ରାଜ୍ୟ

ଲଗାଣ ବର୍ଷାରେ ଟ୍ଵିନସିଟିରେ କୁତ୍ରିମ ବନ୍ୟା,କାନ୍ଧୁଛନ୍ତି ଲୋକ ଛାଡ଼ୁଛନ୍ତି ଘର – Ibnodisha

[ad_1]

ଭୁବନେଶ୍ୱର/କଟକ: ଲଗାଣ ବର୍ଷାରେ ବେହାଲ ଟ୍ଵିନିସିଟି। ବିଭିନ୍ନ ସ୍ଥାନରେ ସୃଷ୍ଟି ହେଲା କୁତ୍ରିମ ବନ୍ୟା। କେଉଁଠି ଘରେ ପାଣି ପଶିଛି ତ ଆଉ କେଉଁଠି ଲୋକେ ଘର ଛାଡି ଗାଁକୁ ଚାଲି ଯାଇଛନ୍ତି। ଅନେକ ସ୍ଥାନରେ ଫୋନର ୧୨ ଘଣ୍ଟା ପରେ ବି ପହଞ୍ଚି ପାରୁନି ବିଏମସି। ସେପଟେ, ସିଲଭରସିଟିରେ ବି ଲହଡି ମାରୁଛି ବର୍ଷା ଜଳ। କିଏ 12 ବର୍ଷ ରହିଲା ଘର ଛାଡ଼ି ଗାଁକୁ ପଳାଉଛି, ତ ଆଉ କିଏ ହେଲ୍ପଲାଇନ ନମ୍ବରକୁ କଲ କରି ଅପେକ୍ଷା କରିଛି।  ଏହା ଆମ ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ର। ରାଜଧାନୀ ଭୁବନେଶ୍ଵର ଆଇଗିଣିଆ ଅଞ୍ଚଳ ରାଜୀବ ନଗରର। ଗତକାଲିର କିଛି ଘଂଟା ବର୍ଷାରେ ବୁଡି ଯାଇଥିଲା ରାଜଧାନୀ ଭୁବନେଶ୍ଵର। ଆଉ ପାଣି ଭିତରେ କଲବଳ ହୋଇ ଥିଲେ ରାଜୀବ ନଗର ବାସିନ୍ଦା। ଆଜି ପାଣି କମି ଯାଇଛି ସତ ହେଲେ ଦୁଃଖ ଏବେବି ଲାଘବ ହୋଇ ନାହିଁ।

 ଘର ଭିତରେ ଏବେ ବି ପାଣି ଅଛି। କିଏ ବାଲ୍ଡି ତ ଆଉ କିଏ ମଗରେ ଘରୁ ପାଣି ବାହାର କରୁଛନ୍ତି। ଆଉ ଗତକାଲି ସନ୍ଧ୍ୟା 5.22ରୁ ବିଏମସିର ହେଲ୍ପ ଲାଇନ ନମ୍ବର କଲ କରିଥିଲେ। ଆଉ ଆଜି ଦିନ 12.22 ରେ ବିଏମସି ଆସି ଜଳ ନିଷ୍କାସନ କରୁଛି। ଅନ୍ୟପଟେ କାହିଁକି ରାଜଧାନୀ ଭୁବନେଶ୍ଵରରେ ଏଭଳି ଅବସ୍ଥା ଉପୁଜିଲା ତାକୁ ନେଇ ଅର୍ବାଂନ ଟାଉନ ପ୍ଲାନର କହିଛନ୍ତି, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେଉଛି, ତିନି ମାସର ବର୍ଷା କେବେ କେବେ 3 ଘଂଟାରେ ହୋଇ ଯାଉଛି ତାକୁ ଆଖି ଆଗରେ ରଖି ସ୍ମାର୍ଟ ସିଟିର ପ୍ଲାନ ନିହାତି କରିବା ଆବଶ୍ୟକ। ବିଏମସି, ବିଡିଏ ସେ ସବୁ ଉପରେ ନଜର ଦେବାଇ ଆବଶ୍ୟକତା ରହିଛି।
ସେପଟେ, ଗତକାଲି  ତିନି ଘଣ୍ଟାର ବର୍ଷାରେ ଉବୁଟୁବୁ କଟକ। ବର୍ଷା ହେବାର 24 ଘଣ୍ଟା ପରେ ବି ରାସ୍ତା ଘାଟ ଠାରୁ ଆରମ୍ଭ କରି ଘରେ ଜମିଛି  ଆଣ୍ଠୁଏ ଉଚାର ପାଣି। ନା ଘରେ ପଶି ହେଉଛି ନା ଘରୁ ବାହାରି ହେଉଛି । ଏହୁଛି କଟକ ବକ୍ସି ବଜ଼ାର ଅଞ୍ଚଳରେ ଥିବା ପଟାପୋଲ ଏବଂ ମକରାବାଗ ଅଞ୍ଚଳର ଦୃଶ୍ୟ ଗତକାଲି ଠାରୁ ଏପର୍ଯ୍ୟନ୍ତ ରାସ୍ତା ଉପରେ ଲହଡି ମାରୁଚି ପାଣି। ଜଳବନ୍ଦୀର 24 ଘଣ୍ଟା ପରେ ମଧ୍ୟ ଏମାନଙ୍କ ପାଖରେ ପହଞ୍ଚିନି ମହାନଗର ନିଗମର କୌଣସି ଅଧିକାରୀ ନା ମେୟର। ଜଳ ନିଷ୍କାସନ ପାଇଁ ଗୋଟିଏ ବି ପାଣି ପମ୍ପ ମଧ୍ୟ ଲଗାଯାଇନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ଏଭଳି ସମସ୍ୟା ଗୋଟିଏ ଦିନର ନୁହେଁ, ଯେତେବେଳେ ବି ଅସରାଏ ବର୍ଷା ହୁଏ ସେତେବେଳେ ଜଳବନ୍ଦୀ ହୁଅନ୍ତି କଟକ ବାସିନ୍ଦା। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ । ସେପଟେ ପ୍ରବଳ ବର୍ଷା ହେବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି ଏବେ ବି ଅନେକ ସ୍ଥାନରେ ପାଣି ଜମି ରହିଛି ବୋଲି ସ୍ଵୀକାର କରିଛନ୍ତି ମେୟର। ସହରରେ ବକ୍ସ ଡ୍ରେନର ସବୁ ବ୍ଲକେଜକୁ କାଟି ଦିଆଯାଇଛି। ଖାନ ନଗର ପମ୍ପିଙ୍ଗ ଷ୍ଟେସନ ଯୋଗେ ଜଳ ନିଷ୍କାସନ କରାଯାଉଛି। ବିଭିନ୍ନ ୱାର୍ଡରେ ସିଏମସି ପକ୍ଷରୁ ଜଳ ନିଷ୍କାସନ ପାଇଁ 240ରୁ ଉର୍ଦ୍ଧ ମଟର ପମ୍ପ ସହ ବଡ଼ ଭଲଵୋ ପମ୍ପ ଲଗାଯାଇଛି।  ତେବେ ଦେଖିବାଇ ବାକି ରହୁଛି ବିଏମସି ଓ ସିଏମସିର ନିଦ କେବେ ଭାଙ୍ଗୁଛି। ରାଜଧାନୀ ଭୁବନେଶ୍ବର ଓ କଟକ ସହର କେବେ ଜଳବନ୍ଦୀରୁ ମୁକ୍ତି ପାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button