IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ କେଉଁ ମନ୍ତ୍ର ଜପ କରିଲେ, ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ

ବନ୍ଧୁଗଣ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ଆମେ ମାନେ ସକାଳୁ ପ୍ରାତଃ ଉଠି ସ୍ନାନ କରି ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସହ ତାଙ୍କୁ ଦର୍ଶନ କରିଲେ । ବ୍ୟକ୍ତିର ବହୁତ ମଙ୍ଗଳ ହୋଇଥାଏ । ତେବେ ଭଗବାନ ସୂର୍ଯ୍ୟଙ୍କ ସହ ଜଡିତ କିଛି ମହତ୍ଵପୂର୍ଣ୍ଣ କଥା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

1- ପୌରାଣିକ କାଳରୁ ସୂର୍ଯ୍ୟ ଦେବତାଙ୍କୁ ଭଗବାନଙ୍କର ମାନ୍ୟତା ଦିଆଯାଇଛି । ପଞ୍ଚ ଦେବତାଙ୍କ ମଧ୍ୟରେ ସୂର୍ଯ୍ୟ ହେଉଛନ୍ତି ଏକ ମାତ୍ର ଜିଏକି ପ୍ରତ୍ଯେକ ଦେଖାଦେଇଥାନ୍ତି ।

2- ହିନ୍ଦୁ ଧର୍ମ ଅନୁସାରେ ଯେକୌଣସି ବ୍ରତର ଶୁଭାରମ୍ଭ ସୁର୍ଜ୍ୟୋଦୟରୁ ଆରମ୍ଭ ହୋଇଥାଏ । ପ୍ରତ୍ଯେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ଲୋକଙ୍କୁ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

 

3- ରୁକ ବେଦ ଅନୁସାରେ ସୂର୍ଯ୍ୟ ଉଦୟର ଏକ ଘଣ୍ଟା ମଧ୍ୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହା କରିବା ଦ୍ଵାରା ଶରୀର ନୀରୋଗ ରହିଥାଏ । କାର୍ଯ୍ୟରେ ଖୁବ ଶୀଘ୍ର ସଫଳତା ମଧ୍ୟ ମିଳିପାରିଥାଏ ।

4- ସୂର୍ଯ୍ୟଙ୍କ କିରଣ ପ୍ରଖର ଥିବା ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ଵାରା କୌଣସି ଫଳ ପ୍ରାପ୍ତ ହୋଇନଥାଏ । ପୂଜା ମଧ୍ୟ ଫଳିତ ହୋଇନଥାଏ ।

5- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହ ମାନଙ୍କର ରାଜା ଭାବରେ ବିବେଚନା କରାଯାଇଥାଏ । ପ୍ରାଚୀନ କାଳରୁ କେବଳ ମନୁଷ୍ୟ ନୁହେଁ, ବଂର ଦେବତା ମାନେ ମଧ୍ୟ ସୂର୍ଯ୍ୟଙ୍କୁ ପୂଜା କରିବା ପରେ ନିଜର ଦିନର ଶୁଭାରମ୍ଭ କରିଥାନ୍ତି ।

6- ପୁରାଣ ଅନୁସାରେ ପ୍ରଭୁ ଶ୍ରୀକୃଷ୍ଣ ନିଜର ପୁତ୍ର ଶାମ୍ବଙ୍କୁ ସୂର୍ଯ୍ୟଙ୍କର ପୂଜାର ମହତ୍ଵ ବିଷୟରେ ଉପଦେଶ ଦେଇଥିଲେ । ଯାହା ଦ୍ଵାରା ଶାମ୍ବଙ୍କୁ କୁଷ୍ଠ ରୋଗରୁ ମୁକ୍ତି ମିଳିପାରିଥିଲା ।

7- ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ଵାରା ଗ୍ରହ ମାନଙ୍କର ଖରାପ ପ୍ରଭାବ ବ୍ୟକ୍ତି ଉପରେ କମ୍ ହୋଇଯାଇଥାଏ । ଏଥିସହ ବ୍ୟକ୍ତିର ନେତୃତ୍ଵ ନେବାର ଦକ୍ଷତା ମଧ୍ୟ ବଢିଥାଏ ।

8- ଶୀତ ଋତୁରେ ଶରୀରରେ ଭିଟାମିନ ଡି ଅଭାବ ଦେଖାଯାଇଥାଏ । ସୂର୍ଯ୍ୟଙ୍କ ପୂଜା କରିବା ସମୟରେ ଭିଟାମିନ ଡି ବୃଦ୍ଧି ପାଇବା ସହିତ ଶରୀରରେ କୌଣସି ପ୍ରକାର ଚର୍ମ ରୋଗ ମଧ୍ୟ ହୋଇନଥାଏ । ଏଥିସହ ପାଚନ ଶକ୍ତି ମଧ୍ୟ ବଢିଥାଏ ।

9- ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କୁ ଜଳଦାନ କରିବା ଦ୍ଵାରା ଶରୀର, ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଶାନ୍ତି ମିଳିପାରିଥାଏ ।

10- ରବିବାର ଦିନ ବିଦ୍ଧିବଦ୍ଧ ଭାବରେ ସୂର୍ଯ୍ୟଙ୍କୁ ଜଳ ଚଢାଇବା ଦ୍ଵାରା ବିପତ୍ତିରୁ ମୁକ୍ତି ମିଳିଥାଏ । ବ୍ୟକ୍ତିର ଆୟୁ ବୃଦ୍ଧି ହୋଇବା ସହ ଜୀବନରେ ବହୁତ ଉନ୍ନତି ମଧ୍ୟ ହୋଇଥାଏ ।

11- ସକାଳୁ ଉଠି ସ୍ନାନ କରିବା ପରେ ତମ୍ବା କିମ୍ବା ପିତ୍ତଳ ପାତ୍ରରେ ଜଳ ନେଇ ସେଥିରେ ଲାଲ ରଙ୍ଗର ଫୁଲ ଓ ଲାଲ ରଙ୍ଗର ସିନ୍ଦୁର ମିଶାଇ ଓଁ ଘୃଣି ସୂର୍ଯ୍ୟାୟ ନମଃ ଜପ କରିବା ସହିତ ସୂର୍ଯ୍ୟଙ୍କୁ ଜଳ ଚଢାଇବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ଏହାକୁ ଶେୟାର ମଧ୍ୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button