IBN ଓଡ଼ିଶା ବ୍ୟୁରୋ

ଘରକୁ ଆଣନ୍ତୁ ଏହି 1 ଜିନିଷ, ପୁରା ବର୍ଷ ଆପଣଙ୍କ ପାଖକୁ ଜମିକି ଆସିବ ପଇସା

ନମସ୍କାର ବନ୍ଧୁଗଣ, ଆଗକୁ ନୂତନ ବର୍ଷର ଆଗମନ ହେବାକୁ ଯାଉଛି । ତେଣୁ ଆପଣ ମାନଙ୍କୁ ସର୍ବ ପ୍ରଥମେ ନୂତନ ବର୍ଷର ଅଭିନନ୍ଦନ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ଆସୁଥିବା ନବବର୍ଷ ଦିନ ଘରକୁ କେଉଁ ଜିନିଷ ଆଣିବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ । ଜୀବନରେ ଥିବା ସମସ୍ତ ଟଙ୍କା ଜନିତ ଅସୁବିଧା ମଧ୍ୟ ଦୂର  ହୋଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

ଆମେ କହୁଥିବା ସମସ୍ତ ବସ୍ତୁ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଆଣିଲେ ମଧ୍ୟ ଚଳିବ । ପ୍ରଥମ: କଇଁଛକୁ ଜୀବନରେ ସୁଖ ସମୃଦ୍ଧିର ପ୍ରତୀକ ବୋଲି ମନାଯାଏ । ଯଦି ଆପଣଙ୍କ ଘରେ ଆଗରୁ ଏହା ନାହି ତେବେ ଏହାକୁ ଘରକୁ ନବବର୍ଷ ଦିନ ନିଶ୍ଚୟ ଆଣନ୍ତୁ । ଆପଣ ନିଜ ଇଛାକୁ ପୁରା କରିବା ପାଇଁ ଚାହୁଁଥିଲେ ଆପଣ ନିଜ ମନର ଇଚ୍ଛାକୁ ଗୋଟିଏ କାଗଜରେ ନାଲି କଲମରେ ଲେଖନ୍ତୁ ।

ଏହାପରେ କାଗଜକୁ କଇଁଛର ପେଟରେ ରଖନ୍ତୁ । ଏବଂ କଇଁଛକୁ କିଛି ପାଣିରେ ରଖିବେ । ଧ୍ୟାନ ରଖିବେ କଇଁଛର ମୁଣ୍ଡ ପାଣିରେ ବୁଡିବା ଉଚିତ ନୁହେଁ । ଏହା କରିବାଦ୍ବାରା ଆପଣଙ୍କ ଇଚ୍ଛା ପୁରା ହୋଇଥାଏ । ଆପଣଙ୍କ ଇଚ୍ଛା ପୂରଣ ହେବା ପରେ କଇଁଛଟିକୁ ପୋଖରୀ କିମ୍ବା କୂହ ପାଣିରେ ବିସର୍ଜନ କରିଦେବେ ।

ଦିତୀୟ: ନବବର୍ଷ ଦିନ ଘରକୁ ଗୋଟିଏ ହସୁଥିବା ବଡ ପେଟ ଥିବା ବୁଦ୍ଧଙ୍କ ମୂର୍ତ୍ତି ଆଣନ୍ତୁ । ଏହା ଆପଣଙ୍କ ଘରେ ଖୁସିକୁ ସାଥିରେ ନେଇ ଆସିଥାଏ । କାରଣ ଏହାକୁ ଦେଖିବା ପରେ ଗୋଟିଏ ମଣିଷର ମନ ସବୁବେଳେ ଉଲ୍ଲାସିତ ରହିଥାଏ । ଏହାକୁ ମୁଖ୍ୟଦ୍ଵାର କାନ୍ଥରେ ଲଗାନ୍ତୁ । ଏହି ବୁଦ୍ଧଙ୍କ ଆଗମନ ଧନର ମଧ୍ୟ ଆଗମନ କରାଇଥାଏ ।

ତୃତୀୟ: ନୂତନ ବର୍ଷ ଦିନ ଆପଣ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା କିଣି ଆଣିବା ଉଚିତ । ଏହି ଚରଣ ପାଦୁକା ଆପଣ ଘରେ ଆଣି ପୂଜା କରନ୍ତୁ । ଏହା ଫଳରେ ଆପଣଙ୍କ ଘରକୁ ଧନ ଆସିବାର ମାର୍ଗ ସବୁ ଖୋଲିଯାଇଥାଏ । ଚତୁର୍ଥ: ନବବର୍ଷ ଦିନ ପଞ୍ଚମୁଖୀ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ଆଣନ୍ତୁ । ଏହା ଆପଣଙ୍କ ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରାଇଥାଏ । ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ କାଟିଦେଇଥାଏ । ଘରକୁ ଖରାପ ନଜର ଏବଂ ଅଶୁଭ ଶକ୍ତି ଠାରୁ ବଞ୍ଚାଇ ରଖିଥାଏ ।

ପଞ୍ଚମ: ଘରକୁ ଆପଣ ନବବର୍ଷ ଦିନ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କର ଚାନ୍ଦି ମୂର୍ତ୍ତି ଆଣିବା ଦରକାର । ଏହା ଆପଣଙ୍କ ସମସ୍ତ ଅସୁବିଧାକୁ ଦୂର କରିଥାଏ । ଏବଂ ଚାନ୍ଦି ଆପଣଙ୍କ ମନକୁ ପ୍ରସନ୍ନ ରଖିଥାଏ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button