IBN ଓଡ଼ିଶା ବ୍ୟୁରୋ

ଯଦି ଭୁର୍ସୁଙ୍ଗା ପତ୍ରର ଗଛ ଘରେ ଲାଗିଛି ତେବେ ଜାଣି ନିଅନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା । ନଚେତ କରିଦେବ ବର୍ବାଦ

ଆଜିକାର ଲେଖାରେ ଆମେ ଆପଣଙ୍କୁ ସବୁ ଘରର ବଗିଚାରେ ଥିବା ଭୁର୍ସୁଙ୍ଗା ପତ୍ର ଗଛ ବିଷୟରେ କହିବୁ । ଯାହାକୁ ସମସ୍ତେ ଜାଣିବା ଉଚିତ । ଭୁର୍ସୁଙ୍ଗା ପତ୍ରକୁ ସବୁ ଭାରତୀୟ ନିଜ ଘରେ ତରକାରୀରେ ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଜୀବନରେ ଅନେକ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଯଦି ଆପଣ ଘରେ ଲଗାଇ ଥିବା ଭୁର୍ସୁଙ୍ଗା ପତ୍ର ଗଛର ଉଚ୍ଚତା ଆପଣଙ୍କ ଘରର ମୁରବୀଙ୍କ ଉଚ୍ଚତା ଠାରୁ ଅଧିକ ତେବେ ତାହା ଆପଣଙ୍କୁ କ୍ଷତି ପହଞ୍ଚାଇବ । ଯଦି ଆପଣଙ୍କ ଘରେ ଭୁର୍ସୁଙ୍ଗା ଗଛ ଅଛି ତେବେ ତାହାର ଉଚ୍ଚତା ତିନି ଫିଟ ଉପରକୁ ବଢ଼ିବାକୁ ଦିଅନ୍ତୁ ନାହିଁ । ଯେଉଁ ଘରେ ଭୁର୍ସୁଙ୍ଗା ଗଛ ମୁରବୀଙ୍କ ଠାରୁ ଅଧିକ ଉଚ୍ଚ ଥାଏ ସେହି ଘରର ଅନ୍ୟ ସଦସ୍ୟଙ୍କ ଚାକିରୀରେ କ୍ଷତି ହୋଇଥାଏ ଏବଂ କ୍ୟାରିଅରରେ ଅବନତି ହୋଇଥାଏ ।

ଯେଉଁ ଘରର ମୁରବୀଙ୍କ ଠାରୁ ଭୁର୍ସୁଙ୍ଗା ଗଛ ଅଧିକ ଉଚ୍ଚ ଥାଏ ସେହି ଘରକୁ ରୋଗ ଆସିଥାଏ । ଘରେ ପିଲାମାନେ ଯେତେ ଭଲ ପଢ଼ନ୍ତୁ ନା କାହିଁକି ଆଉ ଭଲ ପଢ଼ିବେ ନାହିଁ । ଏହାବ୍ୟତୀତ ସେହି ଘରର ଝିଅଙ୍କ ବିବାହ ମଧ୍ୟ ହେବନାହିଁ । ଘରକୁ ହଠାତ ଦାରିଦ୍ର୍ୟତା ଆସିଯିବ ଏବଂ ଯେତେ ବଡ଼ ବ୍ୟବସାୟ ଥାଉ ନା କାହିଁକି ତାହା ବନ୍ଦ ହୋଇଯିବ ।

ଯେତେ ବଡ଼ ଦୋକାନ ହେଉ ତାହା ନଷ୍ଟ ହୋଇଯିବ । ଯଦି ଘରର ଝିଅଙ୍କ ବିବାହ ପରେ ଘରର ଭୁର୍ସୁଙ୍ଗା ପତ୍ର ମୁରବୀଙ୍କ ଠାରୁ ଉଚ୍ଚ ହୁଏ ତେବେ ସେହି ସେହି ଝିଅଙ୍କର ତାଙ୍କ ସ୍ୱାମୀଙ୍କ ସହିତ ପଟିବ ନାହିଁ । ଛାଡ଼ପତ୍ର ପରେ ପୁନର୍ବାର ସେମାନେ ଘରକୁ ଚାଲି ଆସିବେ । ଏପରି ପରିସ୍ଥିତିରେ ଆପଣଙ୍କର କୌଣସି ପ୍ରୟୋଗ କିମ୍ବା ତନ୍ତ୍ର କ୍ରିୟା ମଧ୍ୟ କିଛିବି କାମ କରିବ ନାହିଁ ।

ଘରେ ଭୁର୍ସୁଙ୍ଗା ପତ୍ର ଗଛ ଧନ , ଅର୍ଥ ଏବଂ ମାନ ସମ୍ମାନ ହାନୀ କରିଥାଏ । ଘରେ ରୋଗ ଦୁଃଖ କ୍ଳେଶ ବଢ଼ାଇବ । ଏହା ଜୀବନରେ ସବୁବେଳେ ଅଶାନ୍ତି ସୃଷ୍ଟି କରିବ । ଭୁର୍ସୁଙ୍ଗା ପତ୍ର ଅତି ଭଲ ପରିବାରକୁ ମଧ୍ୟ ନଷ୍ଟ କରିଥାଏ । ଆଜି ପର୍ଯ୍ୟନ୍ତ ଏମିତି ଅନେକ ଉଦାହରଣ ରହିଛି । ତେଣୁ କେବଳ ଏହି ଗଛକୁ କାଟିଲେ କିମ୍ବା ଉଚିତ ଉଚ୍ଚତା ପର୍ଯ୍ୟନ୍ତ ରଖିଲେ ହିଁ ପରିବାର ପୁଣିଥରେ ସମୃଦ୍ଧ ହେବ । ଜୀବନର ସବୁ ଦୁଃଖ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ଏଭଳି ପରିସ୍ଥିତି କାହା ଘରେ ଦେଖୁଛନ୍ତି ତେବେ ସେହି ଘରେ ଏହି ଗଛକୁ କାଟିଦେବାକୁ ଉପଦେଶ ଦିଅନ୍ତୁ । ନଚେତ ପୁରା ଘର ବର୍ବାଦ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button