IBN ଓଡ଼ିଶା ବ୍ୟୁରୋ

ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି?

ମେଷ- ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ। ଶୁକ୍ରଙ୍କ ସୁପ୍ରଭାବରୁ ଅର୍ଥ ସମ୍ପର୍କିତ କ୍ଷେତରେ ଅଗ୍ରଗତି ହେବ। ସନ୍ତାନଙ୍କ ଉନ୍ନତି, ଶିକ୍ଷାରେ ପ୍ରଗତି ଓ ପରୀକ୍ଷାଦିରେ ସଫଳତା ଅବଶ୍ୟମ୍ଭାବି।

ବୃଷ- ଅନୁକୂଳ ଗ୍ରହ ସମ୍ପର୍କରୁ ଶାରୀରିକ ସୁସ୍ଥତା ଓ ମାନସିକ ପ୍ରଫୁଲ୍ଲତା ସହ ଆତ୍ମୀୟଙ୍କ ସହଯୋଗିତା ପାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।

ମିଥୁନ- ଏକାଦଶସ୍ଥ ରବି ଓ ଶୁକ୍ରଙ୍କ ଯୋଗରୁ ବଡ଼ଲୋକଙ୍କ ସହାୟତାରେ ଅସମ୍ଭବକୁ ସମ୍ଭବ କରିବାର ମାର୍ଗ ଖୋଲିଯିବ। ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋ଼ଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହୋଇପାରିବ ନାହିଁ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନିକ ସ୍ତରରେ ଏପରିକି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।

କର୍କଟ – ଧନ ଚତୁର୍ଥାଧିପ ଏକତ୍ର କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ଗୌରବ ସହ ପ୍ରଶାସନିକ, ରାଜନୈତିକ, ସାମାଜିକ କ୍ଷେତ୍ର ଭଲ ରହିବ। ସହକର୍ମୀଙ୍କ ଶ୍ଳେଷାତ୍ମକ କଥା ଶୁଣି ଆପଣ ବନ୍ଧୁଙ୍କ ନିକଟରୁ ମୁହଁ ଫେରାଇ ନେଇପାରନ୍ତି। କଳା, ସାହିତ୍ୟ ତଥା ଗବେଷଣାଦି କାର୍ଯ୍ୟରେ ଅଗ୍ରଗତି ଘଟିବ। ଭୁଲ୍‌ ବୁଝାମଣାରୁ ପାରିବାରିିକ ସମସ୍ୟା ଗୁରୁତର ହୋଇପାରେ।

ସି˚ହ- କୌଣସି ବିଶେଷ ନିବେଶ ସମ୍ବନ୍ଧରେ ତୁରନ୍ତ ନିର୍ଣ୍ଣୟ ନିଅନ୍ତୁ। ମିଡିଆ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ବ୍ୟସ୍ତତାରେ ରହିବେ। କୌଣସି ଧାର୍ମିକ କାର୍ଯ୍ୟ ସଂପନ୍ନ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

କନ୍ୟା: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଲାଭ ଆପଣଙ୍କ ଆଶାକୁ ଟପିଯିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ତୁଳା: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। ପରିବାର ଲୋକଙ୍କ ସହଯୋଗ ପାଇବେ। ଯୁବକ ନିଜର ଭବିଷ୍ୟତକୁ ନେଇ ସଜାଗ ରହିବେ।

ବିଛା: ଆପଣ ନିଜକୁ ଆରାମ ଅନୁଭବ କରିବେ। ଅଫିସ୍‌ରେ ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ଧନୁ: ସଠିକ୍ ଫଇସଲା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ପିଲାଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ।

ମକର: ଅକାରଣରେ ସୃଷ୍ଟି ହୋଇଥିବା ସମସ୍ୟା ସମାପ୍ତ ହୋଇଯିବ। ବିବେକରେ କାମ କଲେ ବାଜି ଆପଣଙ୍କ ପକ୍ଷରେ ହେବ। ଅଫିସ୍‌ରେ ଆପଣଙ୍କୁ କୌଣସି ଭଲ ଖବର ମିଳିବ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଦିନଟି ଅନୁକୂଳ। ରାଜନୀତିକ ଲୋକଙ୍କୁ କୌଣସି ବିଶେଷ ଉପଲବ୍ଧି ମିଳିବ।

ମୀନ: ନୂଆ ଅନୁବନ୍ଧ ମିଳିବାର ସମ୍ଭାବନା। କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ସୁଖଦ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button