ମୟୂର ପଙ୍ଖ ଘରର କେଉଁ କେଉଁ ସ୍ଥାନରେ ରଖିଲେ ଧନର ବୃଦ୍ଧି ହୋଇଥାଏ ? Vaastu Tips
ବନ୍ଧୁଗଣ ଆଜିର ସମୟରେ ଏମିତି ଖୁବ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ ପଇସାର ଅଭାବ ନ ଥିବ । ଆବଶ୍ୟକ ଅନୁଯାୟୀ ପଇସା ନ ରହିଲେ ବ୍ୟକ୍ତି ନିଜର ଆବଶ୍ୟକ ପୂରଣ କରିବା ପାଇଁ କଠିନ ପରିଶ୍ରମ କରୁଛି । ଧନ ଯେତେ ଥିଲେ ବି ମନ ପୁରେ ନାହିଁ । ନିଜର ପରିଶ୍ରମ ମୁତାବକ ଟଙ୍କା ମିଳେ ନାହିଁ । ଆଉ ଏମିତି ହେଲେ ଖରାପ ସମୟ ଚାଲିବାର ସୂଚନା ମିଳିଥାଏ ।
ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଧନ ଆସିବାର ବାଟ ଖୋଲିଯିବ । ସନ୍ଧ୍ୟା ସରିବା ପରେ ମୟୂର ପଙ୍ଖ କୁ ଜୋର ଜୋର ରେ ହଲାଇବା ଦ୍ଵାରା ଶୁଭ ହୋଇଥାଏ । ମୟୂର ପଙ୍ଖା କୁ ଘରର ଏମିତି ଜାଗାରେ ରଖିବା ଉଚିତ ଯେମିତି ଘର ଲୋକଙ୍କ ଦ୍ରୁଷ୍ଟି ସେଥିପ୍ରତି ପଡିବ ।
କାରଣ ମୟୂର ପଙ୍ଖ ନେଗେଟିଭ ଊର୍ଜା କୁ ନିଜ ଆଡକୁ ଟାଣି ନେଇଥାଏ । ତେଣୁ କରି ସମସ୍ତଙ୍କର ଦ୍ରୁଷ୍ଟି ମୟୂର ପର ଉପରେ ପଡିଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ । ମୟୂର ପର ର ଏହି ଉପାୟ ପରିବାରରେ ସୁଖ ଶାନ୍ତି ଆଣିବା ସହ ଧନର ବୃଦ୍ଧି କରାଇଥାଏ । ମୟୂର ପର ର ବ୍ୟବହାର ସବୁ ଜାଗାରେ ହୋଇଥାଏ ।
ପିଲା ମାନେ ପଢିବା ସମୟରେ ମୟୂର ପର ବହି ରେ ରଖିଥାନ୍ତି । ଘରର ସବୁ ରୁମରେ ମୟୂର ପର ରଖିଲେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଆପଣଙ୍କ ରାହୁ କେତୁ ବା କାଳସର୍ପ ଦୋଷ ରହିଛି ତେବେ ଆପଣ ପାଖରେ ଗୋଟେ ମୟୂର ପର ରଖନ୍ତୁ । ଏହା ଦ୍ଵାରା ଅନେକ ଲାଭ ହୋଇଥାଏ । ଘରେ ପିଲା ଜିଦିଆ ହେଉଥିଲେ ମୟୂର ପର ହଲାଇ ପବନ କରାଇଲେ ଧୀରେ ଧୀରେ ତାର ଜିଦିପଣ ଦୂର ହୋଇଥାଏ ।
ନଚେତ ଘରେ ଫ୍ୟାନରେ ମୟୂର ପର ଲଗାଇ ଦିଅନ୍ତୁ । ଦେଖିବେ ପିଲାଙ୍କର ଯୋଡି କମ ହେବାରେ ଲାଗିବ । ଘରେ ନବଜାତ ଶିଶୁ ରହିଛି ଆଉ ତାହାର ନଜର ଦୋଷ ହଟାଇବା ପାଇଁ ତାର ବିଛଣାରେ ମୟୂର ପର ରଖନ୍ତୁ । ଘରେ ପଇସା ଆସୁ ନାହିଁ ବା ଅଭବ ହେଉଛି ତେବେ ଘରର ଦକ୍ଷିଣ-ପୂର୍ବ କୋଣରେ ମୟୂର ପର ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।
କୁହାଯାଏ ମୟୂର ପର ଘରେ ରଖିଲେ ସାପ ଆସେ ନାହିଁ । ଆଲମାରୀ ରେ ମୟୂର ପର ରଖିଲେ ଦେଖିବେ ନିଶ୍ଚୟ ଧନର ବୃଦ୍ଧି ହେବ ଓ ଖର୍ଚ୍ଚ କମ ହେବ । ଘରର ଠାକୁର ଘରେ ବ ଔତ୍ତର-ପୂର୍ବ କୋଣରେ ମୟୂର ପର ରଖନ୍ତୁ । ଏହାକୁ ପ୍ରତେକ ଦିନ ପୂଜା କରନ୍ତୁ । ଦେଖିବେ ଆପଣଙ୍କର ଭାଗ୍ୟ ଚମକି ଉଠିବ ଓ ଧନ ଆଗମନର ରାସ୍ତା ଦେଖାଦେବ । ଆପଣ ବ୍ୟବହାର କରୁଥିବା ବେଡ ରେ ମୟୂର ପର ରଖିଲେ ପଜେଟିଭ ଊର୍ଜା ଆସିଥାଏ । ଏହା ସହ ଜୀବନରେ ସଫଳତା ଆସିବ ।