ଦେଶ

“ସୁନ୍ଦରୀ ବୋଲି ରାଜ୍ୟସଭା ପଠାଯାଇଛି” ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବସେନା ବିଧାୟକ

ମୁମ୍ବାଇ : ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଶିବସେନା (ଏକନାଥ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାତଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସଞ୍ଜୟ ଶିରସାତ କହିଛନ୍ତି ଯେ ପ୍ରିୟଙ୍କା ଚତୁର୍ବେଦୀ ସୁନ୍ଦର ବୋଲି ତାଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି ଆଦିତ୍ୟ ଠାକରେ । ସେ ତ ଦାବି କରିଛନ୍ତି ଯେ ପୂର୍ବତନ ସାଂସଦ ଚନ୍ଦ୍ରକାନ୍ତ ଖଇରେ ତାଙ୍କୁ ଏହି କଥା କହିଥିଲେ । ଚନ୍ଦ୍ରକାନ୍ତ ଖଇରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ଅଛନ୍ତି

ଶିରସାତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଚତୁର୍ବେଦୀ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ କେମିତି ଦେଖୁଛି ଏବଂ ଆଜି ମୁଁ କେଉଁଠି ଅଛି ତାହା କହିବା ପାଇଁ ମୋତେ ବିଶ୍ବାସଘାତକଙ୍କ ଆବଶ୍ୟକତା ନାହିଁ। ଚତୁର୍ବେଦୀ କହିଛନ୍ତି ଯେ ଶିରସାତ୍ ତାଙ୍କ ବୟାନ ମାଧ୍ୟମରେ ମହିଳା ଏବଂ ରାଜନୀତି ଉପରେ ତାଙ୍କର ନିଚ୍ଚ ଚିନ୍ତାଧାରାକୁ ପ୍ରଦର୍ଶିତ କରିଛନ୍ତି । ଶିରସାତ୍ ତାଙ୍କ ଆତ୍ମାକୁ ବିକ୍ରି କରିଦେଇଛନ୍ତି । ପ୍ରିୟଙ୍କାଙ୍କ ମନ୍ତବ୍ୟର ଜବାବ ରଖି ଶିରସାତ କହିଛନ୍ତି ଯେ ଯିଏ କଂଗ୍ରେସ ଛାଡ଼ି ଶିବସେନା ଆସିଛନ୍ତି, ସେ ତାଙ୍କୁ ବିଶ୍ବାସଘାତକ କହୁଛନ୍ତି । ଚତୁର୍ବେଦୀ ୨୦୧୯ରେ କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିଲେ । ଶିବସେନା ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା।

ଅନ୍ୟପକ୍ଷରେ ଶିରସାତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଆଦିତ୍ୟ ଠାକରେ କହିଛନ୍ତି, ଶିରସାତଙ୍କ ବିବେକ ସଢିଯାଇଛି ଏବଂ ତାଙ୍କର ମୂଲ୍ୟ କେତେ ସେ ଜାଣିସାରିଛନ୍ତି । ମୁଁ ଜାଣେ ନାହିଁ ଯେ ଏଭଳି ଖରାପ ମାନସିକତା ଥିବା ଲୋକମାନେ କିପରି ରାଜନୀତିରେ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button