ଭଲ ଲୋକଙ୍କ ସହ ଖରାପ କାହିଁକି ହୋଇଥାଏ ?
ନମସ୍କାର ବନ୍ଧୁଗଣ । ଆପଣ ମାନେ ଦେଖୁଥିବେ ପୂଜା ପାଠ ଓ ଧର୍ମ କର୍ମ କରୁଥିବା ଲୋକ ସବୁବେଳେ କଷ୍ଟ ପାଇଥାନ୍ତି । କିନ୍ତୁ ଦୁଷ୍କର୍ମ କରିଥିବା ଲୋକା ସବୁବେଳେ ବିଳାସ ବେଶନରେ ଜୀବନ ଅତିବାହିତ କରିଥାନ୍ତି । ଆପଣ ନିଶ୍ଚିତ ଭାବୁଥିବେ ଯେଉଁ ବ୍ୟକ୍ତି ଦୁଷ୍କର୍ମ କରୁଛନ୍ତି ସେ ସର୍ବଦା ଖୁସିରେ ରହୁଛନ୍ତି କିନ୍ତୁ ଯିଏ ପୂଜା ପାଠ ଓ ଧର୍ମ କର୍ମ କରୁଛନ୍ତି ସେ ସର୍ବଦା କଷ୍ଟ ପାଉଛନ୍ତି । ଆସନ୍ତୁ ଜାଣିବା ଭଲ ଲୋକଙ୍କ ସହିତ କଣ ପାଇଁ ଖରାପ ହୂଏ । ଭାଗବତ ଗୀତା ଏମିତି ଏକ ପୁସ୍ତକ ଯାହାକି ମନୁଷ୍ୟର ସମସ୍ତ ପ୍ରଶ୍ନର ଉତ୍ତର ରହିଛି ।
ଭଗବତ ଗୀତା ଅନୁସାରେ ଅର୍ଜୁନ୍ନଙ୍କ ମନରେ ଯେବେ କିଛି ପ୍ରସନ୍ନ ଚାଲିଥାୟ ସେ ତାହାର ସମାଧାନ ପାଇଁ କୃଷ୍ଣଙ୍କ ପାଖକୁ ଚାଲି ଆସୁଥିଲେ । ଦିନେ ଆର୍ଜୁନ୍ନଙ୍କ ମନରେ ଗୋଟେ ପ୍ରଶ୍ନ ଆସିଲା ସେ ଯାଇ ଶ୍ରୀକୃଷ୍ଣକୁ ପଚାରିଲେ ଭଲ ଲୋକ ମାନେ କଣ ପାଇଁ ସର୍ବଦା କଷ୍ଟ ପାଇଥାନ୍ତି ଗୋଟେ ଖରାପ ବ୍ୟକ୍ତି ସର୍ବଦା ସୁଖ ପାଇଥାୟ କିନ୍ତୁ ଗୋଟେ ଭଲ ଲୋକ କଣ ପାଇଁ ସର୍ବଦା କଷ୍ଟ ପାୟ । ଶ୍ରୀକୃଷ୍ଣ କହିଲେ ମଣିଷ ଯାହା ଦେଖା ଜାୟ ଶୀୟ ସେଭଳି ହୋଇନଥାୟ । ଅର୍ଜୁନ୍ନ କହିଲେ ଆପଣ କଣ କହିବାକୁ ଚାହୁଛନ୍ତି । ଶ୍ରୀକୃଷ୍ଣ କହିଲେ ଗୋଟେ ବ୍ୟକ୍ତି କରିଥିବା କର୍ମର ଫଳ ପାଇଥାୟ । ଶ୍ରୀକୃଷ୍ଣ ଏକ କଥା କହିଲେ ଗୋଟେ ଗାଁ ରେ 2ଜଣ ବ୍ୟକ୍ତି ବାସ କରୁଥିଲେ ।
ଜଣେ ପୁରୁଷ ବହୁତ ଧର୍ମୀ ବ୍ୟକ୍ତି ଥିଲେ ସେ ସର୍ବଦା ମନ୍ଦିର ଯାଉଥିଲେ ଦୁଖୀ ଲୋକ ମାନଙ୍କୁ ସାହାଜ୍ଯ କରୁଥିଲେ । ସେ ବହୁତ ପୂଜା ପାଠ ରେ ବିଶ୍ଵାସ କରୁଥିଲେ । ଆଉ ଏକ ପୁରୁଷ ବହୁତ ଖରାପ ପ୍ରକୂତିର ବ୍ୟକ୍ତିଥିଲେ । ସେ ଚୋରୀ କରୁଥିଲେ। ସମସ୍ତଙ୍କୁ ଖରାପ କଥା କହୁଥିଲେ। ଦିନେ ବହୁତ ଜୋରେ ବର୍ଷା ହଉଥିଲା ମନ୍ଦିରରେ ପୂଜାରୀ ଛଡା ଆଉ କୌଣସି ବ୍ୟକ୍ତି ନଥିଲେ । ସେହି ଖରାପ ବ୍ୟକ୍ତିର ମନକୁ ଆସିଲା ମନ୍ଦିରର ଧନକୁ ଚୋରି କରିବ । ତାହାପରେ ସେ ମନ୍ଦିର ବାହାରିଗଲା ଓ ଖୁସି ମନରେ ସମସ୍ତ ଧନ ଚୋରେଇ ଆଣିଲା । ତାହା ପରେ ସେହି ଭଲ ବ୍ୟକ୍ତି ଜଣକ ମନ୍ଦିର ଆସିଲେ। ଭଗବାନଙ୍କ ପୂଜା କଲେ କିନ୍ତୁ ମନ୍ଦିରର ପୂଜାରୀ ତାଙ୍କୁ ଚୋର କହି ବହୁତ ଜୋରେ ପାଟି କଲେ ।
ସବୁ ଲୋକ ସେଠାରେ ଏକାଠି ହୋଇ ସେହି ବ୍ୟକ୍ତିକି ଚୋର ବୋଲି କହିଲେ। ତାହାପରେ ସେହି ଲୋକ ମନ ଖରାପ କରି ମନ୍ଦିରରୁ ଚାଲିଆସିଲା ଓ ବାହାରେ ଏକ ଗାଡି ସହିତ ତାହାର ଦୁର୍ଘଟଣା ହେଲା । ସେଥିରେ ସେ ବହୁତ ଜୋରେ ଆଘାତ ହେଲା । ତାହାପରେ ସେହି ବ୍ୟକ୍ତି ଘରକୁ ଫେରିବା ବାଟରେ ସେହି ଖରାପ ଲୋକକୁ ଦେଖିଲା ସେ ବହୁତ ମଜା ମସ୍ତି କରୁଥିଲା ତାହା ପରେ ସେହି ବ୍ୟକ୍ତି ରାଗିକି ଘରକୁ ଯାଇ ସମସ୍ତ ଭଗବାନଙ୍କ ଫଟୋ ଫୋପାଡିଦେଲେ। କିଛିଦିନ ପରେ 2ଜଣଙ୍କ ମୃତୁ ହୋଇଗଲା ।
ତାହାପରେ ସେହି 2 ବ୍ୟକ୍ତି ଜମସଭା ରେ ପହଞ୍ଚି ଗଲେ। ଓ ତାହା ପରେ ସେହି ଭଲ ବ୍ୟକ୍ତି ଖରାପ ଲୋକକୁ ଦେଖି କହିଲେ ମୁ ସର୍ବଦା ଭଗବାନଙ୍କୁ ବିଶ୍ଵାସ କଲି କିନ୍ତୁ ସେ ଚୋରୀ କରି ବହୁତ ଭଲରେ ଜୀବନ କାଟିଲା। କଣ ପାଇଁ ଏପରି ହେଲା । ଜମ ରାଜା କହିଲେ ତୁମର ଗାଡି ଧକା ଦିନ ତୁମର ଜୀବନ ଚାଲି ଯାଇଥାନ୍ତା କିନ୍ତୁ ବଞ୍ଚି ଗଲ । କିନ୍ତୁ ସେହି ଖରାପ ଲୋକ ଭାଗ୍ୟରେ ରାଜ ଯୋଗ ଥିଲା ତାଙ୍କର ଖରାପ କାର୍ଯ୍ୟ ପାଇଁ ସେ ଚୋର ତସ୍କର ହେଲେ। ତେଣୁ ବନ୍ଧୁଗଣ ଜାଣିଲେ ତ ଜୀୟ ଭଲ କର୍ମ କରିବ ତାଙ୍କ ଉପରେ ଭଗବାନଙ୍କ ଆଶ୍ରିବାଦ ସର୍ବଦା ରହିବ। ନିଜର କର୍ମ ଫଳ କେହି ବଦଳାଇପାରିବ ନାହିଁ ।