IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେଉଁ ଠାକୁରଙ୍କୁ କେଉଁ ଫୁଲରେ ପୂଜା କାଲେ ମନସ୍କାମନା ପୂର୍ଣ ହୁଏ ! ସୂର୍ଯ୍ୟଙ୍କୁ କେଉଁ ଫୁଲ ଅର୍ପଣ କରିବେ: Ajira Anuchinta

ବିଶାଳକାୟ ପୃଥିବିରେ ଅନେକ ଲୋକ ରୁହନ୍ତି । ଅନେକ ଲୋକ ଇଶ୍ଵରଙ୍କୁ ମାନନ୍ତି ,ତ ଆଉ କିଛି ଲୋକ ମାନନ୍ତି ନାହିଁ । କିନ୍ତୁ ସମସ୍ତଙ୍କ ପାଇଁ ଇଶ୍ଵର ଏକ । ଭଗବାନଙ୍କୁ ନିଷ୍ଟାର ସହ ପ୍ରାର୍ଥନା କରିବା ଦ୍ଵାରା  ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ । ଜୀବନରେ ଯାହା ଦୁଃଖ କଷ୍ଟ ଦୂର ହୋଇଥାଏ । ଆଜି ଆସନ୍ତୁ ଜାଣିବା କେଉଁ ଠାକୁରଙ୍କୁ କେଉଁ ଫୁଲରେ ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ । ସମସ୍ତ ଶୁଭ କାର୍ଯ୍ୟରେ ବା ସକାଳୁ ପୂଜା କରିବା ସମୟରେ ପ୍ରଥମେ ପଞ୍ଚ ଦେବତାକୁ ପୂଜା କରାଯାଇଥାଏ ।

ସେହି ପଞ୍ଚ ଦେବତା ହେଉଛନ୍ତି ଆଦିତ୍ୟ ,ଗଣନାଥ ,ଦେବୀ ,ରୁଦ୍ର ,କେଶବ ଏହି ପଞ୍ଚ ଦେବତାଙ୍କୁ ପ୍ରଥମେ ପୂଜା କରିବା ଦରକାର । ପ୍ରତିଦିନ ସକାଳୁ  ପ୍ରଥମେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଉଚିତ ।ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ସମୟରେ ଅରଖ ଫୁଲରେ ପୂଜା କରିବା ଉଚିତ କାରଣ ଦଶଟି ସୁବର୍ନ ଫୁଲର ସହ ସମାନ ଗୋଟିଏ ଅରଖ ଫୁଲ ହୋଇଥାଏ । ସୂର୍ଯ୍ୟ ଦେବଙ୍କୁ ଅରଖ ,କନିଅର , ରକ୍ତ ମନ୍ଦର ,ବେଲପତ୍ର ,ପଦ୍ମ ଏବଂ ବଉଳଫୁଲ ଏହି ଫୁଲ ସୂର୍ଯ୍ୟଙ୍କର ବହୁତ ପସନ୍ଦ ହୋଇଥାଏ

ଏହି ଫୁଲକୁ ସୂର୍ଯ୍ୟଙ୍କୁ ଅର୍ପଣ କରିପାରିବେ । ସୂର୍ଯ୍ୟ ପୂଜା ପରେ ଗଣେଶଙ୍କ ପୂଜା କରିବା ଉଚିତ । ଗଣେଶଙ୍କୁ ପୂଜା କରିବା ସମୟରେ ତୁଲସୀ ବ୍ଯତୀତ ଅନ୍ୟ ସବୁ ଫୁଲ ବହୁତ ପସନ୍ଦ ହୋଇଥାଏ । ଏହି ଫୁଲକୁ ଗଣେଶଙ୍କୁ ଅର୍ପଣା କରିପାରିବେ । ଭୋଳାନାଥ ଓ ମାତା ପାର୍ବତୀଙ୍କୁ ଯେତେ ସବୁ ଲାଲ ଫୁଲ ବହୁତ ପସନ୍ଦ ହୋଇଥାଏ । ଭୋଳାନାଥଙ୍କୁ ଅରଖ ,ଦୁଦୁରା ବହୁତ ପସନ୍ଦ ହୋଇଥାଏ । ଏହି ଫୁଲକୁ ଯଦି ଭୋଳାନାଥଙ୍କ ପାଖରେ ଅର୍ପଣ କରିବେ ତ ସବୁ ମନସ୍କାମନା ପୂର୍ଣ ହୋଇଥାଏ ।

ଯେତେ ସବୁ ଶ୍ଵେତ ପୁଷ୍ପ ରହିଥାଏ ମାତା ପାର୍ବତୀଙ୍କୁ ବହୁତ ଭଲ ଲାଗିଥାଏ । ଭୋଳାନାଥନଙ୍କୁ ଯାହା ଯାହା ଫୁଲ ପସନ୍ଦ ମାତା ପାର୍ବତୀଙ୍କୁ ମଧ୍ୟ ସେହି ଫୁଲ ବହୁତ ପସନ୍ଦ । ଏହି ଫୁଲ ମାତା ପାର୍ବତୀ ଓ ଭୋଳାନାଥନଙ୍କୁ ଅର୍ପଣା କରିବା ଦ୍ଵାରା ସମସ୍ତ ଦୁଃଖ କଷ୍ଟ ,ଚିନ୍ତା ଦୂର ହୋଇଥାଏ । ମା ଦୂର୍ଗାଙ୍କୁ ମଲ୍ଲି ,ଚାମେଲୀ , ଶ୍ଵେତ ପଦ୍ମ ,ପଳାସ , ଟଗର ,ଅଶୋକ ,ଚମ୍ପା , ବଉଳ ,ମନ୍ଦର ,ଜୁଇ ,କନିଅର , ଶିଶୁ ,ଅପରାଜିତା , ଅଗସ୍ତ୍ୟ , କେତକୀ ,କଡମ୍ବ ଆଦି ଫୁଲରେ ମା ଦୂର୍ଗାଙ୍କୁ ପୂଜା କରିପାରିବା ।

ଏହି ଫୁଲରେ ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ । ଏହି ସବୁ ଫୁଲରେ ଏହି ଦେବା ଦେବୀଙ୍କୁ ପୂଜା କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ ହୋଇଥାଏ । ଯାହା ଜୀବନରେ ଦୁଃଖ କଷ୍ଟ ଦୂର ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button