IBN ଓଡ଼ିଶା ବ୍ୟୁରୋ

କେଉଁ ବାରରେ ଝାଡୁ କିଣିବା ଉଚିତ ? ଏହି ଦିନ ନିଶ୍ଚିତ ଭାବରେ ଏକ ନୁଆଁ ଝାଡୁ କିଣିକି ଘରକୁ ନେଇ ଆସନ୍ତୁ

କହିବାକୁ ଗଲେ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଛି। ଆହୁରି ମଧ୍ୟ ମାନ୍ୟତା ରହିଛି କି ଘରର ଝାଡୁକୁ ବାହାର ଲୋକଙ୍କ ଠାରୁ ଲୁଚେଇ ରଖିବା ଉଚିତ। ଦିନରେ ଝାଡୁକୁ ଘର ଭିତରେ ରଖିବା ସହିତ ରାତିରେ ଏହାକୁ ଘରର ମୁଖ୍ୟ କବାଟ ପାଖରେ ରଖିବା ଉଚିତ। ଧନ୍ତେରସ ଦିନ ଘରକୁ ନୂଆ ଝାଡୁ କିଣି ଆଣିଲେ, ଘରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ମାନ୍ୟତା ରହିଛି। ଝାଡୁକୁ ନେଇ ଅନେକ ନିୟମ ଗୁଡ଼ିକ ପାଳନ କରିବା ବହୁତ ଜରୁରୀ ଅଟେ।

କିନ୍ତୁ ସପ୍ତାହରେ କିଛି ଏଭଳି ଦିନ ଗୁଡ଼ିକ ରହିଛି, ଯେଉଁ ଦିନ ଗୁଡ଼ିକରେ ଝାଡୁ କିଣିବା ଉଚିତ। ଯେପରି ଶନିବାର ଦିନ ଝାଡୁ କିଣିବା ସବୁଠାରୁ ଶୁଭ ମାନା ଯାଇଥାଏ। କୁହାଯାଏ କି ଧନ୍ତେରସ ଦିନ ଯେଉଁ ବସ୍ତୁ କିଣା ଯାଇଥାଏ, ତାହା ଘର ପାଇଁ ବହୁତ ଶୁଭ ସାବ୍ୟସ୍ତ ହୋଇଥାଏ। ଏହିଦିନ ଝାଡୁ, ସୁନା, ରୁପା ଆଦି କିଣିବା ଉଚିତ। ଯଦି ଝାଡୁ ଉପରେ ପାଦ ବାଜି ଯାଉଛି, ତାହେଲେ ନିଶ୍ଚିତ ଭାବରେ ଏହାକୁ ଜୁହାର ହେବା ଉଚିତ। ନଚେତ ଦେବୀ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ବୋଲି ମାନା ଯାଇଥାଏ।

ଯଦି ଘରେ ରହିଥିବା ଝାଡୁ ପୁରୁଣା ବା ଖରାପ ହୋଇ ଯାଇଛି, ତାହେଲେ ଗୁରୁବାର ଓ ଶୁକ୍ରବାର ଦିନ ଏହାକୁ ଫିଙ୍ଗନ୍ତୁ ନାହିଁ। ଗୁରୁବାର ଦିନକୁ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କର ବାର ବୋଲି ମାନା ଯାଇଥାଏ। ତେଣୁ ଏହିଦିନ ଘରୁ ଝାଡୁକୁ ବାହାର କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଘରେ ଅଭାବ ଅନଟନ ଦେଖା ଦେଇଥାଏ। ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ବିନା କୌଣସି ବ୍ୟକ୍ତି ସଫଳ ହୋଇ ନଥାଏ।

ହିନ୍ଦୁଧର୍ମରେ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଛି। ଆଜିକାଲି ଅର୍ଥ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ। ତେଣୁ କେବେବି ଭୁଲରେ ମଧ୍ୟ ଏଭଳି କାର୍ଯ୍ୟ କରନ୍ତୁ ନାହିଁ, ଯେପରି ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଯିବେ। ଯଦି ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର କୃପା ଲାଭ କରିବାକୁ ଚାହୁଁଛନ୍ତି, ତାହେଲେ ସଚ୍ଚୋଟ ହୋଇ କିଛି ନିୟମର ପାଳନ କରନ୍ତୁ। ଦେଖିବେ ଆପଣଙ୍କର ଜୀବନ ସୁଖରେ ଭରି ଯିବ।

ଝାଡୁ କେଉଁ ଦିନ କିଣିବା ଉଚିତ?

ଯଦି ଘରେ ରହିଥିବା ଝାଡୁ ପୁରୁଣା ବା ଖରାପ ହୋଇଯାଇଛି, ତାହେଲେ ତାହାକୁ ଖୁବ୍ ଶୀଘ୍ର ଫିଙ୍ଗି ଦିଅନ୍ତୁ। ଏହାସହିତ ମଙ୍ଗଳବାର ଓ ଶନିବାର ଦିନ ଆପଣ ନୂଆ ଝାଡୁ କିଣି ପାରିବେ।ମଙ୍ଗଳବାର ଓ ଶନିବାର ଦିନ ଝାଡୁ କିଣିବା ଘର ପାଇଁ ଶୁଭ ହୋଇଥାଏ। ଏହାଦ୍ଵାରା ଘରର ଆର୍ଥିକ ପରିସ୍ଥିତି ସୁଦୃଢ ହୋଇଥାଏ। ଯଦି ଆପଣ କୃଷ୍ଣପକ୍ଷରେ ଝାଡୁ କିଣିବେ, ତାହେଲେ ଏହା ଆପଣଙ୍କ ପାଇଁ ମଧ୍ୟ ଶୁଭ ସାବ୍ୟସ୍ତ ହୋଇପାରେ। ତେଣୁ ଝାଡୁ କିଣିବା ପୂର୍ବରୁ ଏଥିପ୍ରତି ଧ୍ୟାନ ରଖନ୍ତୁ। ଏହାଦ୍ଵାରା ଆପଣ ସର୍ବଦା ସୁଖରେ ଜୀବନ ଅତିବାହିତ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button