IBN ଓଡ଼ିଶା ବ୍ୟୁରୋ

ମହିଳା ମାନଙ୍କୁ ଗର୍ଭ ଧାରଣ କରିବାରେ କେଉଁ ପ୍ରକାର ଆନନ୍ଦ ପ୍ରାପ୍ତ ହୋଇଥାଏ ? ଜାଣନ୍ତୁ ଏହାର ଗୂଢ ରହସ୍ୟ

ନମସ୍କାର ବନ୍ଧୁଗଣ, ସମସ୍ତଙ୍କର ନିଜର କିଛି ନା କିଛି ପସନ୍ଦ ରହିଥାଏ । ଯାହାକୁ କରିବା ଦ୍ଵାରା ସେମାନଙ୍କୁ ବହୁତ ଅଧିକ ଆନନ୍ଦ ମିଳିଥାଏ । ତେବେ ଯଦି ଆମେ କହିବା କି ନାରୀମାନଙ୍କୁ ସବୁଠାରୁ ଅଧିକ ମଜା କେଉଁ କାର୍ଯ୍ୟ କରିବା ପାଇଁ ଲାଗିଥାଏ ଏହାର ଉତ୍ତର କଣ ଆପଣଙ୍କ ପାଖରେ ଅଛି କି ! ଯଦି ନା ତେବେ ଆଉ ଡେରି ନକରି ଆମର ଏହି ପୋଷ୍ଟଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଜାଣନ୍ତୁ ନାରୀ ମାନଙ୍କୁ କେଉଁ କାର୍ଯ୍ୟ କରିବା ପାଇଁ ସବୁଠାରୁ ଅଧିକ ମଜା ଲାଗିଥାଏ । ତେବେ ଆସନ୍ତୁ ଜାଣିବା ।

ଜଣେ ରଜା ଙ୍କ ତିନୋଟି ଝିଅ ଥାନ୍ତି । ଆଉ ରାଜା ତାଙ୍କ ତିନି ଝିଅକୁ ବହୁତ ଭଲ ପାଆନ୍ତି । ରାଜା ଥରେ ତାଙ୍କ ତିନି ଝିଅଙ୍କୁ ଡାକି ପଚାରିଲେ ତୁମେ କୁହ ତୁମ ମାନଙ୍କୁ କେଉଁ କାମ କରିବା ପାଇଁ ଭଲ ଲାଗେ । ବଡ ଝିଅ କହିଲା ମଦରେ ପ୍ରକୃତ ମଜା । କିନ୍ତୁ ମଝିଆ ଝିଅ କହିଲା ବାହାଘରରେ ମଜା କାରଣ ବିବାହ ପରେ ଗୋଟିଏ ଝିଅକୁ ମାଆ ହେବାର ସୌଭାଗ୍ୟ ମିଳିଥାଏ । ହେଲେ ସାନ ଝିଅ ଆସି କହିଲା ସବୁଠାରୁ ଅଧିକ ମଜା ମିଳିଥାଏ ମିଛ କହିବାରେ । ରାଜା କହିଲେ ବଡ ଏବଂ ମଝିଆ ଝିଅର କଥା ତ ଗ୍ରହଣ କରିବା ଭଳି କଥା କିନ୍ତୁ ତୁ କହୁଥିବା କଥା ତ ପୁରା ଅଲଗା ।

ମିଛରେ କେଉଁ ମଜା ଥାଏ ବୋଲି ରାଜା ପଚାରିଲେ । ସାନ ଝିଅ କହିଲା ବାପା ମତେ ତମେ କିଛି ପଚାରନି । ତିନିମାସ ପରେ ଆପଣ ଏହାର ଉତ୍ତର ପାଇବେ । କାରଣ ମୋର ତିନିମାସ ପର୍ଯ୍ୟନ୍ତ ଏକ ବ୍ରତ ଅଛି ମୁଁ ସେହି ବ୍ରତ କରିବି । ସାନ ଝିଅ କହିଲା ବାପା ଆପଣ ରାଜ୍ୟର ସବୁଆଡେ ନାଗରା ଦେଇଡିଅନ୍ତୁ ଏବଂ ଜଣାଇ ଦିଅନ୍ତୁ କି ମୋ ସାନ ଝିଅ ବ୍ରତ କରୁଛି । ଯେଉଁଦିନ ଝିଅର ବ୍ରତକୁ ତିନି ମାସ ପୂରିବ ସେହିଦିନ ରାଧା କ୍ରୀଷ୍ଣା ଆସି ନାଚ କରିବେ ବୋଲି ଜଣାଇ ଦିଅ ।

ରାଜା ଝିଅ କଥା ମାନି ସେଇଆ କଲେ । ଏବଂ କହିଲେ ଯେଉଁ ଲୋକ ଚାହିଁବା ଆସି ଦେଖିପାରିବ ଏବଂ କଥା ବି ହୋଇପାରିବ କିନ୍ତୁ ଯିଏ ଏକଲକ୍ଷ ଟଙ୍କା ଦେବ ସେ ହିଁ ଭିତରକୁ ଯାଇପାରିବ । ଏହାଶୁଣି ରାଜ୍ୟରେ ଚହଳ ପଡିଲା । ଭଗବାନଙ୍କୁ ଦର୍ଶନ କରିବା ପାଇଁ ଲୋକେ ଯିଏ ଯେମିତି କରି ଧାର ଉଧାର କରି ଏକ ଲକ୍ଷ ଟଙ୍କା ଯୋଗାଡ କଲେ । ଆଉ ଆଣିକି ରାଜାଙ୍କ ଝିଅକୁ ଦେଲେ । ତିନି ମାସ ପୂରିବା ଦିନ ସବୁଲୋକ ଠିଆ ହେଲେ । ଆଉ ଜଣ ଜଣ କରି ଭିତରକୁ ଛଡା ଗଲା ।

ଝିଅଟି କହିଲା ଯେଉଁ ଲୋକର ମା ବେଭିଚାରୀ ହୋଇଥିବା ତଥା ଯେଉଁ ଲୋକର ବାପା କିଏ ଜଣାନଥିବା ସେହି ଲୋକଙ୍କୁ ରାଧା କୃଷ୍ଣ ଦେଖା ଦେବେ ନାହିଁ । ଜଣ ଜଣ କରି ଝିଅଟି ସମସ୍ତଙ୍କୁ ଏହି କଥା କହିଲା ଆଉ ଏହି କଥା କହିସାରିବା ପରେ ପେଣ୍ଡାଲ ପାଖରେ ସମସ୍ତେ ଠିଆ ହେଲେ । ଝିଅଟି କହିଲା ହେଇ ଦେଖା ରାଧାକୃଷ୍ଣ  ନାଚୁଛନ୍ତି । ଆଉ ଏହାପରେ ସମସ୍ତେ ତାଳି ମାରି ହୋ ହା କହିବାକୁ ଲାଗିଲେ ହଁ ହଁ ମୁଁ ରାଧା କୃଷ୍ଣଙ୍କୁ ଦେଖିପାରୁଛି ।

ରାଜାଙ୍କୁ ଆସି ଝିଅ ପଚାରିଲା ତମେ ଦେଖିପାରୁଛ । ରାଜା ବି ହଁ ମାରିଲେ । ଏକ ମାସ ପରେ ଝିଅ ରାଜାଙ୍କୁ ନିଜ ମୁଣ୍ଡ ଛୁଆଁଇ ପଚାରିଲା ସତରେ ତମେ ସେଦିନ ରାଧା କୃଷ୍ଣଙ୍କୁ ଦେଖିଥିଲ । ରାଜା ମନାକେଲ । ରାଜା କହିଲେ ଯଦି ମୁଁ ମନା କରିଥାନ୍ତି ତେବେ ସମସ୍ତେ କହିଥାନ୍ତେ ରାଜାଙ୍କର ବାପଙ୍କର ପତା ନାହି ।

ଆଉ ଲଜ୍ଜିତ ହୋଇଯାଇଥାନ୍ତି ମୁଁ । ଝିଅ ଏହାପରେ କହିଲା ଏଥର ଜାଣିଲ ତ ମଜା କେଉଁଥିରେ ଥାଏ । ମିଛରେ ମଜା ଥାଏ ॥ ମିଛ ପାଇଁ ମଧ୍ୟ ସଂସାର ଚାଲିଛି । କିନ୍ତୁ ସବୁବେଳେ ମିଛ କହିବା ଆପଣଙ୍କ ଉପରେ ପଡିପାରେ ଭାରି । ସତ ବି କହିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button