IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଗବାନ ଛୋଟ ଛୋଟ ଭୁଲକୁ ବି କାହିଁକି କ୍ଷମା କରନ୍ତି ନାହିଁ?

ନମସ୍କାର ବନ୍ଧୁଗଣ, ଆଜିକାଲି ଯୁଗରେ ଆମେ ଛୋଟ ବଡ ପାପ କରୁଅଛେ, କିନ୍ତୁ ସେସବୁକୁ ଗୁରୁତ୍ଵ ଭାବୁନେ । କିନ୍ତୁ ଏହି ସୃଷ୍ଟିର ରଚୟିତା ଭଗବାନଙ୍କ ଦ୍ଵାରରେ ଛୋଟ, ବଡ କୌଣସି ପାପର ବି କ୍ଷମା ମିଳେ ନାହିଁ ଏବଂ ମିଳିଥାଏ ବହୁତ ବଡ ବଡ ଦଣ୍ଡ । ତେବେ ଆସନ୍ତୁ ଆଜି ଜାଣିବା କେଉଁ ପାପର କଣ ରହିଛି ଦଣ୍ଡ । ଜାଣନ୍ତୁ କେଉଁଭଳି ଭୁଲ କରିବେ ନାହିଁ ନିଜ ଜୀବନରେ ।

ଶ୍ରୀକୃଷ୍ଣ ଅର୍ଜୁନ ଭଗବାନଙ୍କ ସହ ନଗର ଭ୍ରମଣରେ ବାହାରିଥିଲେ ସେତିକି ବେଳେ ତାଙ୍କୁ ଜୋରେ ଜୋରେ ପାଟି ଶୁଭିଲା ଚୋର ଚୋର ବୋଲି । ଏବଂ ସେହି ସମୟରେ ଚୋର ଭଗବାନଙ୍କ ସାମ୍ନାରେ ହିଁ ଥିଲା । ଭଗବାନ ତାକୁ ଧରିଲେ ଓ ସେଠି ଗାଁ ଲୋକ ମଧ୍ୟ ଆସି ପହଞ୍ଚିଲେ । ଗାଁ ଲୋକଙ୍କୁ କୃଷ୍ଣ ପଚାରିଲେ କାହିଁକି ଏହାକୁ ଚୋର ବୋଲି କହୁଛ ସେମାନେ ଉତ୍ତର ଦେଲେ କି ଚୋରଟି ବାଡିରୁ ଫଳ ଚୋରୀ କରିଛି ।

ଏହାପରେ କୃଷ୍ଣ ଚୋରକୁ ପଚାରିଲେ ଚୋର କହିଲା କି ମତେ ବହୁତ ଜୋରେ ଭୋକ ଲାଗୁଥିଲା ତେଣୂ ମୁଁ ଏହି ଭୁଲ କରିଦେଲି । ଏହାଶୁଣି କୃଷ୍ଣ କହିଲେ ସେ ତାର ଭୁଲକୁ ମନି ନେଇଥିବାରୁ ତାଙ୍କୁ ଏହି ଦଣ୍ଡ ଦିଆଯାଉଛି କି ସେ କ୍ଷେତରେ 1ମାସ ପର୍ଯ୍ୟନ୍ତ କମ କରିବେ । ଏହାଶୁଣି ଚୋର କହିଲା ମୋର ଏହା ପ୍ରଥମ ଓ ଛୋଟ ଭୁଲଟିଏ ମତେ କ୍ଷମା କରିଦିଅନ୍ତୁ ।

କ୍ଷମା କଥା ଶୁଣି କୃଷ୍ଣ ସେହି ଚୋରର ଦଣ୍ଡକୁ ୧ ମାସରୁ ୬ ମାସ କରିଦେଲେ । ଏହାଶୁଣି ଅର୍ଜୁନ ପଚାରିଲେ କ୍ଷମା କଥା ଶୁଣି କ୍ଷମା କରିବା ବଦଳରେ ଏହି ଛୋଟ ପାପ ପାଇଁ ଏତେ ବଡ ଦଣ୍ଡ କାହିଁକି ଦେଲେ । କୃଷ୍ଣ କହିଲେ ଏହି ଛୋଟ ପାପ ଦିନେ ବହୁତ ବଡ ପାପ କରିବସିବ ତେଣୁ ପ୍ରଥମରୁ ହିଁ ଏହାକୁ କ୍ଷମା ନକରି ଦଣ୍ଡ ଦେବା ଉଚିତ । ଗୋଟିଏ ରାଜ୍ୟରେ ଜଣେ ରାଜା ଗରିବ ଲୋକଙ୍କୁ ସବୁବେଳେ ସାହାର୍ଯ୍ୟ କରନ୍ତି ।

ଏବଂ ସେହି ଲୋକଟି ଗରିବକି ନହିଁ ଜାଣିବା ପାଇଁ ୪ଟି ଦ୍ଵାରା କରିଥିଲେ । ଜଣେ ଦରିଦ୍ର ସାଧୁ ଆସିଲେ ସେ ପ୍ରଥମ ଦ୍ଵାରା ପାଖକୁ ଗଲେ ସେଠି ଜଣେ ବେଶ୍ୟା କହିଲେ ଏହି ଦ୍ଵାର ଟି ମୋହର ମତେ ସନ୍ତୁଷ୍ଟ କାଲେ ହିଁ ଭିତରକୁ ଯାଇପାରିବ । ଏହାଶୁଣି ସାଧୁ ଦିତୀୟ ଦ୍ଵାରକୁ ଗଲେ ସେଠାରେ ଦ୍ଵାରା ପାଳ କହିଲା ଆପଣଙ୍କୁ ମୋ ସହ ନିଶା କରିବାକୁ ହେବ । ଏହାଶୁଣି ସାଧୁ ତୃତୀୟ ଦ୍ଵାରା ପାଖକୁ ଗଲେ ସେଠାରେ ଜଣେ ସୈନିକ କହିଲେ ଯିବାକୁ ହେଲେ ଆପଣଙ୍କୁ ମାଂସ ଖାଇବାକୁ ପଡିବ ।

ଏହାଶୁଣି ସାଧୁ ସେଠାରୁ ମଧ୍ୟ ଚାଲିଗଲେ । ୪ର୍ଥ ଦ୍ଵାରରେ ସାଧୁ ଦେଖିଲେ ଜୁଆ ଖେଳ ଚାଲିଥିଲା ସେଠାକୁ ଜୁଆ ଖେଳୁଥିବା ବ୍ୟକ୍ତି ହିଁ ପ୍ରବେଶ କରିବେ । ସାଧୁ ଭାବିଲେ ସେସବୁ ପାପ ଠୁ ଏହା କମ ତେଣୁ ଏହା କଲେ ଚଳିବ ଏହା ଭାବି ସାଧୁ ଜୁଆ ଖେଳିଲେ ଏବଂ ରାଜାଙ୍କ ପାଖକୁ ଯିବା ଭୁଲି ଗଲେ । ଜୁଆ ଖେଳିସାରି ପଇସା ଧରି ରାତିରେ ଫେରିଲେ କିନ୍ତୁ ରାତ୍ରି ସମୟରେ କିଛି ଖାଇବାକୁ ନ ମିଳିବାରୁ ସେ ତୃତୀୟ ଦ୍ଵାର ପାଖକୁ ଯାଇ ମାଂସ ଖାଇଲେ ଭାବିଲେ ଏହି ଛୋଟ ଭୁଲଟି କଲେ ଚଳିବ ।

ମାଂସ ଖାଇସାରି ନିଶା ସେବନ ବି ଦରକାର ତେଣୁ ସେ ଦିତୀୟ ଦ୍ଵାରକୁ ଗଲେ ଓ ବହୁତ ଚରସ ସେବନ କାଲେ । ଏବଂ ତାପରେ ତାଙ୍କୁ ସ୍ମରଣ ଆସିଲା ବେଶ୍ୟା ତାଙ୍କୁ ନିମନ୍ତ୍ରଣ କରିଥିଲେ ଓ ସେ ସେଠାକୁ ଗଲେ ଭାବିଲେ କି ଏତେ ଭୁଲ କଲିଣି ଯେତେବେଳେ ଏହି ଭୁଲ ବି କରିଦେବି ଓ ଏକ ସାଙ୍ଗରେ ପ୍ରାୟଶ୍ଚିତ ମଧ୍ୟ କରିଦେବୀ ଭାବି ବେଶ୍ୟା ସହ ରାତି କାଟିଲେ ।

ରାଜାଙ୍କ ପାଖକୁ ଏହି ଖବର ଗଲା । ତା ପରଦିନ ସାଧୁ ପୁଣି ଖାଇବାକୁ ନ ପାଇ ରାଜାଙ୍କ ଦ୍ଵାରକୁ ଗଲେ କିନ୍ତୁ ସେଠାରେ ତାଙ୍କୁ ସ୍ଥାନ ମିଳିଲା ନାହିଁ । ତେଣୁ ମନେ ରଖନ୍ତୁ ଗୋଟିଏ ଛୋଟ ଭୁଲ ହିଁ ବଡ ଭୁଲ କରିବା ପାଇଁ ସାହସ ଦେଇଥାଏ । ତେଣୁ ଛୋଟ ଭୁଲ ହେଲେ ମଧ୍ୟ ଦଣ୍ଡ ଦେବା ନିତ୍ୟାନ୍ତ ଆବଶ୍ୟକ । ଆପଣମାନଙ୍କୁ ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button