IBN ଓଡ଼ିଶା ବ୍ୟୁରୋ

ଫୁସଫୁସରେ ଜମା କଫ, ଧୂଆଁ, ଆବର୍ଜନା ବାହାର କରିବାର ସହଜ ଉପାୟ

ଆଜି ଆମେ ଆପଣଙ୍କୁ କହିବୁ ଏକ ନ୍ୟାଚୁରାଲ, ହର୍ବାଲ ଟି ବା ଚାହା ବିଷୟରେ ଯାହା ଆପଣଙ୍କ ଘରେ ମିଳୁଥିବା ସାମଗ୍ରୀ ସାହଯ୍ୟରେ ଆପଣ ବନାଇ ପାରିବେ । ଏହି ଟି ଆପଣଙ୍କ ଫୁସଫୁସକୁ ସଫା ରଖିବା ସହ କାପାସିଟି ବଢାଇବ, ଜମା ହୋଇଥିବା କଫ ଆଦି କୁ କ୍ଲିୟର କରିବ । ଏହି ରେମେଡି ତିଆରି କରିବା ଆବଶ୍ୟକ ଅଦା, ଲେମ୍ବୁ, ଯଷ୍ଟି ମଧୁ, ବଡ ଗୁଜୁରାତି ବା ଅଳେଇଚ ଓ ମହୁ ।

ଏହି 5ଟି ସାମଗ୍ରୀ ଦ୍ଵାରା ଆପଣ ଏହି ରେମେଡି ବନାଇବେ । ଏଥିରେ ବ୍ୟବହୃତତ ହେଉଥିବା ଅଦା ଆମ କଫ କୁ ଦୂର କରିବାରେ କାମ କରିଥାଏ ଏବଂ ନିଶ୍ଵାସ ନେବାରେ ସାହାଜ୍ଯ କରିଥାଏ । ଯଷ୍ଟି ମଧୁରେ ଆଣ୍ଟି ଭାଇରାଲ ଓ ବ୍ୟାକ୍ଟେରିୟାଲ ତତ୍ତ୍ଵ ମିଳିଥାଏ । ଆମ ଫୁସ୍ଫୁସରେ ଜମା ଥିବା କଫକୁ ପତଳା କରି କାଢିବାରେ ସାହାଜ୍ୟ କରେ ।

ଏହା ଏୟାର ୱୀଥ କୁ ରିଲାକ୍ସ କରେ ଯାହା ଦ୍ଵାରା ଆସ୍ଥମା ଭଳି ସମସ୍ଯା ଦୂର ହୋଇଥାଏ । ଲେମ୍ବୁରେ ଭିଟାମିନ-ସି ମିଳିଥାଏ ଯାହା ଇମ୍ୟୁନିଟି କୁ ବୁଷ୍ଟ କରିଥାଏ । ବଡ ଅଳେଇଚ ଗଳାର ସଂକ୍ରମଣ କମ କରିବା ସହ କାସ, କଫ ଦୂର କରିଥାଏ । ମହୁ ଜମିଥିବା କଫ କୁ ପତଳା କରି କାଢିବାରେ ସାହାଜ୍ଯ କରିଥାଏ । ମହୁ ରେ ଆଣ୍ଟି ବ୍ୟାକ୍ଟେରିୟାଲ ତତ୍ତ୍ଵ ମିଳିଥାଏ ଯାହା ଫୁସଫୁସ କୁ ସୁସ୍ଥ ରଖିଥାଏ ।

ଏହି ରେମେଡି ତିଆରି କରିବା ପାଇଁ ଦେଢ କପ ପାଣି ନିଅନ୍ତୁ । ପାଣି ଫୁଟିବା ପରେ ଏଥିରେ ଏକ ଚାମଚ କଟା ଅଦା ପକାନ୍ତୁ । ଏହା ପରେ ଏକ ଇଞ୍ଚ ଲମ୍ବର ଗୋଟିଏ ଯଷ୍ଟି ମଧୁ ପକାନ୍ତୁ । ତା ପରେ ବଡ ଅଳେଇଚ ପକାନ୍ତୁ । ଏହାକୁ 5 ରୁ 7 ମିନିଟ ଯାଏଁ ଫୁଟାନ୍ତୁ । ଏହା ପରେ ଏହି ପାଣିକୁ ଛାଣି ଦିଅନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ରସ ଆଡ କରନ୍ତୁ । ଏହା ପରେ ଏକ ଚାମଚ ମହୁ ଆଡ କରନ୍ତୁ ।

ଏହି ଚାହା କୁ ଆପଣ ଉଷୁମ ଉଷୁମ ସେବନ କରି ପାରିବେ । ଦିନକୁ 2 ଥର ଏହାର ସେବନ କରନ୍ତୁ । ସକାଳେ ବା ସନ୍ଧ୍ୟା ରେ କିମ୍ବା ଆପଣଙ୍କୁ ଯେବେ ବି ସମୟ ମିଳିବ ଆପଣ ଏହି ଚାହା କୁ ବନାଇ ସେବନ କରି ପାରିବେ । ଏଥିରୁ ଆପଣଙ୍କର ଫୁସଫୁସ ସୁସ୍ଥ ରହିବା ସହ ଜମା ଥିବା କଫ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିହାତି ଜଣାନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button