IBN ଓଡ଼ିଶା ଏକ୍ସକ୍ଲୁସିଭ୍

କୋଭିସିଲ୍ଡ ଭ୍ୟାକ୍ସିନ୍ ନେଇଥିବା ଲୋକ ସାବଧାନ, ବ୍ରେନ୍ ହାମରେଜ୍ ସହ ହେଉଛି ହାର୍ଟ ଆଟାକ୍, ଜାଣନ୍ତୁ ପୁରା ଖବର

କୋଭିଡ – ୧୯ ଟୀକା ନେଉଛି ଜୀବନ ! ବ୍ରିଟିଶ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରା ଜେନେକା ସ୍ୱୀକାର କରିଛି ଯେ ଏହାର କୋଭିଡ୍ -୧୯ ଟିକାର ବିପଦଜ୍ଜନକ ପ୍ରତିକ୍ରିୟା ଥାଇପାରେ । ଅବଶ୍ୟ, ଏହା କେବଳ ବିରଳ କ୍ଷେତ୍ରରେ ଘଟିବ । ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଆଷ୍ଟ୍ରାଜେନେକାର ପଦ୍ଧତି ଅନୁସାରେ କୋଭିଶିଲ୍ଡ ନାମକ ଏକ ଟିକା ପ୍ରସ୍ତୁତ କରିଛି ।

ବ୍ରିଟିଶ ମିଡିଆ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଆଷ୍ଟ୍ରା ଜେନେକା ଟିକା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଅନେକ ଗୁରୁତର ରୋଗର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । ଏହା ଫଳରେ ହାଇକୋର୍ଟରେ କମ୍ପାନୀ ବିରୋଧରେ ୫୧ଟି ମାମଲା ଚାଲିଛି । ପୀଡିତମାନେ ଆଷ୍ଟ୍ରା ଜେନେକାରୁ ପ୍ରାୟ ୧ହଜାର କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

F

ବ୍ରିଟିଶ ହାଇକୋର୍ଟରେ ଦାଖଲ ହୋଇଥିବା ଦଲିଲରେ କମ୍ପାନୀ ସ୍ବୀକାର କରିଛି ଯେ ଏହାର କରୋନା ଟିକା କେତେକ କ୍ଷେତ୍ରରେ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଅର୍ଥାତ୍ ଟିଟିଏସ୍ ହୋଇପାରେ । ଏହି ରୋଗ ହେତୁ ଶରୀରରେ ରକ୍ତ ଜମାଟ ବାନ୍ଧିବା ସହ ପ୍ଲାଲେଟ୍ ସଂଖ୍ୟା କମିଯାଏ।

ଏପ୍ରିଲ୍ ୨୦୨୧ରେ , ଜାମି ସ୍କଟ୍ ନାମକ ଜଣେ ବ୍ୟକ୍ତି ଏହି ଟିକା ନେଇଥିଲେ । ଏହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଶରୀରରେ ରକ୍ତ ଜମାଟ ବାନ୍ଧିବା ତାଙ୍କ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା । ଏହା ବ୍ୟତୀତ ସ୍କଟଙ୍କ ମସ୍ତିଷ୍କରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ମଧ୍ୟ ଘଟିଥିଲା । ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେମାନେ ସ୍କଟଙ୍କୁ ବଞ୍ଚାଇ ପାରିବେ ନାହିଁ ।

ଗତ ବର୍ଷ ସ୍କଟ ଆଷ୍ଟ୍ରାଜେନେକା ବିରୋଧରେ ଅଭିଯୋଗ ଆଣିଥିଲେ। ମେ ୨୦୨୩ ରେ, ସ୍କଟଙ୍କ ଅଭିଯୋଗର ଜବାବରେ କମ୍ପାନୀ ଦାବି କରିଛି ଯେ ସେମାନଙ୍କର ଟିକା ଟିଟିଏସ୍ ସୃଷ୍ଟି କରିପାରିବ ନାହିଁ । ତେବେ ଚଳିତ ବର୍ଷ ଫେବୃଆରୀରେ ହାଇକୋର୍ଟରେ ଦାଖଲ ହୋଇଥିବା ଦଲିଲରେ କମ୍ପାନୀ ଏହି ଦାବିକୁ ପ୍ରତ୍ୟାହାର କରିନେଇଛି । ଏହି ଡକ୍ୟୁମେଣ୍ଟଗୁଡିକ ବିଷୟରେ ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି ।

ତେବେ ଟୀକାରେ ଏହି ରୋଗର କାରଣ କଣ ତାହା ବିଷୟରେ କମ୍ପାନୀ ପାଖରେ ସୂଚନା ନାହିଁ। ଏହି ଦଲିଲଗୁଡ଼ିକ ସାମ୍ନାକୁ ଆସିବା ପରେ ସ୍କଟଙ୍କ ଓକିଲ କୋର୍ଟରେ ଦାବି କରିଛନ୍ତି ଯେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟୀକାରେ ତ୍ରୁଟି ରହିଛି ଏବଂ ଏହାର କାର୍ଯ୍ୟକାରିତା ବିଷୟରେ ଭୁଲ ତଥ୍ୟ ଦିଆଯାଇଛି।

Covishield

ବୈଜ୍ଞାନିକମାନେ ପ୍ରଥମେ ମାର୍ଚ୍ଚ ୨୦୨୧ ରେ ଟୀକା ଦ୍ଵାରା ଏକ ନୂତନ ରୋଗ ଇମ୍ୟୁନ ଥ୍ରୋମ୍ବୋସିସ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (VITT) ଚିହ୍ନଟ କରିଥିଲେ । ପୀଡିତାଙ୍କ ସହ ଜଡିତ ଓକିଲମାନେ ଦାବି କରିଛନ୍ତି ଯେ VITT ପ୍ରକୃତରେ ଟିଟିଏସ୍ ର ଏକ ସବ୍ସେଟ୍ । ତେବେ, ଆଷ୍ଟ୍ରା ଜେନେକା ଏହାକୁ ପ୍ରତ୍ୟାଖ୍ୟାନ କରିଛି ।

ଆଷ୍ଟ୍ରା ଜେନେକା କହିଛନ୍ତି, “ଯେଉଁମାନେ ଆମର ପ୍ରିୟଜନଙ୍କୁ ହରାଇଛନ୍ତି କିମ୍ବା ଗୁରୁତର ରୋଗରେ ପୀଡିତ ଅଛନ୍ତି ସେମାନଙ୍କ ପ୍ରତି ଆମର ସମବେଦନା ଜଣାଉଛି। ରୋଗୀର ନିରାପତ୍ତା ଆମର ପ୍ରାଥମିକତା ଅଟେ।

କମ୍ପାନୀ ଆହୁରି ମଧ୍ୟ କହିଛି, “ବିଭିନ୍ନ ଦେଶରୁ କ୍ଲିନିକାଲ୍ ପରୀକ୍ଷା ଏବଂ ତଥ୍ୟ ପ୍ରମାଣିତ କରିଛି ଯେ ଆମର ଟୀକା ସୁରକ୍ଷା ମାନଦଣ୍ଡକୁ ପୂରଣ କରେ । ସାରା ବିଶ୍ୱରେ ନିୟାମକମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଟୀକା ର ଲାଭ ଏହାର ବିରଳ ପାର୍ଶ୍ୱ ପ୍ରତିକ୍ରିୟାଠାରୁ ଅଧିକ ଅଟେ |”

ବିଶେଷ କଥା ହେଉଛି ଏହି ଟିକା ବ୍ରିଟେନରେ ଆଉ ବ୍ୟବହୃତ ହେଉନାହିଁ । ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ବଜାରରେ ଆରମ୍ଭ ହେବାର କିଛି ମାସ ପରେ ବୈଜ୍ଞାନିକ ମାନେ ଏହି ଟିକା ପ୍ରତି ବିପଦ ଅନୁଭବ କରିଥିଲେ । ଏହା ପରେ, ୪୦ବର୍ଷରୁ କମ୍ ବୟସର ଲୋକଙ୍କୁ ଅନ୍ୟ ଟୀକା ଦେବା ପାଇଁ ପରାମର୍ଶ ଦିଆ ଯାଇଥିଲା । ଏହାର କାରଣ ହେଉଛି ଆଷ୍ଟ୍ରା ଜେନେଙ୍କା ଟିକା ଦ୍ୱାରା ହୋଇଥିବା କ୍ଷତି କରୋନା ବିପଦଠାରୁ ଅଧିକ ଥିଲା ।

ମେଡିସିନ୍ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଅନୁଯାୟୀ ବ୍ରିଟେନରେ ୮୧ଟି ମାମଲା ରହିଛି ଯେଉଁଥିରେ ଟିକା ଦ୍ଵାରା ରକ୍ତ ଜମାଟ ବାନ୍ଧିବା କାରଣରୁ ଲୋକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏମଏଚଆରଏ ଅନୁଯାୟୀ, ପ୍ରତିକ୍ରିୟାରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ।

Covishield

ରିପୋର୍ଟ ଅନୁଯାୟୀ, ଫ୍ରିଡମ୍ ଅଫ୍ ଇନଫରମେସନ୍ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ଫେବୃଆରୀରେ ବ୍ରିଟେନର ୧୬୩ ଜଣ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏଥିମଧ୍ୟରୁ ୧୫୮ ଜଣ ଥିଲେ ଯେଉଁମାନେ ଆଷ୍ଟ୍ରା ଜେନେଙ୍କା ଟିକା ପାଇଥିଲେ।

କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ ଏପ୍ରିଲ ୨୦୨୧ରେ, ସେମାନେ ଉତ୍ପାଦ ସୂଚନାରେ କେତେକ କ୍ଷେତ୍ରରେ ଟିଟିଏସ୍ ର ବିପଦକୁ ଅନ୍ତର୍ଭୁକ୍ତ କରିଥିଲେ । ଅନେକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ କରୋନା ମହାମାରୀ ସମୟରେ ଆଷ୍ଟ୍ରା ଜେନେଙ୍କା ଟିକା ଆରମ୍ଭ ହେବାର ପ୍ରଥମ ବର୍ଷରେ ଏହା ପ୍ରାୟ ୬୦ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହା ମଧ୍ୟ କହିଛି ଯେ ଏହି ଟିକା ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଅଟେ । ଏହାର ଶୁଭାରମ୍ଭ ସମୟରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏହାକୁ ବ୍ରିଟିଶ ବିଜ୍ଞାନ ପାଇଁ ଏକ ପ୍ରମୁଖ ବିଜୟ ବୋଲି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button