IBN ଓଡ଼ିଶା ବ୍ୟୁରୋ

ସୋରିୟାସିସ୍ କ’ଣ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

ଅନ୍ୟାନ୍ୟ ସାଧାରଣ ରୋଗ ପରି ବର୍ତ୍ତମାନ ସମୟରେ ସୋରିୟାସିସ୍ ରୋଗରେ ପୀଡ଼ିତ ହେଉଛନ୍ତି ଜନସାଧାରଣ। ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟାର ତିନି ପ୍ରତିଶତ ଅର୍ଥାତ୍ ପ୍ରାୟ 12.50 କୋଟି ଲୋକ ସୋରିୟାସିସରେ ପୀଡ଼ିତ। ଏହି ରୋଗ ହେଲେ ଅନ୍ୟାନ୍ୟ ଅନେକ ରୋଗ ହେବାର ଆଶଙ୍କା ବଢିଯାଏ। ତେବେ କାହିଁକି ଏହି ରୋଗ ହୁଏ, ସୋରିୟାସିସ୍ କଣ ଜାଣିବା ପାଇଁ ପଢନ୍ତୁ ଏହି ଆଲେଖ୍ୟ…

ସୋରିୟାସିସ୍ କ’ଣ

ଏହା ହେଉଛି ଏକ ଚର୍ମ ସଂକ୍ରମଣ ରୋଗ। ଚର୍ମ ସଂକ୍ରମଣ ଏବଂ କୌଣସି କସମେଟିକ୍ ପ୍ରଡକ୍ଟ ବ୍ୟବହାରର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ଏହି ରୋଗ ଦେଖାଯାଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ସୋରିୟାସିସ୍ ହୋଇଥାଏ। ଏହି ରୋଗ ହେଲେ ଚର୍ମ ଶୁଷ୍କ ହେବା ଆରମ୍ଭ ହୁଏ ଏବଂ ଦାଗ ଦେଖାଯାଏ।

ସୋରିୟାସିସର ଲକ୍ଷଣ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସୋରିୟାସିସ୍ ରୋଗ ଅନ୍ୟ ଚର୍ମ ରୋଗଠାରୁ ସମ୍ପୂର୍ଣ୍ଣ ଭିନ୍ନ। ରୋଗ ପ୍ରତିରୋଧକ ଶକ୍ତିରେ ବ୍ୟାଘାତ ହେତୁ ସୋରିୟାସିସ୍ ହୁଏ। ସୋରିୟାସିସ୍ ରୋଗରେ ଶରୀରର ଅଙ୍ଗରେ କୁଞ୍ଚନ ଆରମ୍ଭ ହୁଏ। ଚର୍ମରେ ଲାଲ୍ ଦାଗ ଦେଖାଯାଏ।

ଚିକିତ୍ସା
ସୋରିୟାସିସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅଧିକାଂଶ ଲୋକ ସୋରିୟାସିସ୍ ରୋଗ ବିଷୟରେ ଅବଗତ ନାହାଁନ୍ତି। ତେଣୁ ରୋଗ ଆରମ୍ଭ ହେବା ଦିନରୁ କିମ୍ୱା କୌଣସି ଲକ୍ଷଣ ଦୃଶ୍ୟମାନ ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ସୋରିୟାସିସର କାରଣ
ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହେଲେ ସୋରିୟାସିସ୍ ହୋଇଥାଏ। କାରଣ ଇମ୍ୟୁନିଟି ଆମକୁ ରୋଗ ବିରୁଦ୍ଧରେ ଲଢିବାକୁ ଶକ୍ତି ଯୋଗାଏ। ତେଣୁ ପ୍ରତିରକ୍ଷା ପ୍ରଣାଳୀ ଦୃଢ ରହିବା ଉଚିତ। ଏହା ବ୍ୟତୀତ ହରମୋନ୍ କ୍ଷରଣରେ ପିରବର୍ତ୍ତନ ଘଟିଲେ ସୋରିୟାସିସ୍ ହୋଇଥାଏ। ଯୁବାବସ୍ଥା ଏବଂ ମନୋପୋଜ୍ ସମୟରେ ସୋରିୟାସିସ୍ ହୋଇଥାଏ। ଗର୍ଭବତୀ ମହିଳାଙ୍କର ଏହି ପ୍ରକାରର ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ। ପ୍ରସବ ପରେ ସୋରିୟାସିସ୍ ବିପଦ ବଢିଯାଏ। ସେହିପରି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସୋରିୟାସିସ୍ ହେବାର ସମ୍ଭାବନା ଅଧିକ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ। 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button