ ବାହାରି ଆସିଥାଏ । ଯାହାଫଳରେ ଲିଭର ପରିଷ୍କାର ହୋଇବା ସହ ସୁସ୍ଥ ମଧ୍ୟ ରହିଥାଏ ।