IBN ଓଡ଼ିଶା ବ୍ୟୁରୋ

ମୃତ୍ୟୁ ପରେ ଶବକୁ କ’ଣ ପାଇଁ ଏକୁଟିଆ ଛଡାଯାଏନି…

ଶବକୁ ଏକୁଟିଆ କଣ ପାଇଁ ଛଡା ଯାଏଁ… ବନ୍ଧୁଗଣ ଦିନ ପରେ ରାତି ହେବା ଯେପରି ସୁନିଶ୍ଚିତ ଅଟେ । ସେହିପରି ଏହି ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିବା ପ୍ରାଣୀ ଦିନେ ନା ଦିନେ ମୃତ୍ୟୁ ବାରାଁ କରିବ ତାହା ମଧ୍ୟ ନିଶ୍ଚିତ ଅଟେ । ହିନ୍ଦୁ ଧର୍ମରେ ବ୍ୟକ୍ତିର ମୃତ୍ୟୁ ପରେ ଶବକୁ ଜଳାଯାଇଥାଏ । ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ଅର୍ଥାତ ସନ୍ଧ୍ୟା ସମୟରେ ହୋଇଥାଏ । ତେବେ ସେହି ବ୍ୟକ୍ତିର ଅନ୍ତିମ ସଂସ୍କାର ତା’ ପର ଦିନ ସକାଳ ଯାଇ କରାଯାଇଥାଏ । ତେବେ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ନହେବା ପର୍ଯ୍ୟନ୍ତ ବ୍ୟକ୍ତିର ଶବକୁ ଏକୁଟିଆ ଛଡା ଯାଇନଥାଏ । ତେବେ ଏହା ପଛରେ ଥିବା କାରଣ ସମ୍ପର୍କରେ ଚାଲନ୍ତୁ ଏଠାରେ ଜାଣିବା ।

 

1- ସୂର୍ଯ୍ୟାସ୍ତ ପରେ ଅଥବା ପଞ୍ଚକ ସମୟରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଗଲେ । ସେହି ସମୟରେ ତାହାର ଅନ୍ତିମ ସଂସ୍କାର କରାନଯାଇ ତା’ ପର ଦିନ ସକାଳେ କରାଯାଇଥାଏ । କାରଣ ଯଦି ସେହି ସମୟରେ ଶବର ଦାହ କରାଯାଇଥାଏ । ତେବେ ସେହି ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇନଥାଏ । ତେଣୁ ରାତିରେ ଯଦି କାହାର ମୃତ୍ୟୁ ହୋଇଯାଇଥାଏ । ତେବେ ଶବକୁ ଶ୍ମଶାନକୁ ନନେଇ ଘରେ ଆସନ୍ତା ସକାଳ ପର୍ଯ୍ୟନ୍ତ ରଖାଯାଇଥାଏ ।

2- ମୃତ ବ୍ୟକ୍ତିର ଶବକୁ ଏକୁଟିଆ ନଛଡାଯିବାର ସବୁଠାରୁ ମୁଖ୍ୟ କାରଣ ହେଉଛି । ଶବକୁ ଏକୁଟିଆ ଛଡାଗଲେ । ହୁଏତ କୁକୁର ବିଲେଇ ଆସି ତାହାକୁ ଖାଇଯାଇପାରନ୍ତି । ଗରୁଡ ପୁରାଣ ଅନୁଯାଇ ଏପରି ହେଲେ ସେହି ବ୍ୟକ୍ତିର ଆତ୍ମାକୁ ଯମଲୋକ ଯିବା ବାଟରେ ବହୁତ କଷ୍ଟ ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥାଏ ।

 

3- ଶବକୁ ଏକୁଟିଆ ଛାଡିଦେଲେ । ସେଥିରୁ ଦୁର୍ଗନ୍ଧ ବାହାରିବାରେ ଲାଗିଥାଏ । ତେଣୁ ଶବକୁ ଏକୁଟିଆ ନଛାଡି କେହି ନା କେହି ଲୋକ ଶବ ପାଖରେ ରହି ସେଠାରେ ଦୁର୍ଗନ୍ଧ ନହେବା ପାଇଁ ଧୂପକାଠି ଜଳାଇଥାନ୍ତି ।

4- ମୃତ ବ୍ୟକ୍ତିର ପୁଅ କିମ୍ବା ଝିଅ ଯଦି ଘରେ ନଥାନ୍ତି । ତେବେ ସେମାନେ ଆସିବା ପର୍ଯ୍ୟନ୍ତ ମଧ୍ୟ ଶବର ଦାହ କରାନଯାଇ ମୃତ ବ୍ୟକ୍ତିର ପୁଅ ଓ ଝିଅ ଆସିବା ପର୍ଯ୍ୟନ୍ତ ଶବକୁ ଘରେ ରଖାଯାଇଥାଏ । କାରଣ ନିଜର ସନ୍ତାନ ଯେତେବେଳେ ମୃତ ବ୍ୟକ୍ତିକୁ ମୁଖାଗ୍ନୀ ଦେଇନଥାଏ । ତେବେ ସେହି ମୃତ ବ୍ୟକ୍ତିର ଆତ୍ମାକୁ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ମୃତ୍ୟୁ ଲୋକରେ ଭ୍ରମଣ କରିବାକୁ ପଡିଥାଏ ।

 

5- ସୂର୍ଯ୍ୟାସ୍ତ ପରେ ଯଦି କାହାର ଅନ୍ତିମ ସଂସ୍କାର କରାଯାଇଥାଏ । ତେବେ ସେହି ଆତ୍ମା ପ୍ରେତତ୍ମା, ଅସୁର, ଦାନବ ଅଥବା ପିଶାଚ ଯୋନୀରେ ଜନ୍ମ ନେଇଥାଏ । ତେଣୁ ହିନ୍ଦୁ ଧର୍ମରେ ରାତି ସମୟରେ ଅନ୍ତିମ ସଂସ୍କାର କରିବା ପାଇଁ ବାରଣ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button