IBN ଓଡ଼ିଶା ଏକ୍ସକ୍ଲୁସିଭ୍

କାହିଁକି ସରଳ ଲୋକମାନେ ଅଧିକ ଦୁଃଖିତ ଥାନ୍ତି… Motivational Story

ନମସ୍କାର ବନ୍ଧୁଗଣ , ଏହି ଜଗତରେ ସରଳ ଓ ନିରୀହ ଲୋକମାନେ ଅଧିକ ଦୁଃଖ କାହିଁକି ପାଇଥାନ୍ତି । ଆମ ଆଖ ପାଖ ରେ ଦେଖିଥାଉ ଯିଏ ସରଳ ଭଲ ସ୍ଵାଭାବ ବ୍ୟକ୍ତି ଥାନ୍ତି ତାଙ୍କ ଜୀବନରେ ଦୁଃଖ କଷ୍ଟ ଅଧିକ ମାତ୍ରାରେ ରହିଥାଏ । ଆଜି ଆମେ ଆପଣଙ୍କୁ ଗୌତମ ବୁଦ୍ଧଙ୍କ ଅମୂଲ୍ୟ ଶିକ୍ଷା ମାଧ୍ୟମ ରେ ଏହାର ସରଳ ଉତ୍ତର ଦେବାକୁ ଚାହୁଛୁ ।

ଗୌତମ ବୁଦ୍ଧଙ୍କ ପାଖ କୁ ଥରେ ଅଜାତଶତ୍ରୁ ରାଜା ଆସି କହିଲେ ହେ ଗୁରୁ ମୁଁ ଯେବେ ଠୁ ମୁଁ  ଅହିଂସା ରେ ପଥ ରେ ଚଳିବାକୁ ଲାଗିଲି ତେବେ ଠାରୁ ମୋ ରାଜ୍ୟ ର ପ୍ରଜାମାନେ ମୋ କଥା କୁ ଅବାଧ୍ୟତା ହେବାକୁ ଲାଗିଲେ । ଏପରି କାହିଁକି ହେଉଛୁ ମୁ ତ ଭଲ ବ୍ୟକ୍ତି ହେଇ ସରଳତା ର ଆଚରଣ କରୁଛି , ମାତ୍ର ଏହା ବଦଳରେ ମୋତେ ଦୁଃଖ ମିଳୁଛି । ଏହା କୁ ଶୁଣି ଗୌତମ ବୃଦ୍ଧ କହିଲେ ରାଜନ ମୁଁ ଆପଣଙ୍କୁ ଏକ ସତ୍ୟ କାହାଣୀ ଟିଏ କହିବି ଯାହାକୁ ଶୁଣିଲା ପରେ ଆପଣ ଏହାର ଉତ୍ତର ପାଇଯିବେ ।

ଗୋଟିଏ ଗା ‘ ରେ ବିରାଟ ବୃକ୍ଷଟିଏ ଥିଲା ଓ ସେହି ଗଛରେ ସବୁଜ ରଙ୍ଗ ର ସର୍ପ ରହିଥିଲା ଯାହା ସେହି ବାଟରେ ଯିବା ଆସିବା କରୁଥିବା ଲୋକମାନଙ୍କର ମାରି ଦେଉଥିଲା । ସେଥିପାଇ ସେହି ଗା ‘ ର ଲୋକମାନେ ସେହି ଗଛ କୁ ପାଖକୁ ଯାଉନଥିଲେ । ଥରେ ସେହି ବାଟରେ ଜଣେ ସନ୍ୟାସୀ ଯାଉଥିଲେ ସେ ସେହି ଗଛ ତଳେ ବିଶ୍ରାମ ନେଉଥିଲେ , ତାହା ଦେଖିଥିବା ଲୋକମାନେ ଆସି କହିଲେ ଆପଣ ଏହି ଗଛ ରୁ ଉଠି ଯାଆନ୍ତୁ ।

କାରଣ ଏହି ଗଛ ରେ ବିଷାକ୍ତ ସର୍ପ ରହୁଛି । ମାତ୍ର ସନ୍ୟାସୀ ତାଙ୍କ କଥାରେ ନ ଶୁଣି  ସେହିଠାରେ ବିଶ୍ରାମ ନେଲେ ସେହି ସର୍ପ ଟି ଧୀରେ ତଳ କୁ ଆସି କହିଲା , ଆପଣ ଙ୍କୁ କଣ ଡର ନାହିଁ ଏହା ହେଉଛି ମୋ ସ୍ଥାନ ଯିଏ ବି ଆସେ ମୁଁ ତାଙ୍କୁ ମାରି ଦିଏ । ଏହା ଶୁଣି ସନ୍ୟାସୀ କହିଲେ ହେ  ସର୍ପ ତୁ ଆର ଜନ୍ମ ରେ ଯେଉଁ କୁକର୍ମ କରିଥିଲୁ ତାହା ପାଇଁ ଏହି ସର୍ପ ଜନ୍ମ ପାଇଛୁ ।

ଏହି ଜନ୍ମରେ ତୁ ପୁଣ୍ୟବାର ତାହା କରୁଛି ତାହା ଶୁଣି ସର୍ପ ସେହି ଦିନ ଠାରୁ ବଦଳି ଯାଇ ଭଲ ସର୍ପ ପାଲଟି ଯାଇଥିଲା । କିଛି ଦିନ ପରେ ସନ୍ୟାସୀ ଜଣକ ସେହି ବାଟ ଦେଇ ଯାଉଥିବା ସମୟରେ ଦେଖିଲେ ସେହି ସର୍ପ ର ଦେହ ସାରା ଆଘାତ ଓ ମରଣ ର ସେଶ ଶ୍ଵାସ ନେଉଛି , ଏହା ଦେଖି ପଚାରିବାରୁ ସର୍ପ କହିଲା  ଆପଣଙ୍କ କଥାରୁ ମୁଁ ସରଳ ହେଇଯାଇଥିଲି , କିନ୍ତୁ ଲୋକମାନେ ଏହା ଦେଖି ମୋ ଉପରେ ତାଙ୍କ ଅଧିକାର ଚଳାଇଲେ କିଏ ମୋତେ ମାରିଲା ତ ଆଉ  କିଏ ମୋ ଉପର କୁ ପଥର  ଫୋପଡିଲା  ।

ତେବେ ସନ୍ୟାସୀ କହିଲେ ମୁଁ ତ ତମକୁ ସରଳ ହେବାକୁ କହିଲେ ମାତ୍ର ଦୁର୍ବଳ ହେବାକୁ କହିନି , ଯଥା ବ୍ୟକ୍ତି ଜୀବନରେ ସରଳ ରହିବା ଦରକାର ତା ମାନେ ନୁହେ ଯେ ଯେଉଁ ସମୟରେ କଠିନ ବ୍ୟବହାର କରିବା ଉଚିତ୍ ତାହା ନ କରିବ ।

ତେଣୁ ଆମ ମଧ୍ୟ ସରଳ ରହିବା ଉଚିତ୍ , ମାତ୍ର ଯେଉଁ ସ୍ଥାନରେ କଠିନ ବ୍ୟବହାର ବା କ୍ରୋଧ କରିବା ଦରକାର ସେହି ସ୍ଥାନରେ କରିବା ଉଚିତ୍ । କାରଣ ଆମେ ଯଦି ସବୁ ବେଳେ ସ୍ଥାନ୍ତ ରହିବା ଅନ୍ୟମାନେ ଏହାକୁ ଆମ ର ଦୁର୍ବଳତା ଭାବିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button