ବିବାହ ହୋଇ ପାରୁ ନ ଥିଲେ, ଭାଙ୍ଗି ଯାଉଥିଲେ, ବିବାହରେ ବିଳମ୍ବ ହେଉଥିଲେ କରନ୍ତୁ ଏହି ସବୁ ସହଜ ଉପାୟ, ଦେଖିବେ ବିବାହରେ ଆସୁଥିବା ପ୍ରତିବନ୍ଧକ ନିଶ୍ଚୟ ଦୂର ହେବ
ଦର୍ଶକ ବନ୍ଧୁ ବିବାହ ପ୍ରତିବନ୍ଧକ କୁ ବିଚାରକୁ ନେବା ତେବେ ଜାତକର ଦ୍ଵିତୀୟ, ପଞ୍ଚମ, ସପ୍ତମ, ଏକାଦଶ ସ୍ଥାନକୁ ଦେଖିବାକୁ ପଡିଥାଏ । ଜନ୍ମ ଜାତକର ଏହି ୪ଟି ସ୍ଥାନକୁ ଅନୁଧ୍ୟାନ କରିଲେ ଜଣାପଡେ ବି ବିବାହରେ ବାଧା କାହିଁଙ୍କି ଆସୁଛି । ବିବାହ ପ୍ରତିବନ୍ଧକ ସୃଷ୍ଟି କରୁଥିବା ମୁଖ୍ୟ ଗ୍ରହ ହେଉଛି ମଙ୍ଗଳ, ଶୁକ୍ର, ବୃହସ୍ପତି । ତେଣୁ ଯେବେ ଜନ୍ମ ଜାତକ କଥା ବିଚାର କରିଲେ ଏହି ୩ଟି ଗ୍ରହଙ୍କର ସ୍ଥିତି କୁ ଦେଖିବାକୁ ପଡିଥାଏ । ଯଦି ଆପଣଙ୍କର ବିବାହ କ୍ଷେତ୍ରରେ ସମସ୍ଯା ଆସୁଛି, ବିବାହ ପ୍ରସ୍ତାବ ଆସିଲେ ବି ଫାଇନାଲ ହୋଇପାରୁ ନାହିଁ, ଫାଇନାଲ ହେଲା ପରେ ବି ତାହା ଭାଙ୍ଗି ଯାଉଥାଏ, ବୟସ ବଢିବା କାରଣରୁ ବିବାହ ହୋଇପାରୁ ନାହିଁ ତେବେ ଏହି ଉପାୟ ଗୁଡିକ ନିଶ୍ଚୟ କରନ୍ତୁ ।
୧- ପ୍ରତେକ ଦିନ ଅଶ୍ଵସ୍ତ ଗଛ ମୂଳରେ ସୁହଡ ପାଣିରେ ଅଳ୍ପ ଚିନୀ, ମିଶ୍ରି ମିଶାଇ ମିଠା ପାଣି ପ୍ରସ୍ତୁତ କରି ଅର୍ପଣ କରନ୍ତୁ । ଯଦି କନ୍ୟା ମାନେ ହୋଇଥିବେ ସେମାନେ ରବିବାର ଓ ମାସିକ ଧର୍ମ ସମୟରେ ବନ୍ଦ ରଖିବେ ।
୨- ମଙ୍ଗଳବାର ଦିନ ଶୁଖିଲା ନଡିଆ ନେଇ ତାର କତା ଛିଡାଇ ବଡ ଆଖି କୁ କଣା କରିବେ । ଆଖି କଣା ସାରିବା ପରେ ପାଣି ବାହାର କରି ନଡିଆ ଭିତରେ ଚିନୀ ଭରି ଦିନ ୧୧ରୁ ୧୨ ମଧ୍ୟରେ ମାଟି ଦୀପରେ ରାଶି ତେଲ, ନାଲି ବତୀ ନେଇ ଅଶ୍ଵସ୍ତ ଗଛ ପାଖକୁ ଯାଆନ୍ତୁ । ନଡିଆକୁ ଗଛ ମୂଳରେ ପୋତିବା ସହ ନଡିଆ ଆଖିରେ ଯେମିତି ମାଟି ନ ପଡିବ । ଏହାପରେ ଦୀପ ଜାଲି ୭ ଥର ପରିକ୍ରମା କରିବେ ଓ ବିବାହ ସମସ୍ଯା ପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରିବେ ।
୩- ପୁଅ କି ଝିଅ ହୁଅନ୍ତୁ ପ୍ରତେକ ଦିନ ହଳଦୀ ପାଣିରେ ସ୍ନାନ କରିବା ସହ କଦଳୀ ଗଛରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହି ଉପାୟଟି ବିବାହ ସମସ୍ଯା ଦୂର ହେବ ।
୪- ପ୍ରତେକ ମଙ୍ଗଳବାର ଦିନ ଭଗବାନ ଗଣେଶ ଙ୍କୁ ଦର୍ଶନ କରି ୨୧ କେରା ଦୁବ ଅର୍ପଣ କରି ଗାଈ ଘିଅର ଦୀପ ଜଳାନ୍ତୁ । ମନ୍ଦିରରେ ବସି ଶ୍ରୀ ଗଣେଶଙ୍କର ଗାୟତ୍ରୀ ମାତ୍ର ୨୭ ଥର ଜପ କରନ୍ତୁ ।
୫- ନିଜର ଜନ୍ମ ତାରିଖରେ ପୁଅ କି ଝିଅ ମା ଙ୍କ ଠାରୁ ଚାନ୍ଦି ର ଲକେଟ ଉପହାର ସ୍ୱରୂପ ଆଣନ୍ତୁ । ସେହି ଲକେଟକୁ ଧୂପ, ଦୀପ, ଫୁଲ, ଚନ ଦେଇ ପୂଜା କରି ଗଳାରେ ନାଲି ଫିତାରେ ଲକେଟକୁ ଧାରଣ କରିପାରିବେ । ଏହା ଦ୍ଵାରା ବିବାହ ସମସ୍ଯା ଦୂର ହେବ ।
୬- ଯଦି କୌଣସି କନ୍ୟାଙ୍କର ବିବାହ ବିଳମ୍ବ ହେଉଛି ତେବେ ନାକ ଫୋଡି ସୁନା ରିଙ୍ଗ ଲଗାନ୍ତୁ ।
୭- ଶୁକ୍ଲ ପକ୍ଷର ଗୁରୁବାରରେ ପୁରୁଣା ଚାବିକୁ ନିଜ ଶରୀର ଉପରେ ଓଲଟା ଡାହାଣରୁ ବାମ ପତକୁ ୩ ଥର ବୁଲାଇବେ । ସନ୍ଧ୍ୟା ୭ରୁ ୮ ମଧ୍ୟରେ ଚାବିକୁ ଚାରି ଛକରେ ରଖିବା ଦ୍ଵାରା ବିବାହ ସମସ୍ଯା ଦୂର ହେବ ।